ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ଗମ୍ଭୀର ହେଉଛି ରାଜନୀତି: ବଡ଼ ଝଟ୍‌କା ଦେଲା ବିଜେଡି

0

ଭୁବନେଶ୍ବର: ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ଚଢଉ କରିବାର ୪୮ ଘଣ୍ଟା ପୂରିନି, ଆଜି ଜାତୀୟ ରାଜନୀତିରେ ଏହାର ବଡ଼ ଝଟ୍‌କା ଦେଖିବାକୁ ମିଳିଛି। ରାଜ୍ୟସଭାରେ କୃଷି ବିଲ୍‌କୁ ବିଜେଡି କଡ଼ା ବିରୋଧ କରିଛି। ସାଂସଦ ଅମର ପଟ୍ଟନାୟକ ଆଜି କହିଛନ୍ତି ଯେ ଏହା ଦ୍ବାରା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ସ୍ବାର୍ଥର ସୁରକ୍ଷା ହୋଇପାରିବ ନାହିଁ। ଏଣୁ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦଳ ଦାବି କରିଛି। ରାଜ୍ୟସଭାରେ ଏବେ ବିଜେଡିର ୯ଜଣ ସାଂସଦ ଅଛନ୍ତି।

ରାଜ୍ୟସଭାରେ କୃଷି ମନ୍ତ୍ରୀ ଏହି ବିଲ୍‌ ପାରିତ ପାଇଁ ଆଣିବା ପରେ ବିଜେଡିର ଏଭଳି ଭୂମିକା ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କଲାଣି। ଏହା କେଉଁଠି ନା କେଉଁଠି ସୂଚାଇ ଦେଇଛି ଯେ ବିଜେଡି-ବିଜେପି ସଂପର୍କରେ ଏକ ବଡ଼ ପରିବର୍ତ୍ତନ ଆସିଛି। କୌଣସି ପରିସ୍ଥିତିରେ ବି ବିଜେଡି ଏବେ ବିଜେପିକୁ ସମର୍ଥନ ଦେବ ନାହିଁ।

କଂଗ୍ରେସ ଏହି ବିଲ୍‌କୁ ପୂର୍ବରୁ ବିରୋଧ କରି ଆସୁଛି। ଉତ୍ତର ପ୍ରଦେଶରେ ମଧ୍ୟ ଏହାକୁ ନେଇ ବଡ଼ ଧରଣର ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି। ଶିରୋମଣି ଅକାଳୀ ଦଳ ଏହି ପ୍ରସଙ୍ଗରେ ସରକାର ଠାରୁ ଦୂରେଇ ଯାଇଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡା ପ୍ରଶ୍ନ କରିଛନ୍ତି ଯେ ସରକାର ଏହି ବିଲ୍‌ ପାରିତ କରିବା ଲାଗି କାହିଁକି ଏତେ ତରବର ହେଉଛନ୍ତି। ସେହିଭଳି ଶିବସେନା ମଧ୍ୟ ବିଲ୍‌କୁ ବିରୋଧ କରିଛି। ତୃଣମୂଳ କଂଗ୍ରେସ ମଧ୍ୟ ଏହାକୁ ତୀବ୍ର ବିରୋଧ କରିଛି।

ଲୋକସଭାରେ ଏହି ବିଲ୍‌ ପାସ୍ କରିଥିବା ବେଳେ ରାଜ୍ୟସଭାରେ ଏଭଳି ସ୍ଥିତି ବିଜେପିକୁ ଅକଳରେ ପକାଇ ଦେଇଛି। ତେବେ ଏହି ଘଟଣାରେ ବିିଜେଡି ପାଇଁ ବିଜେପି ଓଡ଼ିଶାରେ କିଭଳି ଆଭିମୁଖ୍ୟ ଗ୍ରହଣ କରୁଛି, ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.