ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଓଡ଼ିଶା ପାଇଁ ପ୍ରଶଂସା ଆଣିଲେ ସସ୍ମିତ୍

0

୨୦ବର୍ଷ ପରେ ଜଣେ ଓଡ଼ିଆ ସାଂସଦ ଭାବେ ରାଜ୍ୟସଭାରେ ଅଧ୍ୟକ୍ଷତା କଲେ

ଭୁବନେଶ୍ବର: ଓଡ଼ିଶା ରାଜନୀତି ଇତିହାସରେ ଆଜି ଆଉ ଏକ ଉଲ୍ଲେଖନୀୟ ଦିଗ ହୋଇରହିବ। ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡ଼ିଆ ସାଂସଦଙ୍କୁ ରାଜ୍ୟସଭାରେ ଅଧ୍ୟକ୍ଷତା କରିବାକୁ ସୁଯୋଗ ମିଳିଛି। ମହାମାରୀ ରୋଗ (ସଂଶୋଧନ) ଅଧ୍ୟାଦେଶ, ୨୦୨୦ ବିଲ୍‌ ଉପରେ ରାଜ୍ୟ ସଭାରେ ତର୍କ ଚାଲିଥିବା ବେଳେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାରେ ଉପାଧ୍ୟକ୍ଷ ଭାବେ ଡେବ୍ୟୁ କରିବାକୁ ସୁଯୋଗ ମିଳିଥିଲା। ବିଜେଡି ସାଂସଦ ଶ୍ରୀ ପାତ୍ର ପୂର୍ବରୁ ସଂସଦରେ ବିତର୍କ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଆଜି ଶ୍ରୀ ପାତ୍ର ରାଜ୍ୟସଭା ପରିଚାଳନା କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ଦଳମତ ନିର୍ବିଶେଷରେ ସାଂସଦମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। କେବଳ ସେତିକି ନୁହେଁ, ଆଜିର ଅଧିବେଶନ କାର୍ଯ୍ୟ ଶେଷ ପରେ ରାଜ୍ୟସଭା ସାଂସଦମାନେ ସେମାନଙ୍କର ଶୁଭେଚ୍ଛା ଜଣାଇଥିଲେ। କହିଥିଲେ ଯେ ଗୃହର ସର୍ବକନିଷ୍ଠ ସାଂସଦ ହୋଇଥିଲେ ହେଁ ତାଙ୍କର ଭଦ୍ର ଆଚରଣ ଓ ଧର୍ଯ୍ୟର ଗୃହ ପରିଚାଳନା କରିବା ପ୍ରଶଂସନୀୟ।

ଅନ୍ୟପକ୍ଷରେ ଏହି ଖୁସିର ମୁହୂର୍ତକୁ ସାଂସଦ ଶ୍ରୀ ପାତ୍ର ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉତ୍ସର୍ଗ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶାର ସାଢେ ଚାରି କୋଟିଙ୍କ ଆଶୀର୍ବାଦ ବିନା ରାଜ୍ୟସଭାକୁ ଆସିବା ତାଙ୍କ ପାଖେ ସମ୍ଭବ ହୋଇନଥାନ୍ତା। ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ଯେ ଓଡ଼ିଶା ଓ ଏହାର ଲୋକମାନଙ୍କ ପାଇଁ ସଂସଦରେ ଏକ ଓଡ଼ିଆ ଭାବେ ସଭାପତିତ୍ବ କରିବା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ ଥିଲା।

Leave A Reply

Your email address will not be published.