ବିହାର: ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲା ବେଟିଆସ୍ଥିତ ସେନ୍କୋ ଗୋଲ୍ଡ ଆଣ୍ଡ ଡାଏମଣ୍ଡ୍ସ ଶୋ’ରୁମ୍ରୁ ବଡ଼ଧରଣର ଲୁଟ୍ ହୋଇଛି। ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ସୁପ୍ରିୟା ରୋଡ୍ରେ ଥିବା ଶୋ’ରୁମ୍ରେ ବନ୍ଧୁକଧାରୀ ଦୁର୍ବୃତ୍ତ ପଶି କର୍ମଚାରୀଙ୍କୁ ଧମକାଇ ସୁନା ଓ ହୀରା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟ୍ ଅଳଙ୍କାରର ଆନୁମାନିକ ମୂଲ୍ୟ ୩୦ରୁ ୪୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ସେଣ୍ଟ୍ ଜୋସେଫ୍ ସ୍କୁଲ୍ ସମ୍ମୁଖରେ ଥିବା ଏହି ଶୋ’ରୁମ୍ରେ ଦିନଦ୍ୱିପ୍ରହରରେ ଲୁଟ୍ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଡିଆଇଜି ହରକିଶୋର ରାୟ ଓ ଏସ୍ଏସ୍ପି କୁମାର ଗୌତମ ଶୋ’ରୁମ୍ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରିଛନ୍ତି। କର୍ମଚାରୀଙ୍କୁ ପଚରାଉଚରା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଅନ୍ୟପକ୍ଷରେ, ଲୁଟ୍ ଅଳଙ୍କାରର ପ୍ରକୃତ ପରିମାଣ ଓ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଶୋ’ରୁମ୍ ପକ୍ଷରୁ ହିସାବ ଚାଲିଛି। ୨୦୨୫ ଅଗଷ୍ଟରେ ଏହି ଶୋ’ରୁମ୍ ଉଦ୍ଘାଟିତ ହୋଇଥିଲା।