ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ବିଜେଡି ପ୍ରାର୍ଥୀ ଚୂଡାନ୍ତ, ଯେ କୌଣସି ମୁହୂର୍ତ୍ତରେ ଘୋଷଣା

0

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସେପଟେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେଡି ଉଭୟ ଆସନ ଲାଗି ପ୍ରାର୍ଥୀ ଚୟନ ଚୂଡାନ୍ତ କରିଛି। ଯେ କୌଣସି ମୁହୂର୍ତ୍ତରେ ବିଜେଡି ମୁଖିଆ ଏହି ତାଲିକା ଉପରେ ମୋହର ଲଗାଇପାରନ୍ତି।

ବିଜେଡି କ୍ଷମତା ଅଳିନ୍ଦ ଖବର ଅନୁସାରେ, ତିର୍ତ୍ତୋଲ ଆସନରେ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ପ୍ରାର୍ଥୀ ହେବା ସମ୍ଭାବନା ଉଜ୍ଜ୍ୱଳ। ଏନେଇ ଏକପ୍ରକାର ସହମତି ହେବାପରେ ଦଳୀୟ ନେତାମାନେ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି।

ସେହିପରି ଆଜି ବିଳମ୍ବିତ ରାତିରେ ବାଲେଶ୍ୱର ଆସନ ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ପ୍ରାର୍ଥୀ କରିବା ନେଇ ସହମତି ହୋଇଛି। ବିଜେଡି ସର୍ଭେ ସଂକେତ ଦେଉଛି ଯେ ରବି ଜେନାଙ୍କ ବ୍ୟତୀତ ଅନ୍ୟ କେହି ନିର୍ବାଚନ ଜିତିବା କଷ୍ଟସାଧ୍ୟ ହୋଇପାରେ। ଏପରିକି ତାଙ୍କ ପତ୍ନୀଙ୍କ ପ୍ରାର୍ଥୀତ୍ବ ପ୍ରତି ବିଶେଷ ଜନ ସମର୍ଥନ ନାହିଁ। ଅରୁଣ ଦେ ଜଣେ ଭଲ ପ୍ରାର୍ଥୀ ହୋଇଥିଲେ ହେଁ ଅସୁସ୍ଥତା ତାଙ୍କ ପାଇଁ ବଡ ସମସ୍ୟା ହୋଇଛି।

ରବିଙ୍କୁ ପ୍ରାର୍ଥୀ କରିବା ସହ ବିଜେଡି ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶଙ୍କୁ ଥଇଥାନ କରିବା ସମ୍ଭାବନା ବଢିଯାଇଛି। ଯଦି ବିଜେଡି ଭଲ ଭୋଟରେ ଜିତିବ ତେବେ ଦଳ ଶ୍ରୀ ଦାଶଙ୍କୁ ଏକ ଭଲ ନିଗମ ଦେବାକୁ ବିଚାର କରୁଛି। ଏହାଦ୍ୱାରା ବିଜେଡି ଜିଲ୍ଲା ରାଜନୀତିରେ ଭାରସାମ୍ୟ ରଖିବ। ରବି ଜେନା ଜିତିଲେ ଦଳ ତାଙ୍କୁ ମନ୍ତ୍ରୀ ପଦ ଦେଇପାରେ।

ଦଳର ଆଉ ଗୋଟେ ଗୋଷ୍ଠୀ ଟିକେଟ ରହସ୍ୟ ବଢାଇବା ପାଇଁ ଜଣେ ନୂଆ ପ୍ରାର୍ଥୀ ଦିଆଯିବ ବୋଲି କହୁଛନ୍ତି। କିନ୍ତୁ ରାଜନୈତିକ ମହଲ ବିଚାର କରୁଛନ୍ତି, ରବିଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରାର୍ଥୀ ଟିକେଟ ପାଇଲେ ଆସନ ବିଜେପି ହାତରୁ ଛଡ଼ାଇବା ବିଜେଡି ପାଇଁ କଷ୍ଟସାଧ୍ୟ ହେବ।

Leave A Reply

Your email address will not be published.