ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି

0

ଭୁବନେଶ୍ୱର: ରାଜ୍ୟର ମତ୍ସ୍ୟ ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନରେ ଭିସି ଯୋଗେ ଭୁବନେଶ୍ୱର ପାଣ୍ଡରାଠାରେ ପ୍ରାୟ ୬୦ କୋଟି ଟଙ୍କାରେ ହେବାକୁ ଥିବା ଅତ୍ୟାଧୁନିକ ପାଇକାରୀ ମାଛ ମାର୍କେଟ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭିତ୍ତିପ୍ରସ୍ତର ସ୍ଥାପନା ପରେ ଏହା ଏକ ଐତିହାସିକ ଦିନ ବୋଲି କହିଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ କହିଛନ୍ତି, ୧୧ ବର୍ଷରେ କୃଷି ଉତ୍ପାଦନ ଦୁଇଗୁଣା ହୋଇଯାଇଛି। କ୍ଷୀର ଉତ୍ପାଦନରେ ଦେଶରେ ଭାରତ ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିଛି। ମାଛ ଉତ୍ପାଦନରେ ଦ୍ଵିତୀୟ ସ୍ଥାନରେ ରହିଛି। ମହୁ ଉତ୍ପାଦନରେ ବି ଦେଶ ଆଗରେ ରହିଛି। ବିକଶିତ ହେବା ପାଇଁ ଆମକୁ ସବୁ କ୍ଷେତ୍ରରେ ନିରନ୍ତର ଭାବେ କାର୍ଯ୍ୟ କରିବାକୁ ପଡିବ। ୧୦୦ ରୁ ଅଧିକ ପଛୁଆ ଜିଲ୍ଲାକୁ ଏହି ଧନ ଧାନ୍ୟ କୃଷି ଯୋଜନାକୁ ଅଣାଯାଇଛି। ଏହି ଜିଲ୍ଲା ସବୁକୁ ବହୁ ଚିନ୍ତା କରିକି ଚୟନ କରାଯାଇଛି। ଉତ୍ପାଦନ କେତେ ହୁଏ ? ଗୋଟେ ଥର କେତେ ଫସଲ ହୁଏ ? ଋଣ ମିଳିବ କି ନାହିଁ ଏହି ମାପଦଣ୍ଡରୁ ଚୟନ ହୋଇଛି। କେନ୍ଦ୍ରର ୩୬ ଟି ଯୋଜନାକୁ ଏକାଠି ଏହି ପିଏମ ଧନ ଧାନ୍ୟ କୃଷି ଯୋଜନାରେ କାର୍ଯ୍ୟକାରୀ କରାଯିବ।

ଜିଲ୍ଲାର ଆଵଶ୍ୟକତାକୁ ଦେଖି ସ୍ଥାନୀୟ ଲୋକଙ୍କ ପରାମର୍ଶ ଓ ସ୍ଥାନୀୟ ଜଳବାୟୁକୁ ଦେଖି ଏହି ଯୋଜନା ଲାଗୁ ହେବ। ଏଥିସହ ଦେଶର ଦୁଇଟି ନୂଆ ଯୋଜନା ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଓ ଡାଲି ଜାତୀୟ ଶସ୍ୟ ଆତ୍ମନିର୍ଭରଶୀଳ ମିଶନର ଶୁଭାରମ୍ଭ କରିବା ସହ ସମ୍ବଲପୁର ଆକ୍ବା ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦୁଇ ଯୋଜନାରେ ୩୫୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ କେନ୍ଦ୍ର ସରକାର ବିନିଯୋଗ କରିବେ। ଦେଶର ଶହେଟି ଜିଲ୍ଲାରେ ଏହା ଯୋଜନା କାର୍ଯ୍ୟକାରୀ ହେବ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ କେବଳ ଓଡିଶାର ନୁହେଁ, ସାରା ଦେଶର ପ୍ରମୁଖ ଜୀବିକା। ଆଜି ବି ଓଡିଶାର ୬୦ ପ୍ରତିଶତରୁ ଅଧିକ ଏବଂ ଦେଶର ପ୍ରାୟ ୫୦ ପ୍ରତିଶତ ଲୋକେ ଏହା ମାଧ୍ୟମରେ ଜୀବିକା ନିର୍ବାହ କରିଥାନ୍ତି। ତେଣୁ, ମୋଦୀଜୀଙ୍କ ସରକାର ୨୦୧୪ ମସିହାରୁ କୃଷକଙ୍କ ପାଇଁ ଅଭୂତପୂର୍ବ କଲ୍ୟାଣକାରୀ ଯୋଜନାଗୁଡିକ ପ୍ରଣୟନ କରିଆସୁଛନ୍ତି, ଯାହା ଫଳରେ ଆଜି କୃଷକ ସମାଜର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିଛି।

କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡା, ଚାରୋଟି ଜିଲ୍ଲାକୁ ପ୍ରାଥମିକ ସ୍ତରରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ କୃଷି ଉତ୍ପାଦନ ବୃଦ୍ଧି, ଜଳସେଚନ, ଫାର୍ମ ମେକାନାଇଜେସାନ, ଫସଲର ସଂରକ୍ଷଣ ପାଇଁ ଷ୍ଟୋରେଜ, ବଜାର ସହାୟତା, ଋଣ ଆଦି ସହାୟତା ଚାଷୀମାନଙ୍କୁ ଯୋଗାଇ ଦିଆଯିବ। ଆସନ୍ତା ୬ ବର୍ଷ ମଧ୍ୟରେ ବର୍ଷକୁ ୨୪ ହଜାର ହିସାବରେ ୧ଲକ୍ଷ ୪୪ ହଜାର କୋଟିର ଆର୍ଥିକ ବ୍ୟବସ୍ଥା ଏଥିରେ ଚାଷୀମାନଙ୍କ ପାଇଁ ଯୋଗାଇ ଦିଆଯିବ। ଏକ କୋଟି ୭୦ ଲକ୍ଷ କୃଷକ ଏଥିରେ ଉପକୃତ ହେବେ। ଏହି ଯୋଜନା ଗୁଡିକ ଚାଷୀଙ୍କ ପାଖରେ ପହଞ୍ଚିବା ପରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବ। ଆମେ ଅନେକ ସମୟରେ ଡାଲି ଅଭାବ ପାଇଁ ଆମଦାନୀ କରୁ। ସେଥିପାଇଁ ଆତ୍ମନିର୍ଭରଶୀଳ ହେବାକୁ କ୍ରପ ଡାଇଭରସିଫିକେସନ ମାଧ୍ୟମରେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ ଡାଲି ଜାତୀୟ ଓ ତୈଳ ଜାତୀୟ ଶସ୍ୟ ଉତ୍ପାଦନ ସାଙ୍ଗକୁ ଆୟ ବଢିବା ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.