ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ଦେଶରେ ୨୪ଘଣ୍ଟାରେ ଲକ୍ଷେ ରୋଗୀ ସୁସ୍ଥ

0
  • ଓଡ଼ିଶାରେ କରୋନା ସୁସ୍ଥତା ହାର ଦେଢ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଏକ ଅଭୂତପୂର୍ବ ସଫଳତା ସ୍ୱରୂପ ଦେଶରେ ଗୋଟିଏ ଦିନରେ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ଵ (୧,୦୧,୪୬୮) ନୂତନ ରୋଗୀ ସୁସ୍ଥ ହୋଇଛନ୍ତି। ଏକ ସଫଳତାର ନିଦର୍ଶନ ସ୍ୱରୂପ ଦିନକରେ ଏତେ ରୋଗୀ ସୁସ୍ଥ ହେବା ଗତ ୪ ଦିନଧରି ଲାଗି ରହିଛି। ଏଥିସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ପାଖାପାଖି ୪୫ ଲକ୍ଷରେ (୪୪, ୯୭, ୮୬୭) ପହଞ୍ଚିଛି ଏବଂ ଆରୋଗ୍ୟ ହାର ୮୦.୮୬ ପ୍ରତିଶତକୁ ଛୁଇଁଛି।

ଶତକଡା ୭୯ ଭାଗ ସୁସ୍ଥ ରୋଗୀ ୧୦ଟି ରାଜ୍ୟରୁ ବୋଲି ଜଣାପଡିଛି। ସେଗୁଡିକ ହେଲା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ତାମିଲନାଡୁ, ଓଡିଶା, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ ଓ ପଞ୍ଜାବ। ବିଶେଷକରି ଓଡ଼ିଶା ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ଦେଢ଼ ଲକ୍ଷ ଟପିଛି। ଆଜି ୩୮୩୪ ଜଣ ସୁସ୍ଥ ହେବା ପରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୫୩ ହଜାର ୨୧୩କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୩୪ ହଜାର ୩୨୪ ଚିକିତ୍ସାଧୀନ କରୋନା ରୋଗୀ ରହିଛନ୍ତି। 

ଗୋଟିଏ ଦିନରେ ମହାରାଷ୍ଟ୍ରରେ ସର୍ବାଧିକ ୩୨ ହଜାରରୁ ଉର୍ଦ୍ଧ୍ଵ (୩୧.୫ପ୍ରତିଶତ) ନୂତନ ରୋଗୀ ସୁସ୍ଥ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧୦ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି। ଦେଶର ଏହି ଆରୋଗ୍ୟ ହାର ବିଶ୍ଵରେ ସର୍ବାଧିକ ବୋଲି ଜଣାପଡିଛି। ନିରବଛିନ୍ନ ପରୀକ୍ଷା, ଚିହ୍ନଟ ଓ ଉପଚାର ଯୋଗୁଁ ଏହି ଉନ୍ନତ ସୁସ୍ଥତା ହାର ହାସଲ ହୋଇପାରିଛି। କେନ୍ଦ୍ର ସରକାରଙ୍କ କୋଭିଡ ନିୟମାବଳୀ ଓ ନୂତନ ଭାବେ ଉପଲବ୍ଧ ହେଉଥିବା ବୈଷୟିକ ଜ୍ଞାନର ସଠିକ ପ୍ରୟୋଗ ଯୋଗୁଁ ଏହି ସଫଳତା ହାସଲ ହୋଇପାରିଛି।

କେନ୍ଦ୍ର ସରକାରଙ୍କ ପରୀକ୍ଷାମୂଳକ ଉପଚାର ବାବଦ ରେମଡିସିଭିର, କୋନଭାଲେଣ୍ଟ ପ୍ଲାଜମା ଏବଂ ତୋଷିଲିଜୁମାବର ପ୍ରୟୋଗକୁ ଅନୁମତି ଦେଇଛନ୍ତି । ଏହାଛଡା ଅଧିକ ଅମ୍ଳଜାନ ବ୍ୟବହାର ଓ ଅନ୍ୟାନ୍ୟ ପଦ୍ଧତି ଅବଲମ୍ବନ ଯୋଗୁଁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି। ଏହା ବ୍ୟତୀତ ଘରକୁ ଘର ବୁଲି ରୋଗୀଙ୍କୁ ନିରୀକ୍ଷଣ, ସ୍ୱଳ୍ପ ଲକ୍ଷଣଯୁକ୍ତ ରୋଗୀଙ୍କ ଉପଚାର, ଉନ୍ନତ ଆମ୍ବୁଲାନ୍ସ ସେବା ଓ ସମୟୋପଯୋଗୀ ଚିକିତ୍ସା ଯୋଗୁଁ ଏହା ସମ୍ଭବ ହୋଇଛି । ନୂଆଦିଲ୍ଲୀସ୍ଥିତ ଏମ୍ସର ସକ୍ରିୟ ସହଯୋଗରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟରତ ଆଇସିୟୁ ଡାକ୍ତରମାନଙ୍କ ପାଇଁ କୋଭିଡ ପରିଚାଳନାଯୁକ୍ତ ତାଲିମ ମଧ୍ୟ ପ୍ରଦାନ କରାଯାଉଛି । ସପ୍ତାହରେ ମଙ୍ଗଳବାର ଓ ଶୁକ୍ରବାର ଦୁଇଦିନ ହୋଇଥିବା ଟେଲି ପରାମର୍ଶ ଯୋଗୁଁ ଦେଶରେ ସୁସ୍ଥତା ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବା ପରିଲକ୍ଷିତ ହୋଇଛି ।  ଏପର୍ଯ୍ୟନ୍ତ ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ଇ-ଆଇସିୟୁ ୨୭୮ଟି ହସ୍ପିଟାଲରେ ଅନୁଷ୍ଠିତ ହୋଇଛି ।

କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରୁଥିବା କର୍ମଚାରୀଙ୍କୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପଠାଉଛନ୍ତି । ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଦ୍ଵାରା ଅମ୍ଳଜାନ ଉପଲବ୍ଧତା ଓ ଅନ୍ୟାନ୍ୟ ଚିକିତ୍ସାଗତ ସୁବିଧା ସମ୍ପର୍କରେ ତଦାରଖ କରାଯାଉଛି । ଏହାର ଫଳସ୍ଵରୂପ ଦେଶରେ ଅଧିକ ଆରୋଗ୍ୟ ଲାଭ କରୁଥିବା ବେଳେ ମୃତ୍ୟୁହାର ବର୍ତ୍ତମାନ ୧.୫୯ ପ୍ରତିଶତକୁ ଖସିଆସିଛି ।

Leave A Reply

Your email address will not be published.