ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଉପନିର୍ବାଚନ କାହା ପାଇଁ କେତେ ଗୁୁରୁତ୍ବପୂର୍ଣ୍ଣ ?

0
  • ବିଜେଡି ଜିତିଲେ ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ବଳବତ୍ତର ଥିବା ପ୍ରମାଣିତ ହେବ
  • ବିଜେପି ଜିତିଲେ ବଢିବ ନେତାଙ୍କ ପତିଆରା, ସଙ୍କେତ ମିଳିବ, ଗ୍ରହଣୀୟତା ବଢୁଛି
  • କଂଗ୍ରେସ ଜିତିଲେ ନିରଞ୍ଜନଙ୍କ ଦବଦବା ବଢିବ, ନେତା ପୁଣି ଏକାଠି ହୋଇପାରନ୍ତି

ଭୁବନେଶ୍ବର: ଗଣମାଧ୍ୟମ ସାମ୍ନାରେ ସରକାର ବିରୋଧରେ ଗର୍ଜୁଛନ୍ତି। ଛୋଟ ବଡ଼ ବିକ୍ଷୋଭ ବି ଆୟୋଜନ ହେଉଛି। ହେଲେ ଭୋଟ ରାଜନୀତିରେ ବିଜେଡି ସମକକ୍ଷ ହେବା ସ୍ଥିତିରେ ନାହାନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଲଢିବା ମାନସିକତାରେ ବି ନାହାନ୍ତି। ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ କୌଶଳକୁ ନିରେଖି ଦେଖିଲେ ଏକଥା ସହଜରେ ବୁଝାପଡୁଛି। ଉଭୟ ବିଜେପି ଓ କଂଗ୍ରେସର ନେତାମାନେ ସରକାରୀ ଦଳ ଓ କଳକୁ ମୁକାବିଲା କରିବାର କୌଶଳ ସମ୍ଭବତଃ ଭୁଲିଗଲେଣି।

ବାଲେଶ୍ବର ଓ ତିର୍ତ୍ତୋଲରେ ଏବେ ମାଳ ମାଳ ବିଜେଡି ନେତା ଡେରା ପକାଇଛନ୍ତି। ମନ୍ତ୍ରୀ, ବିଧାୟକ, ଛାମୁଆ ସଂଗଠନର ନେତାଙ୍କ ଠାରୁ ଆରମ୍ଭ କରି ଦ୍ବିତୀୟ ଧାଡିର କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଚାର ଆରମ୍ଭ କରିଦେଲେଣି। ଏବେ ଠାରୁ ମୋର୍ଚ୍ଚା ବାନ୍ଧି ଵାର୍ଡ ଜଗିସାରିଲେଣି। ହେଲେ ସେଭଳି ଉତ୍ସାହ ବିଜେପି କି କଂଗ୍ରେସ ଶିବିରରେ ଦେଖିବାକୁ ମିଳୁନାହିଁ। ଗତକାଲି ବାଲେଶ୍ବରରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପ୍ରଚାର କାର୍ଯ୍ୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଦେଖିବାକୁ ମିଳିଲା। ଜିଲ୍ଲା କିମ୍ବା ରାଜ୍ୟ ବିଜେପିର ଅନ୍ୟ ଟାଣୁଆ ନେତାଙ୍କ ଉପସ୍ଥିତି ପ୍ରାୟ ନାହିଁ କହିଲେ ଚଳେ। ତିର୍ତ୍ତୋଲ ସ୍ଥିତି ବି ସମାନ। ଶାରଦା ପ୍ରଧାନଙ୍କ ଗୋଷ୍ଠୀ ସେଠାରେ ସକ୍ରିୟ। ରାଜ୍ୟ ବିଜେପିର ଅନ୍ୟ ମୁଣ୍ଡିଆଳଙ୍କର ଦେଖା ନାହିଁ।

କଂଗ୍ରେସ ସ୍ଥିତି ନ କହିବା ଭଲ। ହାତ ଗଣତି କିଛି ନେତାଙ୍କୁ ବାଦ ଦେଲେ ଅନ୍ୟ ବରିଷ୍ଠ ନେତାମାନେ ଏହି ଦୁଇଟି ନିର୍ବାଚନମଣ୍ଡଳୀରେ ଡେରା ପକାଇଲାଗି ଆଗ୍ରହ ଦେଖାଇନାହାନ୍ତି। ଏହି ଦୁଇଟି ଆସନ ଉଭୟ ବିଜେପି ଓ କଂଗ୍ରେସ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଯଦି କଂଗ୍ରେସ ଉଭୟ ଆସନରେ ଭଲ କରେ, ନ ଜିତିଲେ ବି ଦୁଇ ନମ୍ବର ସ୍ଥାନକୁ ଚାଲିଆସେ, ତେବେ ବିଜେପି ପାଇଁ ଚିନ୍ତା ବଢିବ।

ଆଉ ଯଦି ବିଜେପି ଦୁଇଟି ଆସନରେ ଜିତେ, ତେବେ ଗୋଟିଏ ବାର୍ତା ଯିବ ଯେ ସାଧାରଣ ନିର୍ବାଚନ ପରବର୍ତୀ ପୃଷ୍ଠଭୂମିରେ ବୋଧହୁଏ, ଜନମତ ବିଜେପି ଆଡକୁ ଢଳୁଛି। କିନ୍ତୁ ଯଦି ବିଜେଡି ହାତକୁ ଉଭୟ ଆସନ ଚାଲିଯିବ, ତେବେ ବିଜେପିର ପତିଆରା ଯଥେଷ୍ଟ କମିବ। ଦଳ ଯେତେ ପାଚିତୁଣ୍ଡ କଲେ ବି ଓଡ଼ିଶାରେ ଯେ ସେମାନଙ୍କର ଗ୍ରହଣୀୟତା ନାହିଁ ଏକଥା ପରିଷ୍କାର ହୋଇଯିବ।

ସେହିଭଳି କଂଗ୍ରେସ କର୍ମୀ ଦ​ଳ ଉପରେ ଆସ୍ଥା ହରାଇବା ସମ୍ଭାବକୁ ଏଡ଼ାଇ ଦେଇ ହେବ ନାହିଁ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳ ତ୍ୟାଗ କରିଥିଲେ ବି ହାଇକମାଣ୍ଡ ଏଯାଏ ତାଙ୍କ ଉପରେ ଆସ୍ଥା ରଖିଛନ୍ତି। ଯଦି ଏହି ଆସନରେ କଂଗ୍ରେସ ହାରେ ବା ଖରାପ ପ୍ରଦର୍ଶନ କରେ, ତେବେ ନିରଞ୍ଜନ ପଟ୍ଟନାୟକଙ୍କ ସହିତ ନବଜ୍ୟୋତିଙ୍କର ବି ପତିଆରା ଯଥେଷ୍ଟ ପ୍ରଭାବିତ ହେବ। ଅନୁରୂପ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀଙ୍କର ରାଜନୈତିକ ଦବଦବା ରାଜ୍ୟରେ ପ୍ରଭାବିତ ହେବ, କେନ୍ଦ୍ରରେ ଟିକିଏ ଅଧିକ।

ବିଜେଡି ପାଇଁ ବାଲେଶ୍ବର ଆସନ ଅପେକ୍ଷା ତିର୍ତ୍ତୋଲ ଗୁରୁତ୍ବପୂର୍ଣ୍ଣ। ଏଠାରେ ୫୦ ହଜାର ବ୍ୟବଧାନରେ ଦଳ ଜିତିଥିଲା। ଏହି ସଂଖ୍ୟା ଆଦୌ କମିବା କଥା ନୁହେଁ ବୋଲି ରାଜନୈତିକ ମହଲ ବିଚାର କରୁଛନ୍ତି। ଯଦି ବାଲେଶ୍ବର ଆସନ ସେମାନେ ବିଜେପି ହାତରୁ ଛଡାଇ ଆଣନ୍ତି, ତେବେ ବିଧାନସଭାରେ ତ ସଂଖ୍ୟା ବଢିବ, ତା ସହିତ ନବୀନଙ୍କ କରିସ୍ମା ଏବେ ବି ଅତୁଟ ରହିଛି; ତାହା ପ୍ରମାଣିତ ହେବ।

Leave A Reply

Your email address will not be published.