ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ମହିଳା ଶାଖାକୁ ଅଣଦେଖା କାହିଁକି?

0
  • ୨୦ବର୍ଷ ବିିତିଗଲା, ଅଥଚ ବିଜେଡି ମହିଳା ଚେହେରା ସୃଷ୍ଟି କରିବାରେ ବିଫଳ
  • ଶିକ୍ଷିତ ମହିଳା ବିଜେଡିକୁ ମୁହଁ ମୋଡିଲେଣି, ସୋସିଆଲ ମିଡ଼ିଆରୁ ମିଳୁଛି ସଙ୍କେତ
  • ମହିଳା ଭୋଟରଙ୍କ ଉପରେ ବିଜେପି ନଜର, ବଡ଼ ଯୋଜନା ପାଇଁ କସରତ ଆରମ୍ଭ

ଭୁବନେଶ୍ବର: ବିଜେଡି ପାଞ୍ଚ ପାଞ୍ଚ ଥର ନିର୍ବାଚନ ଜିତିବା ପଛରେ ଦୁଇଟି ବଡ ରହସ୍ୟ ରହିଛି। ବିରୋଧୀ ପକ୍ଷକୁ ନିଷ୍ପ୍ରଭ କରି ରଖିବା ଓ ମହିଳା ଭୋଟ ହାତେଇବାରେ ସଫଳ ହେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ରାଜନୈତିକ ସଫଳତାର ହିସାବନିକାସ କରିବା ବେଳେ ରାଜନୈତିକ ପଣ୍ଡିତମାନେ ଏଭଳି ମତପୋଷଣ କରି ଆସିଛନ୍ତି।

ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରମୁଖ ବିରୋଧୀ ଦଳ ଭାବେ କୌଣସି ରାଜନୈତିକ ଶକ୍ତି ମୁଣ୍ଡ ଟେକି ପାରିନାହାନ୍ତି। କଂଗ୍ରେସ ଏ କ୍ଷେତ୍ରରେ ବିଫଳ ହୋଇଥିଲା। କେନ୍ଦ୍ରୀୟ ନେତା ବିଜେଡି ସହିତ ସଲାସୁତୁରାରେ ରହିବା ଓ ରାଜ୍ୟ କଂଗ୍ରେସ ଭିତରେ ଅନ୍ତଃକନ୍ଦଳ ଦଳ ପାଇଁ ଢେର୍ କ୍ଷତି ପହଞ୍ଚାଇଛି ଓ ନବୀନ ଯଥେଷ୍ଟ ଲାଭ ଗୋଟାଇଛନ୍ତି।

ବିଜେପି କ୍ଷେତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଚି ହୋଇଛି। ଏବେ ଯାଏ ଲୋକଙ୍କ ସାମ୍ନାରେ ବିଜେପି ନିଜର ପତିଆରା ସାବ୍ୟସ୍ତ କରିପାରିନାହିଁ। କେନ୍ଦ୍ରୀୟ ବାଧ୍ୟବାଧକତା କାରଣରୁ ଦଳ କିଛି ମାସ ଗର୍ଜନ କରୁଛି ଓ ଆଉ କିଛି ମାସ ନିରବରେ ରହୁଛି। ଏହାଦ୍ବାରା ବିଜେପିର ଭାବମୂର୍ତି କେବଳ ଯେ ପ୍ରଭାବିତ ହେଉଛି ତା ନୁହେଁ, ଦଳ ବିଶ୍ବସନୀୟ ହୋଇପାରୁନାହି୍‌ ଓ ଲାଭ ପୁଣି ନବୀନଙ୍କୁ ଯାଉଛି।

ହେଲେ ୨୦୦୯ ନିର୍ବାଚନ ପରଠାରୁ ନବୀନଙ୍କୁ ଥରକୁ ଥର ଅଧିକ ଆସନ ଦେବାରେ ମହିଳା ଭୋଟ ବଡ ଭୂମିକା ନିର୍ବାହ କରିଛି। ସରକାରଙ୍କ ମିସନ ଶକ୍ତି ଏ ଦିଗରେ ବଡ ଭୂମିକା ନେଉଥିବା କଥା କୁହାଯାଉଛି। ଏହାବାଦ୍ ମହିଳାମାନଙ୍କର ନବୀନଙ୍କ ପ୍ରତି ଭଲପାଇବା ସ୍ବତନ୍ତ୍ର ଭାବରେ ରହିଛି। ଏପରିକି ରାଜ୍ୟରେ ମହିଳା ନିର୍ଯାତନା ନେଇ ଯେତେ ବିରୋଧୀ ଚିତ୍କାର କଲେ ବି ନବୀନଙ୍କ ବିରୋଧରେ ଏହି ଅସ୍ତ୍ର ଆଜି ପର୍ଯ୍ୟନ୍ତ ଅକାମୀ ରହିଛି।

୨୦୧୯ ନିର୍ବାଚନରେ ମହିଳା ଭୋଟ ବିଜେପିକୁ ଦୂରେଇ ରଖିବାରେ ବଡ଼ ଭୂମିକା ଗ୍ରହଣ କରିଥିଲା। ମିସନ ଶକ୍ତିର ଜବରଦସ୍ତ ପ୍ରଭାବ ପଡିଥିଲା। କିନ୍ତୁ ୨୦୨୦ ସାଂଗଠନିକ ପୁନର୍ବିନ୍ୟାସ କାର୍ଯ୍ୟକ୍ରମରେ ଭିନ୍ନ ଆଭାସ ମିଳୁଛି। ବିଜେଡିର ମହିଳା ଶାଖା ଏଯାଏ ଗଠନ ହୋଇପାରିଲା ନାହିଁ। ଦଳ ଗତ ୨୦ବର୍ଷ ଭିତରେ ଗୋଟିଏ ଦକ୍ଷ ମହିଳା ଚେହେରା ରାଜ୍ୟରେ ସୃଷ୍ଟି କରିବାରେ ବିଫଳ ହୋଇଛି। ଏକଦା ଡାଲି ଦୁର୍ନୀତିରେ ଛନ୍ଦି ହୋଇ ମନ୍ତ୍ରୀ ପଦ ହରାଇଥିବା ପ୍ରମିଳା ମଲ୍ଲିକଙ୍କ ବାହାରେ ଦଳ ଆଉ ନୂଆ ଚେହେରା ପାଉନାହିଁ।

ଆହୁରି କୌତୂହଳର କଥା ଦେଖିବାକୁ ମିଲିଲାଣି ଯେ ନୂଆ ବର୍ଗର ଶିକ୍ଷିତା ମହିଳା ବିଜେଡି ଅପେକ୍ଷା ବିଜେପିକୁ ଅଧିକ ପସନ୍ଦ କରିବା ଆରମ୍ଭ କରିଛନ୍ତି। ଉଭୟ ଦଳର ସୋସିଆଲ୍ ମିଡ଼ିଆ ଏଭଳି ଆଭାସ ଦେଉଛି। ଏହା ସତ୍ତ୍ବେ ବିଜେଡି ଶୀର୍ଷ ନେତୃତ୍ବ ମହିଳା ନେତୃତ୍ବ ବା ମୁହଁ ତିଆରି କରିବା ଲାଗି କୌଣସି ଉଦ୍ୟମ ନ କରିବା, ସର୍ବୋପରି ଶିକ୍ଷିତା ବର୍ଗର ମହିଳାଙ୍କୁ ନିଜ ଆଡକୁ ନ ଟାଣିବା ଆଗକୁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି। ଏମିତିରେ ବି ମହିଳା ଭୋଟ ବିଭାଜନ ଲାଗି କ୍ଷେତ୍ର ପ୍ରସ୍ତୁତି ହେଲାଣି। ଯଦି ବେଳହୁଁ ରୋକାନଯିବ, ତେବେ ସ୍ଥିତି ଗମ୍ଭୀର ହୋଇପାରେ।

ଜଣେ ଅଭିଜ୍ଞ ରାଜନେତାଙ୍କର କହିବା କଥା ହେଲା, ଗତ ନିର୍ବାଚନମାନଙ୍କରେ ଯୁବ ଓ ଛାତ୍ର ଗୋଷ୍ଠୀର ଅଧିକ ସମର୍ଥନ ପାଇ ବିଜେପି ରାଜ୍ୟରେ ୧କୋଟି ପାଖାପାଖି ଭୋଟ ହାସଲ କରିଥିଲା। ଆଜି ଦିନରେ ବି ଏହି ଗୋଷ୍ଠୀ ବିଜେପି ସହିତ ଯୋଡି ହୋଇ ରହିଛନ୍ତି। ଏସବୁ ଜାଣି ବି  ଯୁବ ଓ ଛାତ୍ର ସଂଗଠନ ଉପରେ ଦଳ ବିଶେଷ ଗୁରୁତ୍ବ ଦେଇଛି। ଏହା ହୋଇପାରେ ଯେ ଏହି ବର୍ଗକୁ ଅଧିକ ସକ୍ରିୟ କରି ନୂଆ ଭୋଟରଙ୍କୁ ବିଜେଡି ସହିତ ଯୋଡିବା ଲାଗି ନେତୃତ୍ବ ଚାହିଁଥାଇ ପାରୁଥାନ୍ତି। ହେଲେ ଏଥିରେ ବିଶେଷ ସଫଳତା ଯେ ମିଳିବ, ସେ ଆଶା କମ୍। କାରଣ ଯୁବ ଓ ଛାତ୍ର ରାଜନୀତିକୁ ନିରେଖି ଦେଖିଲେ ବୁଝାପଡୁଛି ଯେ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଦୁର୍ନାମ ଅଧିକ। ଆଭ୍ୟନ୍ତରୀଣ କନ୍ଦଳ, ଜଣେ ଅନ୍ୟଜଣକୁ ବରଦାସ୍ତ ନ କରିବା, ବରିଷ୍ଠମାନେ ଏବେ ବି ଉଭୟ ସଙ୍ଗଠନକୁ ନିଜ ନିୟନ୍ତ୍ରଣରେ ରଖିବା ଲାଗି କସରତ ଚଳାଇବା ଏମିତି ଅନେକ କାରଣ ଏଥିପାଇଁ ଦାୟୀ।

ଯଦି ବିଜେଡି ଯୁବ ଓ ଛାତ୍ରଙ୍କ ଭୋଟ ହାତେଇବ ବୋଲି ମହିଳା ଶାଖା‌କୁ ଅଣଦେଖା କରେ, ତେବେ ଏକ ବଡ଼ କ୍ଷତି ପହଞ୍ଚିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ ବୋଲି ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି।

ପ୍ରକାଶଥାଉକି, ଗଣମାଧ୍ୟମରେ ଗର୍ଜନ ତର୍ଜନ କରିପାରୁଥିବା ନେତ୍ରୀଙ୍କ ପ୍ରତି ଓଡ଼ିଶା ଭଳି ରାଜ୍ୟରେ ଗ୍ରହଣୀୟତା ବେଶ୍ କମ୍। ବରଂ ଲୋକଙ୍କ ଦୃଷ୍ଟିରେ ଓଡ଼ିଆ ଛାପ ଥିବା ମହିଳା ବେଶୀ ପ୍ରଭାବୀ ସାବ୍ୟସ୍ତ ହେବେ। ବିଜେଡି ଏ କ୍ଷେତ୍ରରେ ଆଦୌ ଗୁରୁତ୍ବ ଦେଇନଥିବା ଯୋଗୁ ମହିଳା ଭୋଟ ହାତରେ ସୁରକ୍ଷିତ ରଖିବା ଲାଗି ସରକାରଙ୍କୁ ଅନେକ କାର୍ଯ୍ୟକ୍ରମ ଉଠାଇବାକୁ ହେଉଛି। ଗତ ନିର୍ବାଚନରେ ବି ମିସନ ଶକ୍ତିର ଗୋଟିଚାଳନା ହୋଇନଥିଲେ ଦଳ ଦୋହଲିଯାଇଥାନ୍ତା। କିନ୍ତୁ ଦଳର ସଭାନେତ୍ରୀ ଅଥବା ଶୀର୍ଷସ୍ତରରେ ଥିବା ମହିଳା ନେତ୍ରୀମାନେ ବିଜେଡି ପାଇଁ ସେମିତି କିଛି ଭୋଟ ଗୋଟାଇ ପାରିଲେନି କି ଲୋକଙ୍କ ସାମ୍ନାରେ ଦଳର ଭାବମୂର୍ତି ବଢାବା କ୍ଷେତ୍ରରେ ସଫଳ ହୋଇପାରିଲେ ନାହିଁ।

ବେଳ ଥାଉ ଥାଉ ଯଦି ବିଜେଡି ନେତା ନ ହେଜିବେ, ଖୁ୍ବ୍ ଶୀଘ୍ର ମହିଳା ଭୋଟରେ ବିଜେପି କେନ୍ଦ୍ରୀୟ ଯୋଜନା ଛଳରେ ଚୋଟ ପକାଇବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଗତ ନିର୍ବାଚନରେ ଉଜ୍ଜ୍ବଳା ଯୋଜନା ଜରିଆରେ ଘରେ ପଶିଥିଲା ବିଜେପି, ଏବେ ନୂଆ କାର୍ଯ୍ୟକ୍ରମକୁ ଧରି ଆଗକୁ ବଢିବା ଲାଗି ଉଦ୍ୟମ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଲାଣି।

Leave A Reply

Your email address will not be published.