ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଆଇନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଲେଷଣାତ୍ମକ ଓ ସୂକ୍ଷ୍ମଦର୍ଶୀ ହେବା ଆବଶ୍ୟକ: ନ୍ୟାୟମୂର୍ତି କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ

0

ଭୁବନେଶ୍ୱର , ଅକ୍ଟୋବର ୧୧: ଆଇନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ବିଶ୍ଳେଷଣାତ୍ମକ ଓ ସତର୍କ ମନୋଭାବ ପୋଷଣ କରିବା ସହିତ ଆଇନ ଓ ଭାଷା ଉପରେ ପାରଦର୍ଶିତା ଲାଭ କରିବା ଆବଶ୍ୟକ ବୋଲି ଶନିବାର ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ କହିଛନ୍ତି ।

ଆଇନ ଅଧ୍ୟୟନ କରୁଥିବା ଜଣେ ଛାତ୍ର ବା ଛାତ୍ରୀଙ୍କୁ ବିଭିନ୍ନ ଆଇନ ଓ ବିଷୟ ଉପରେ ପାରଦର୍ଶିତା ଲାଭ କରିବା ଆବଶ୍ୟକ କାରଣ ଜଣେ ଆଇନଜ୍ଞଙ୍କୁ କେଉଁ ପ୍ରକାରର ମାମଲା ପରିଚାଳନା କରିବାକୁ ପଡ଼ିବ ତାହା ଜଣା ନଥାଏ ବୋଲି ନ୍ୟାୟମୂର୍ତିୀ ଦୀକ୍ଷିତ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଲ’ର ୧୫ତମ ଓିରିଏଂଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି।
ଭାଷା ମାଧ୍ୟମରେ ଆଇନ ପ୍ରକଟିତ ହୁଏ ଏବଂ ଛାତ୍ରଛାତ୍ରୀମାନଙ୍କୁ ଉଭୟ ଆଇନ ଓ ଭାଷାକୁ ଆୟତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଛାତ୍ରଛାତ୍ରୀମାନଙ୍କୁ ବିଶ୍ଳେଷଣାତ୍ମକ ମନୋଭାବ ପୋଷଣ କରିବା ସହିତ ତର୍କଶାସ୍ତ୍ର ବିଷୟରେ ଜ୍ଞାନ ଆହରଣ କରିବାକୁ ପଡ଼ିବ। ଏହା ଛଡ଼ା ସେମାନଙ୍କୁ ସମ୍ବେଦନଶୀଳ ହେବା ଆବଶ୍ୟକ ବୋଲି ସେ କହିଥିଲେ।

ଯୀହୁଦିମାନଙ୍କ ରାଜ ଶଲୋମନ ବିଷୟରେ ଉଲ୍ଲେଖ କରି ନ୍ୟାୟମୂର୍ତୀ ଦୀକ୍ଷିତ କହିଥିଲେ ଯେ ଯୀହୁଦିମାନଙ୍କ ମଧ୍ୟରେ ସବୁଠାରୁ ଜ୍ଞାନୀ ଭାବେ ପରିଗଣିତ ଏହି ରାଜାଙ୍କୁ ଥରେ ଏକ କଠିନ ମାମଲାର ସମାଧାନ କରିବାକୁ ପଡ଼ିଥିଲା। ଦୁଇ ଜଣ ମହିଳା ନିଜକୁ ଗୋଟିଏ ଶିଶୁର ମାତା ବୋଲି ଦାବୀ କରୁଥିବା ବେଳେ ଏହି ମାମଲା ତାଙ୍କ ସମ୍ମୁଖକୁ ଆସିଥିଲା। ସେତେବେଳେ ଡିଏନ୍‌ଏ ପରୀକ୍ଷା ଉପଲବ୍ଧ ନଥିବାରୁ ଏହା କଠିନ ମାମଲା ଥିଲା।

ରାଜା ଶଲୋମନ ଆଜ୍ଞା ଦେଇଥିଲେ ଯେ ଶିଶୁଟିକୁ ଖଡ୍ଗରେ ଦୁଇ ଖଣ୍ଡ କରି ଦୁଇ ମହିଳାଙ୍କ ମଧ୍ୟରେ ବାଂଟି ଦିଆଯାଉ। ଏହା ଶୁଣି ଶିଶୁଟିର ପ୍ରକୃତ ମାତା ଚିତ୍କାର କରି ଶିଶୁକୁ ହତ୍ୟା ନ କରି ତାକୁ ଅନ୍ୟ ମହିଳାଙ୍କୁ ଦେଇ ଦେବାକୁ ଗୁହାରି କରିଥିଲେ। କାରଣ ସେ ନିଜେ ଶିଶୁଟିର ମାତା ହୋଇଥିବାରୁ ତାହାର ମୃତ୍ୟୁ ଚାହିଁ ନଥିଲେ। ଏହା ଦ୍ୱାରା ଶିଶୁର ପ୍ରକୃତ ମାତାଙ୍କୁ ଚିହ୍ନଟ କରାଯାଇ ପାରିଥିଲା ବୋଲି ନ୍ୟାୟମୂର୍ତୀ ଦୀକ୍ଷିତ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସଭାପତିତ୍ୱ କରିଥିବା ବେଳେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଲ’ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ସ୍ୱାଗତ ଭାଷଣ ଦେଇଥିଲେ। କଠିନ ପରିଶ୍ରମର ଅନ୍ୟ ବିକଳ୍ପ ନାହିଁ ବୋଲି ପ୍ରକାଶ କରି ନ୍ୟାୟମୂର୍ତୀ ଦୀକ୍ଷିତ କହିଥିଲେ ଯେ ଭାରତର ପ୍ରସିଦ୍ଧ ଆଇନ ବିଶାରଦ ନନି ପାଲଖିୱାଲାଙ୍କ ଉଦାହରଣ ଅନୁକରଣୀୟ। ବମ୍ବେ ବିଶ୍ୱବିଦ୍ୟାଳୟରେ ଆଇନ ଅଧ୍ୟୟନ କରିବା ସମୟରେ ପାଲଖିୱାଲା କୁଳାଧିପତିଙ୍କୁ ଅନୁରୋଧ କରିଥିଲେ ଯେ ବିଶ୍ୱବିଦ୍ୟାଳୟର ପୁସ୍ତକାଗାର ସନ୍ଧ୍ୟା ୫ଟାରେ ବନ୍ଦ ହୋଇଯାଉଥିବାରୁ ତାଙ୍କର ଅଧ୍ୟୟନ ବାଧାପ୍ରାପ୍ତ ହେଉଛି। ତେଣୁ ଏହି ସମୟକୁ ବୃଦ୍ଧି କରିବାକୁ ସେ ପ୍ରାର୍ଥନା କରିଥିଲେ ଏବଂ ତାହା ଗୃହୀତ ହୋଇଥିଲା।

ଏହି ଅଧ୍ୟୟନ ହିଁ ତାଙ୍କୁ ଦେଶର ଜଣେ ପ୍ରତିଷ୍ଠିତ ଆଇନ ବିଶାରଦରେ ପରିଣତ କରିଥିଲା। ମାତ୍ର କେବଳ କଠିନ ପରିଶ୍ରମ ଯଥେଷ୍ଟ ନୁହେଁ ଯଦି ଜଣେ ନିଜର ଲକ୍ଷ୍ୟସ୍ଥଳ ବିଷୟରେ ନ ଜାଣେ। ଆଇନ ଏକ ବ୍ୟବସାୟ ନୁହେଁ ମାତ୍ର ଏକ ମହାନ ବୃତି ଅଟେ। ତେଣୁ ଏହି ବୃତିରେ ପାଦ ଥାପିବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ନୈତିକ ଆଚରଣ କରିବା ଆବଶ୍ୟକ ବୋଲି ନ୍ୟାୟମୂର୍ତୀ ଦୀକ୍ଷିତ କହିଥିଲେ। ଏହି ବୃତିରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ କେବେ ମଧ୍ୟ ନ୍ୟାୟକୁ ବିଳମ୍ବିତ ପ୍ରତ୍ୟାଖିତ ଅବା ବିକ୍ରୀ ହେବାକୁ ଦେବେ ନାହିଁ ବୋଲି ସେ କହିଥିଲେ।
ଛାତ୍ରଛାତ୍ରୀମାନେ ବିଭିନ୍ନ ପୁସ୍ତକ ଅଧ୍ୟୟନ କରିବାର ଆବଶ୍ୟକତା ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ କୌଣସି ଗୋଟିଏ ପୁସ୍ତକ ଉପରେ ନିର୍ଭରଶୀଳ ହେବା ଦେଶର ବା ସଂସ୍କୃତିର ପରିଚାୟକ ନୁହେଁ। ଗୀତା ପ୍ରକାଶ କରେ ଯେ ଜ୍ଞାନ ଆହରଣ ଠାରୁ ଅଧିକ ଉତ୍ସର୍ଗୀକୃତ ବିଷୟ କିଛି ନାହିଁ ବୋଲି ସେ କହିଥିଲେ।

Leave A Reply

Your email address will not be published.