ପ୍ରମୁଖ ଖବର

ଗାନ୍ଧି ପରିବାରକୁ ନେଇ ପୋଷ୍ଟ, କଙ୍ଗନାଙ୍କ ନାଁରେ ମାମଲା
ଝାଡ଼ଖଣ୍ଡର କଂଗ୍ରେସ ବିଧାୟକ ଭୂଷଣ ବାରାଙ୍କ ବିରୋଧରେ ଜଣେ ୧୪ ବର୍ଷୀୟା ଆଦିବାସୀ ନାବାଳିକା ଯୌନ ନିର୍ଯାତନା ଓ ମାଡ଼ ମାରିବାର ଅଭିଯୋଗ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନିକଟତର: ଜୟଶଙ୍କର
ଓଡ଼ିଶାକୁ ଆଉ ୧ ଲକ୍ଷ ପକ୍କା ଘର ମଞ୍ଜୁର, ବଲାଙ୍ଗୀରରେ ଶିବରାଜଙ୍କ ଘୋଷଣା
ଢେଙ୍କାନାଳ ମେଡିକାଲ୍‌ର ୪ ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ

ବାତ୍ୟା ଆଶଙ୍କା: ମାଲକାନଗିରିରେ ୧୯ ଓ ୨୦ରେ ସ୍କୁଲ୍‌, କଲେଜ ଛୁଟି

0

ମାଲକାନଗିରି: ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ଦୁଇ ଦିନ ପାଇଁ ସମସ୍ତ ସ୍କୁଲ୍‌, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ। ନଭେମ୍ବର ୧୯ ଓ ୨୦ ତାରିଖରେ ଜିଲ୍ଲାର ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବାତ୍ୟା ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ହେବାର ଆଶଙ୍କା ରହିଛି। ଏଥିଯୋଗୁଁ ଜଳବନ୍ଦୀ ଓ ଆକସ୍ମିକ ବନ୍ୟା ପରିସ୍ଥିତି ଉପୁଜିପାରେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଶିକ୍ଷକ, ଅଧ୍ୟାପକ ଓ ଅନ୍ୟ କର୍ମଚାରୀମାନେ ଅନୁଷ୍ଠାନରେ ଉପସ୍ଥିତ ରହିବେ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ରିଲିଫ୍‌ ଓ ପୁନର୍ବାସ କାର୍ଯ୍ୟରେ ନିୟୋଜିତ କରାଯିବ।

ଅନ୍ୟପକ୍ଷରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି। ବିଶେଷକରି ତହସିଲଦାର ଓ ବିଡିଓଙ୍କ ସମେତ କୌଣସି କର୍ମଚାରୀ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ।

ପାଣିପାଗ ଆକଳନ ଅନୁସାରେ, ସମ୍ଭାବ୍ୟ ବାତ୍ୟାର ବାହ୍ୟ ବଳୟ ଓଡ଼ିଶାକୁ ପ୍ରଭାବିତ କରିପାରେ। ଆନ୍ଧ୍ରପ୍ରଦେଶର ନେଲୋର ଓ ଟୁନି ମଧ୍ୟରେ ସ୍ଥଳଭାଗ ଛୁଇଁବା ପରେ ଏହା ଗଭୀର ଅବପାତ ଭାବେ ଓଡ଼ିଶା ଅତିକ୍ରମ କରିବାର ଆଶଙ୍କା ରହିଛି। ମାଲକାନଗିରି ପାଇଁ ୧୯ ତାରିଖ ସକାଳ ୮ଟା ୩୦ରୁ ୨୦ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ରହିଛି। ୨୦ରୁ ୨୧ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ଆଶଙ୍କାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ୨୧ରୁ ୨୨ ତାରିଖ ମଧ୍ୟରେ ମାଲକାନଗିରି ପାଇଁ ୟେଲୋ ଏବଂ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

Leave A Reply

Your email address will not be published.