ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅପାରଗ ଓ ଦୁର୍ନୀତିଗ୍ରସ୍ତଙ୍କୁ ଲାଗିବ ମୋଦୀ ଚାବୁକ

0

ନୂଆଦିଲ୍ଲୀ: ଅପାରଗ କିମ୍ବା ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଚିହ୍ନଟ କର। ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ। ସରକାରରେ ୩୦ବର୍ଷ କାର୍ଯ୍ୟ ପୂରଣ କରିଥିବା କର୍ମଚାରୀଙ୍କ ସେବା ରେକର୍ଡ ସମୀକ୍ଷା କରିବାକୁ କେନ୍ଦ୍ର ସମସ୍ତ ବିଭାଗକୁ ନିର୍ଦେଶ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏଭଳି ଆଭିମୁଖ୍ୟ ଦେଶର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଭିତରେ କମ୍ପନ ସୃଷ୍ଟି କଲାଣି।

କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟ କହିଛି, ଅପାରଗ କିମ୍ବା ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଚିହ୍ନଟ କରିବା ଏବଂ ଜନସାଧାରଣଙ୍କ ସ୍ୱାର୍ଥରେ ସେମାନଙ୍କୁ ଅକାଳ ଅବସର ନେବା ପାଇଁ ୩୦ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କ ସେବା ରେକର୍ଡ ସମୀକ୍ଷା କରିବାକୁ କେନ୍ଦ୍ର ଏହାର ସମସ୍ତ ବିଭାଗକୁ କହିଛି।

କେନ୍ଦ୍ର ସରକାରଙ୍କର ଏ ସଂକ୍ରାନ୍ତ ନିୟମର ଉଦ୍ଧାର କରି କୁହାଯାଇଛି ଯେ ସରକାରୀ କର୍ମଚାରୀଙ୍କ ଅକାଳ ଅବସର ଏକ ଦଣ୍ଡ ନୁହେଁ। ଏହା “ବାଧ୍ୟତାମୂଳକ ଅବସର” ଠାରୁ ଭିନ୍ନ, ଯାହା କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ବର୍ଗୀକରଣ, ନିୟନ୍ତ୍ରଣ ଏବଂ ଅପିଲ୍) ନିୟମ, ୧୯୬୫ ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ଦଣ୍ଡ ଅଟେ। ଆହୁରି ସ୍ପଷ୍ଟ ଭାବେ କହିଲେ, ସରକାରୀ କର୍ମଚାରୀ ୫୦/୫୫ ବର୍ଷ ବୟସ ହାସଲ କରିବା କିମ୍ବା ୩୦ ବର୍ଷ ସେବା ସମାପ୍ତ କରିବା ପରେ ଯେ କୌଣସି ସମୟରେ ଜନସାଧାରଣଙ୍କ ସ୍ୱାର୍ଥରେ ତାଙ୍କୁ ଅବସର ଗ୍ରହଣ ଦିଆଯାଇପାରେ।

ଏଣୁ ସେବାରେ ରଖାଯିବା ଉଚିତ କିମ୍ବା ଅବସର ପୂର୍ବରୁ ଅବସର ଗ୍ରହଣ କରାଯିବା ଉଚିତ କି ନାହିଁ ତାହା ଜାଣିବା ଉଦ୍ଦେଶ୍ୟରେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାର ପର୍ଯ୍ୟାୟ ସମୀକ୍ଷା କରିବା ପାଇଁ ସମୟ ସମୟରେ ନିର୍ଦ୍ଦେଶନାମା ଜାରି କରାଯାଇଥାଏ। ଏବେ ଯେଉଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି, ତାହା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ଉଦ୍ଦିଷ୍ଟ।

Leave A Reply

Your email address will not be published.