ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଓଡ଼ିଶା ପାଇଁ ପ୍ରଶଂସା ଆଣିଲେ ସସ୍ମିତ୍

0

୨୦ବର୍ଷ ପରେ ଜଣେ ଓଡ଼ିଆ ସାଂସଦ ଭାବେ ରାଜ୍ୟସଭାରେ ଅଧ୍ୟକ୍ଷତା କଲେ

ଭୁବନେଶ୍ବର: ଓଡ଼ିଶା ରାଜନୀତି ଇତିହାସରେ ଆଜି ଆଉ ଏକ ଉଲ୍ଲେଖନୀୟ ଦିଗ ହୋଇରହିବ। ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡ଼ିଆ ସାଂସଦଙ୍କୁ ରାଜ୍ୟସଭାରେ ଅଧ୍ୟକ୍ଷତା କରିବାକୁ ସୁଯୋଗ ମିଳିଛି। ମହାମାରୀ ରୋଗ (ସଂଶୋଧନ) ଅଧ୍ୟାଦେଶ, ୨୦୨୦ ବିଲ୍‌ ଉପରେ ରାଜ୍ୟ ସଭାରେ ତର୍କ ଚାଲିଥିବା ବେଳେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାରେ ଉପାଧ୍ୟକ୍ଷ ଭାବେ ଡେବ୍ୟୁ କରିବାକୁ ସୁଯୋଗ ମିଳିଥିଲା। ବିଜେଡି ସାଂସଦ ଶ୍ରୀ ପାତ୍ର ପୂର୍ବରୁ ସଂସଦରେ ବିତର୍କ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଆଜି ଶ୍ରୀ ପାତ୍ର ରାଜ୍ୟସଭା ପରିଚାଳନା କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ଦଳମତ ନିର୍ବିଶେଷରେ ସାଂସଦମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। କେବଳ ସେତିକି ନୁହେଁ, ଆଜିର ଅଧିବେଶନ କାର୍ଯ୍ୟ ଶେଷ ପରେ ରାଜ୍ୟସଭା ସାଂସଦମାନେ ସେମାନଙ୍କର ଶୁଭେଚ୍ଛା ଜଣାଇଥିଲେ। କହିଥିଲେ ଯେ ଗୃହର ସର୍ବକନିଷ୍ଠ ସାଂସଦ ହୋଇଥିଲେ ହେଁ ତାଙ୍କର ଭଦ୍ର ଆଚରଣ ଓ ଧର୍ଯ୍ୟର ଗୃହ ପରିଚାଳନା କରିବା ପ୍ରଶଂସନୀୟ।

ଅନ୍ୟପକ୍ଷରେ ଏହି ଖୁସିର ମୁହୂର୍ତକୁ ସାଂସଦ ଶ୍ରୀ ପାତ୍ର ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉତ୍ସର୍ଗ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶାର ସାଢେ ଚାରି କୋଟିଙ୍କ ଆଶୀର୍ବାଦ ବିନା ରାଜ୍ୟସଭାକୁ ଆସିବା ତାଙ୍କ ପାଖେ ସମ୍ଭବ ହୋଇନଥାନ୍ତା। ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ଯେ ଓଡ଼ିଶା ଓ ଏହାର ଲୋକମାନଙ୍କ ପାଇଁ ସଂସଦରେ ଏକ ଓଡ଼ିଆ ଭାବେ ସଭାପତିତ୍ବ କରିବା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ ଥିଲା।

Leave A Reply

Your email address will not be published.