ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ତିର୍ତ୍ତୋଲ ଉପରେ ବିଜେପି ଆଖି

0
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଇଁ ତିର୍ତ୍ତୋଲ ଆସନ ଜିତିବା ଗୁରୁତ୍ବପୂର୍ଣ୍ଣ
  • ଶାରଦା ପ୍ରଧାନଙ୍କୁ ଲଗାଇ ଗୋଟିଚାଳ​ନା ଆରମ୍ଭ କରିଛନ୍ତି ଧର୍ମେନ୍ଦ୍ର
  • କଂଗ୍ରେସ ଛାଡ଼ିଲେ ରାଜକିଶୋର, ବିଜେପି ପ୍ରାର୍ଥୀ କରିବା ସମ୍ଭାବନା
  • ବିଜେଡି ଓ କଂଗ୍ରେସରେ ବିଭାଜନ ଲାଗି ସମରସଜ୍ଜା ହୋଇଛି

ଭୁବନେଶ୍ବର: ନଭେମ୍ବର ଶେଷ ସୁଦ୍ଧା ଓଡ଼ିଶାର ଦୁଇଟି ଯାକ ବିଧାନସବା ନିର୍ବାଚନମଣ୍ଡଳୀ ବାଲେଶ୍ବର ଓ ତିର୍ତ୍ତୋଲରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ରାଜନୈତିକ ପାଣିପାଗ ବେଶ୍ ସରଗରମ ହେଲାଣି। ଉପନିର୍ବାଚନ ଫଳାଫଳକୁ ନିରେଖି ଦେଖିଲେ, ଏକଥା ଜଳ ଜଳ ହୋଇ ଦିଶୁଛି ଯେ ବାରମ୍ବାର ବିଜେଡି ବିରୋଧୀଙ୍କୁ ମାତ୍ ଦେଇ ଆସିଛି। ସ୍ବାଭାବିକ ଭାବେ ଉଭୟ ଆସନ ପାଇଁ ଏଥର ବି ବିଜେଡି ଶୀର୍ଷ ନେତୃତ୍ବ ସମର ସଜ୍ଜା ଆରମ୍ଭ କରିଦେଇଛନ୍ତି।

ହେଲେ ବିଜେପି କିନ୍ତୁ ଉଭୟ ଆସନ ଉପରେ ତୀକ୍ଷ୍ମ ନଜର ରଖିଛି। ବାଲେଶ୍ବର ଆସନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଏପଟେ ପାରାଦୀପ ପ୍ରକଳ୍ପ କାରଣରୁ ଜଗତସିଂହପୁର ଜିଲ୍ଲାରେ ପାଦ ଥାପିବା ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି। କୌଣସି ବି ପରିସ୍ଥିତିରେ ପାରାଦୀପ ଆସନକୁ ହାତ ଛଡ଼ା କରିବାଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାହୁଁନାହାନ୍ତି। ଏଣୁ ତିର୍ତ୍ତୋଲ ଉପନିର୍ବାଚନକୁ ଦୃଷ୍ଟିରେ ରଖି ସେ ନିଜର ଖାସ୍ ଅନୁଗତ ବୋଲି କୁହାଯାଉଥିବା ଶାରଦା ପ୍ରଧାନଙ୍କୁ ଏହି ଜିଲ୍ଲା ପ୍ରଭାରୀ ନିଯୁକ୍ତି ଦେଇଥିଲେ। ଏବେ ଶାରଦାଙ୍କୁ ଧରି ଧର୍ମେନ୍ଦ୍ର ଜଗତସିଂହପୁର ଜିଲ୍ଲା ରାଜନୀତିରେ ଗୋଟିଚାଳନା ଆରମ୍ଭ କରିଛନ୍ତି।

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ବିଜେଡି ପାଇଁ ଅତ୍ୟନ୍ତ କାଠିକର ପାଠ ହୋଇରହିଛି। ପୂର୍ବରୁ ସାଂସଦ ରାଜଶ୍ରୀ ମଲ୍ଲିକ ଓ ସ୍ବର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ମଧ୍ୟରେ ବିବାଦ ଏହାର କାରଣ ଥିଲା। ଏବେ ବିଷ୍ଣୁଙ୍କ ଅନ୍ତେ କିଏ ବିଧାନସଭା ପ୍ରାର୍ଥୀ ହେବ, ତାହାକୁ ନେଇ ବିବାଦ ବଢିବାରେ ଲାଗିଛି। ବିଷ୍ଣୁଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ବ୍ୟତୀତ ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରା ଓ ପୂର୍ବତନ ସାଂସଦ କୁଳମଣି ସାମଲଙ୍କୁ ନେଇ ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଅଙ୍କ କଷୁଛି। ତେବେ ଯାହାକୁ ବି ପ୍ରାର୍ଥୀ କଲେ, ଅନ୍ୟ ଦୁଇ ଜଣ ଅସନ୍ତୁଷ୍ଟ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

ଏପଟେ ବିଜେପି ଆଜି ଆରମ୍ଭରୁ ଗୋଟିଏ ବଡ଼ ଗୋଟିଚାଳନା କରିଛି। କଂଗ୍ରେସର ପୂର୍ବତନ ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ନିଜ ଆଡକୁ ଟାଣିଆଣିଛି। ୨୦୧୪ ମସିହାରେ ଶ୍ରୀ ବେହେରା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ିଥିଲେ। ଆଜି ନିଜର ଇସ୍ତଫା ପତ୍ର ସେ ପିସିସି ସଭାପତିଙ୍କୁ ପଠାଇଥିବା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଆସନ୍ତା କାଲି ସେ ବିଜେପିରେ ଯୋଗଦେବେ। ବିଜେପିରୁ ସେ ପ୍ରାର୍ଥୀ ହେବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ୨୦୧୪ ମସିହା ନିର୍ବାଚନରେ ୫୩,୫୦୫ ଖଣ୍ଡ ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ ରାଜକିଶୋର।

ଏହାଦ୍ବାରା ବିଜେପି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ବସିଛି। କଂଗ୍ରେସ ଭୋଟକୁ ବିଭାଜନ କରି ନିଜ ଭୋଟ ବ୍ୟାଙ୍କରେ ମିଶାଇବାକୁ ଯୋଜନା ହୋଇଛି। ବିଜେଡି ବିଭାଜନରୁ ମଧ୍ୟ ଦଳଫାଇଦା ନେବ।

୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଷ୍ଣୁ ଦାସ ୯୩ ହଜାର ୯୬୭ ଖଣ୍ଡ ଭୋଟ୍ ଅର୍ଥାତ୍ ୫୪.୧୮ ପ୍ରତିଶତ ଭୋଟ ପାଇଥିଲେ। ସେତେବେଳେ ବିଜେପି ପକ୍ଷରୁ ରମାକାନ୍ତ ଭୋଇ ୫୩ ହଜାର ୫୮୧ ଖଣ୍ଡ ଭୋଟ ଅର୍ଥାତ୍ ୩୦.୯ ପ୍ରତିଶତ ଭୋଟ ହାତେଇଥିଲେ। କଂଗ୍ରେସ ତିନି ନମ୍ବର ସ୍ଥାନରେ ଥିଲା। ଦଳ ପକ୍ଷରୁ ଦେବୀ ପ୍ରସାଦ ମଲ୍ଲିକ ୨୩ ହଜାର ୮୦୯ ଖଣ୍ଡ ଭୋଟ ପାଇଥିଲେ, ଯାହା ମୋଟ ଭୋଟର ୧୩.୭୩ ପ୍ରତିଶତ ଥିଲା। ବିଜେଡି ଭୋଟ ବିଭାଜନ ପରେ ବିଜେପି ଏତେ ସଂଖ୍ୟକ ଭୋଟ ପାଇଥିଲା। ଅନ୍ୟଥା ଦଳ ହାତରେ ଏତେ ବଡ଼ ଭୋଟ ବ୍ୟାଙ୍କ ଏହି ଆସନରେ ନାହିଁ।ଏକଥା ବିଜେପି ନେତାମାନେ ଭଲ ଭାବେ ବୁଝିଛନ୍ତି। ଏଣୁ ଯେନତେନ ପ୍ରକାରେ ଏହି ଆସନରେ ବିଜେଡିକୁ ଏକ ବଡ଼ ମୁକାବିଲା କରିବା ଲାଗି ନେତାମାନେ ଆପ୍ରାମ ଉଦ୍ୟମ ଚଳାଇଛନ୍ତି।

ଏଣୁ ଉପନିର୍ବାଚନ ଗୋଟିଚାଳନାରେ ବିଜେପି ଉଭୟ ବିଜେଡି ଏବଂ କଂଗ୍ରେସ ଶିବିରରେ ବିଭାଜନ କରିବାର ଆଶଙ୍କା ସୃଷ୍ଟି କରିଛି। ରାଜକିଶୋରଙ୍କ ସମେତ ଆଉ କିଛି ପୂର୍ବତନ ଅଧ୍ୟକ୍ଷଙ୍କୁ ବି ଦଳ ନିଜ ଆଡକୁ ଟାଣିଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କଂଗ୍ରେସର କିଛି ବରିଷ୍ଠ ନେତାଙ୍କ ସହିତ ବିଜେପି ନେତାମାନେ ଯୋଗାଯୋଗରେ ଅଛନ୍ତି। ସେହିଭଳି ବିଜେଡି ଶିବିରରେ ବି ଦଳ ବିଭାଜନ ଲାଗି ବାଟ ଖୋଲିଦେଇଛି। ହେଲେ ଏହାକୁ ମୁକାବିଲା କରିବା ଲାଗି ସରକାରୀ ଦଳ ଯେଉଁ କସରତ କରିବା କଥା, ତାହା ଏଯାଏ ପରିଦୃଷ୍ଟ ହୋଇନାହିଁ।

Leave A Reply

Your email address will not be published.