ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ଚିଡିଆଖାନା ପାଇଁ ଏତେ କଟକଣା

0

ଭୁବନେଶ୍ବର: ରାଜ୍ୟରେ ଚିଡ଼ିଆଖାନା ସମେତ ହରିଣ ପାର୍କ ଅକ୍ଟୋବର ୪ରୁ ଖୋଲିବ। ଆଜି ଏ ସଂକ୍ରାନ୍ତରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ ନିର୍ଦେଶନାମା ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ସାମାଜିକ ଦୂରତା ରଖି ପର୍ଯ୍ୟଟକ ଯେପରି ଛିଡା ହେବେ, ସେ ନେଇ ବ୍ୟବସ୍ଥା ହେବ। ପ୍ରବେଶ ପଥ ଠାରୁ ଆରମ୍ଭ କରି ଶୌଚାଳୟ ଯାଏ ସାମାଜିକ ଦୂରତାକୁ ସମସ୍ତେ ଗୁରୁତ୍ବ ଦେବେ। କର୍ମଚାରୀ କୋଭିଡ୍ ନିୟମ ପାଳନ କରିବେ ଓ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ହେବ।

ମାନୁଆଲ୍‌ ଟିକେଟ୍‌ ବୁକିଂ ବଦଳରେ ଇ-ଟିକେଟ୍‌ ବୁକିଂ କରାଯିବ। ଦିନକୁ ଅତିବେଶୀରେ ୧୫୦୦ ପର୍ଯ୍ୟଟକ ନନ୍ଦନକାନନ ଭଳି ଚିଡିଆଖାନାକୁ ଯାଇପାରିବେ। ସେହିଭଳି ମିନି ଚିଡ଼ିଆ ଖାନାକୁ ୩୦୦ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ। ପ୍ରବେଶ ଠାରୁ ପ୍ରସ୍ଥାନ ଯାଏ ସମସ୍ତେ ମାସ୍କ ପିନ୍ଧିବେ। ତେବେ ବୟସ୍କ ଓ ଶିଶୁଙ୍କୁ ଏବେ ନ ଛାଡିବା ଲାଗି କର୍ତ୍ତୃପକ୍ଷ ନିବେଦନ କରିଛନ୍ତି।

ଭିଡ଼ ଉପରେ ନଜର ରଖିବା ଲାଗି କୁହାଯାଇଛି। ସେହିଭଳି ଛେପ ଫିଙ୍ଗିବା ଠାରୁ ଆରମ୍ଭ କରି ତମାଖୁ, ସିଗାରେଟ୍ ଉପରେ ବି ନିଷେଧାଦେଶ ଜାରି ହୋଇଛି। ପର୍ଯ୍ୟଟକଙ୍କ ଶରୀରରୁ ପ୍ରବେଶ ପଥରେ ବିଶୋଧନ କରାଯିବ। ପର୍ଯ୍ୟଟକ ନିଜ ଖାଦ୍ୟ ନେବେ ଓ ପାଣି ବ୍ୟବହାର କରିବେ।

ଛି।

Leave A Reply

Your email address will not be published.