ପ୍ରମୁଖ ଖବର

୨୦୨୯ ସୁଦ୍ଧା ଭାରତ-ଇଟାଲୀ ବାଣିଜ୍ୟ ୨୦ ବିଲିୟନ ୟୁରୋ ଲକ୍ଷ୍ୟ
ଭାରତର ପ୍ରଥମ ସ୍ୱଦେଶୀ ବାର୍ଡ ଫ୍ଲୁ ଟିକା ବିକଶିତ
ନଭେମ୍ବର ୧୯ରେ ଶିଳ୍ପ ସମ୍ମିଳନୀ ଉଦ୍‌ଘାଟନ କରିବେ ମୋଦୀ
ଜବଲପୁର ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ପାର୍ସଲ ବଗିକୁ ବ୍ୟାପିଲା ନିଆଁ
ଉତ୍ତରପ୍ରଦେଶରେ ତୃତୀୟ ଥର ସରକାର ଗଠନ ନେଇ ଯୋଗୀଙ୍କ ଆଶା
ବିହାରରେ ସେନ୍‌କୋ ଗୋଲ୍ଡରୁ ୪୦ କୋଟିର ଅଳଙ୍କାର ଲୁଟ୍‌

ନଭେମ୍ବର ୧୯ରେ ଶିଳ୍ପ ସମ୍ମିଳନୀ ଉଦ୍‌ଘାଟନ କରିବେ ମୋଦୀ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ବାର୍ଷିକ ସାଧାରଣ ସଭା ଓ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟନ କରିବେ। ‘ଭାରତ ୨୦୪୭’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଶିଳ୍ପପତି, ବିଭିନ୍ନ କମ୍ପାନିର ମୁଖ୍ୟ, କୂଟନୀତିଜ୍ଞ ଓ ନୀତି ନିର୍ଦ୍ଧାରକଙ୍କ ସମେତ ୨,୫୦୦ରୁ ଅଧିକ ପ୍ରତିନିଧି ଯୋଗଦେବେ। ୧୯୨୭ ଏପ୍ରିଲ ୭ରେ ପ୍ରତିଷ୍ଠିତ ଏହି ସଂଗଠନ ୨୦୨୭ରେ ଶତବାର୍ଷିକୀ ପାଳନ କରିବ। ଭାରତୀୟ ଅର୍ଥନୀତିର ବିକାଶ ଓ ବିଶ୍ୱ ଅର୍ଥନୀତି ସହ ଦେଶର ସମ୍ପର୍କକୁ ସୁଦୃଢ଼ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ବର୍ତ୍ତମାନ ଏହି ସଂଗଠନ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨.୫ ଲକ୍ଷରୁ ଅଧିକ କମ୍ପାନିକୁ ପ୍ରତିନିଧିତ୍ୱ କରୁଛି। ୧୦୦ରୁ ଅଧିକ ଦେଶର ୨୫୦ଟି ବ୍ୟବସାୟିକ ସଂଗଠନ ସହ ଏହାର ଭାଗୀଦାରି ରହିଛି।

Leave A Reply

Your email address will not be published.