ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଆହୁରି ଅଢେଇ ମାସ ବଡ଼ ବିପଦ

0
  • ଏମ୍‌ସ ଓ କେନ୍ଦ୍ରୀୟ ଡାକ୍ତରଖାନାକୁ ସତର୍କ କରାଇଲା କେନ୍ଦ୍ର
  • ପାର୍ବଣ ଓ ଶୀତଋତୁ ପାଇଁ ତନାଘନା କଲେ ଡାକ୍ତର ହର୍ଷବର୍ଦ୍ଧନ
  • ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ବି ଚେତାବନୀ ଦେଇଥିଲେ

ନୂଆଦିଲ୍ଲୀ: ଉଭୟ ପାର୍ବଣ ଏବଂ ଶୀତଋତୁ ପାଇଁ ସତର୍କ ରହିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଆହ୍ବାନ ଦେବାର ୨୪ ଘଣ୍ଟା ପୂରିନି, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଆଜି ସମସ୍ତ ଏମ୍‌ସ ଏବଂ କେନ୍ଦ୍ର ସରକାରଙ୍କ ଡାକ୍ତରଖାନାକୁ ଚେତାଇ ଦେଇଛନ୍ତି ଯେ ଆସନ୍ତା ଅଢେଇ ମାସ କରୋନା ଲଢେଇରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ।
ଭିଡ଼ିଓ କନଫରେନ୍ସିଂ ଯୋଗେ ଆଲୋଚନା କରି ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ୍ ଆଚରଣ ବିଧି ପାଳନ କଡ଼ାକଡ଼ି ପାଳନକୁ ସୁନିଶ୍ଚିତ କରାଯିବା ଦରକାର। ମହାମାରୀ ବିରୋଧରେ ଦେଶର ସାମୂହିକ ସଂଗ୍ରାମରେ ଆସନ୍ତା ମାସ ଅନେକ ମହତ୍ତ୍ବ ରଖୁଛି।

“ଆମେ ବର୍ତ୍ତମାନ କୋଭିଡ୍-୧୯ ବିରୋଧରେ ଲଢେଇ କ୍ଷେତ୍ରେରେ ଦଶମ ମାସରେ ପ୍ରବେଶ କରୁଛୁ। ଜାନୁଆରୀ ୮ ତାରିଖରେ କୋଭିଡ୍ ମୁକାବିଲା ନେଇ ବିଶେଷଜ୍ଞ ଗୋଷ୍ଠୀର ପ୍ରଥମ ବୈଠକ କରାଯାଇଥିଲା। ସେବେଠାରୁ ଏହି ବୈଠକ ନିୟମିତ ବ୍ୟବଧାନରେ ଚାଲିଛି। ଏକଥା ଆମେ ଆଜି ଦାବି କରିପାରିବା ଯେ କୋଭିଡ୍ ଲଢେଇରେ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ସୃଷ୍ଟି କରାଯାଇପାରିଛି ଓ ଦେଶରେ ୯୦ଲକ୍ଷରୁ ଅଧିକ ଶଯ୍ୟା, ୧୨ହଜାରରୁ ଅଧିକ କ୍ୟାଣ୍ଟିନ୍ ଏବଂ ୧୯୦୦ରୁ ଅଧିକ ଲ୍ୟାବ୍ ହୋଇଛି।’’ ବୋଲି ଡାକ୍ତର ହର୍ଷବର୍ଦ୍ଧନ କହିଥିଲେ।

ବର୍ତମାନ ସମୟର ଆହ୍ବାନ ସଂପର୍କରେ ଚେତାବନୀ ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ, “ଶୀତ ଋତୁ ଏବଂ ପାର୍ବଣ ହେତୁ କରୋନା ବିରୋଧରେ ଲଢେଇ ଆଗାମୀ ଅଢେଇ ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ। ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ କୋଭିଡ୍ ନିୟମାବଳୀ ପାଳନ କରାଯିବା ଏବେ ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ବ ଅଟେ।’’ ସେଥିପାଇଁ ବ୍ୟାପକ ସଚେତନତା ଆବଶ୍ୟକ େବାଲି କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏଠାରେ ଉଲ୍ଲେଖଥାଉକି, କରୋନା ଜୀବାଣୁ ଏବେ ସମଗ୍ର ବିଶ୍ବର ବିକାଶ ପ୍ରକ୍ରିୟାରେ ବଡ଼ ବାଧକ ସାଜିଛି। ଏହି ଭୁତାଣୁ ରୋକିବାରେ କେବଳ ଶାରୀରିକ ଦୂରତ୍ବ ପ୍ରଭାବୀ ସାବ୍ୟସ୍ତ ହୋଇଛି। ଏହାସହିତ ମାସ୍କ, ହାତ ଧୋଇବା ସବୁଠାରୁ ବଡ଼ ଫର୍ମୁଲା। ଏହାଦ୍ବାରା ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ଭୁତାଣୁ ସଂକ୍ରମଣ ରୋକାଯାଇପାରିବ ବୋଲି ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.