ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚିଡିଆଖାନା ପାଇଁ ଏତେ କଟକଣା

0

ଭୁବନେଶ୍ବର: ରାଜ୍ୟରେ ଚିଡ଼ିଆଖାନା ସମେତ ହରିଣ ପାର୍କ ଅକ୍ଟୋବର ୪ରୁ ଖୋଲିବ। ଆଜି ଏ ସଂକ୍ରାନ୍ତରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ ନିର୍ଦେଶନାମା ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ସାମାଜିକ ଦୂରତା ରଖି ପର୍ଯ୍ୟଟକ ଯେପରି ଛିଡା ହେବେ, ସେ ନେଇ ବ୍ୟବସ୍ଥା ହେବ। ପ୍ରବେଶ ପଥ ଠାରୁ ଆରମ୍ଭ କରି ଶୌଚାଳୟ ଯାଏ ସାମାଜିକ ଦୂରତାକୁ ସମସ୍ତେ ଗୁରୁତ୍ବ ଦେବେ। କର୍ମଚାରୀ କୋଭିଡ୍ ନିୟମ ପାଳନ କରିବେ ଓ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ହେବ।

ମାନୁଆଲ୍‌ ଟିକେଟ୍‌ ବୁକିଂ ବଦଳରେ ଇ-ଟିକେଟ୍‌ ବୁକିଂ କରାଯିବ। ଦିନକୁ ଅତିବେଶୀରେ ୧୫୦୦ ପର୍ଯ୍ୟଟକ ନନ୍ଦନକାନନ ଭଳି ଚିଡିଆଖାନାକୁ ଯାଇପାରିବେ। ସେହିଭଳି ମିନି ଚିଡ଼ିଆ ଖାନାକୁ ୩୦୦ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ। ପ୍ରବେଶ ଠାରୁ ପ୍ରସ୍ଥାନ ଯାଏ ସମସ୍ତେ ମାସ୍କ ପିନ୍ଧିବେ। ତେବେ ବୟସ୍କ ଓ ଶିଶୁଙ୍କୁ ଏବେ ନ ଛାଡିବା ଲାଗି କର୍ତ୍ତୃପକ୍ଷ ନିବେଦନ କରିଛନ୍ତି।

ଭିଡ଼ ଉପରେ ନଜର ରଖିବା ଲାଗି କୁହାଯାଇଛି। ସେହିଭଳି ଛେପ ଫିଙ୍ଗିବା ଠାରୁ ଆରମ୍ଭ କରି ତମାଖୁ, ସିଗାରେଟ୍ ଉପରେ ବି ନିଷେଧାଦେଶ ଜାରି ହୋଇଛି। ପର୍ଯ୍ୟଟକଙ୍କ ଶରୀରରୁ ପ୍ରବେଶ ପଥରେ ବିଶୋଧନ କରାଯିବ। ପର୍ଯ୍ୟଟକ ନିଜ ଖାଦ୍ୟ ନେବେ ଓ ପାଣି ବ୍ୟବହାର କରିବେ।

ଛି।

Leave A Reply

Your email address will not be published.