ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଡିଆରଡିଓ ପକ୍ଷରୁ ଅଭ୍ୟାସ ବିମାନର ସଫଳ ପରୀକ୍ଷଣ

0

ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର ପରୀକ୍ଷା ସଫଳତାର ସହ କରାଯାଇଛି । ଓଡିଶାର ବାଲେଶ୍ଵରସ୍ଥିତ ଆଇଟିଆରରୁ ଏହି ପରୀକ୍ଷା ସମ୍ପନ୍ନ ହୋଇଛି । ପରୀକ୍ଷା ସମୟରେ ଦୁଇଟି ପରୀକ୍ଷାମୂଳକ ଯାନକୁ ସଫଳତାର ସହିତ ଉଡ଼ାଯାଇଥିଲା । ଏହି ଯାନ ବିଭିନ୍ନ କ୍ଷେପଣାସ୍ତ୍ର ପଦ୍ଧତିର ମୂଲ୍ୟାୟନ ପାଇଁ ଲକ୍ଷ୍ୟ ଭାବେ ବ୍ୟବହାର କରାଯାଇଥାଏ ।

ଡିଆରଡିଓର ବିମାନ ବିକାଶ ପ୍ରତିଷ୍ଠାନ (ଏଡିଇ) ପକ୍ଷରୁ ଅଭ୍ୟାସର ପରିପାଟି ବିକଶିତ ହୋଇଛି । ଏହି ବାୟୁ ଯାନ ଦୁଇଟି ଅଣ୍ଡର ସ୍ଲଙ୍ଗ ବୁଷ୍ଟର ସାହାଯ୍ୟରେ ଛଡା ଯାଇଥାଏ । ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନରୁ ଲାପଟପ ଜରିଆରେ ଏହି ବାୟୁ ଯାନର ଗତିବିଧି ଓ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଇଥାଏ ।

ପରୀକ୍ଷା ବେଳେ 5 କିଲୋମିଟର ଉଚ୍ଚତାରେ ଏହାକୁ ବ୍ୟବହାର କରାଯାଏ ଏବଂ ଏହି ଯାନ ସଫଳତାର ସହ ସମସ୍ତ ଲକ୍ଷ୍ୟ ହାସଲ କରିପାରୁଥିବା ଜଣାପଡୁଛି ।

Leave A Reply

Your email address will not be published.