ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଖାଦ୍ୟ ମହଙ୍ଗା, କ୍ଷୁଧା ବି ବଢୁଛି

0

ନୂଆଦିଲ୍ଲୀ: ଭାରତ ପାଇଁ ଏକ ନୂଆ ବିପଦ ମୁଣ୍ଡ ଟେକିଛି। ଭାରତ ଏକ କୃଷିପ୍ରଧାନ ଦେଶ ଓ ଦେଶର ସିଂହଭାଗ ଲୋକ କୃଷି ଉପରେ ନିର୍ଭରଶୀଳ, ତଥାପି ଏଠାରେ ଖାଦ୍ୟର ଦର ଅନେକ ପଡୋଶୀ ରାଜ୍ୟଠାରୁ ଢେର୍ ମହଙ୍ଗା। କେବଳ ସେତିକି ନୁହେଁ, କ୍ଷୁଧା ଏବଂ କୁପୋଷଣ ଆଉ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଲାଣି। ଏମିତି ଯେ ବାଂଲାଦେଶ ଓ ନେପାଳଠାରୁ ବି ସ୍ଥିତି ଅଧିକ ଭୟଙ୍କର ହୋଇସାରିଲାଣି। ୧୪ ପ୍ରତିଶତ ଲୋକ କୁପୋଷଣର ଶିକାର ହେଉଛନ୍ତି।

‘କଷ୍ଟ୍‌ ଅଫ୍ ଏ ପ୍ଲେଟ୍’ ଅର୍ଥାତ୍ ଗୋଟିଏ ଥାଳି ଖାଦ୍ୟର ମୂଲ୍ୟ ସଂକ୍ରାନ୍ତରେ ଯେଉଁ ରିପୋର୍ଚ ପ୍ରକାଶ ପାଇଛି, ସେଥିରେ ଦେଖାଯାଉଛି ଯେ ଜଣେ ଭାରତୀୟ ଦୈନିକ ଯେତିକି ରୋଜଗାର କରୁଛି, ତାର ୩.୫% ସେ କେବଳ ଖାଇବାରେ ବ୍ୟୟ କରୁଛି। ସହରାଞ୍ଚଳରେ ବାସ କରୁଥିବା ଲୋକ ଯେଉଁମାନେ ବଜାର ଉପରେ ଅଧିକ ମାତ୍ରାରେ ନିର୍ଭରଶୀଳ ସେମାନଙ୍କ ପ୍ରତି ଏହା ଅଧିକ ବିପଜ୍ଜନକ ବୋଲି ରିପୋର୍ଟରେ କୁହାଯାଇଛି।

ଜାତିସଂଘ ବିଶ୍ବ କାର୍ଯ୍ୟକ୍ରମ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟ କି୍ତୁ କହୁଛି ଯେ ଆମେରିକା ଭଳି ଦେଶର ନ୍ୟୁୟର୍କରେ ଏହାର ପରିମାଣ କିନ୍ତୁ ୦.୬%।ଅବଶ୍ୟ ଦକ୍ଷିଣ ସୁଦାନ ଭଳି ସ୍ଥିତି ଭାରତରେ ଏବେ କି ନିକଟ ଭବିଷ୍ୟତରେ ହେବାର ନାହିଁ। ଆଫ୍ରିକୀୟ ଦେଶମାନଙ୍କରେ ଏହି ସ୍ଥିତି ଆହୁରି ସଙ୍ଗିନ ରହିଛି। ଏଠାରେ ରୋଜଗାରର ପାଖାପାଖି ଦୁଇଗୁଣ ସେମାନେ ଖାଦ୍ୟରେ ଖର୍ଚ୍ଚ କରନ୍ତି।

ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସ ତଥ୍ୟ କହୁଛି ଭାରତର ସ୍ଥିତି ପୂର୍ବ ତୁଳନାରେ ସୁଧୁରୁଛି ସତ, କିନ୍ତୁ ଏବେ ବି ଉଦ୍‌ବେଗଜନକ ରହିଛି। ନେପାଳ, ଶ୍ରୀଲଙ୍କା, ମିଆଁମାର, ପାକିସ୍ତାନ ଭଳି ଦେଶ ପଛରେ ରହିଛି ଭାରତ। ଏହା ସତ୍ତ୍ବେ ଭାରତୀୟଙ୍କର ଆୟୁଷ ପାଖାପାଖି ୧୦ବର୍ଷ ବୃଦ୍ଧି ପାଇଛି। ୧୯୯୦ରେ ଏହା ୫୯.୬ ବର୍ଷ ଥିବା ବେଳେ ୨୦୧୯ରେ ଏହା ୭୦.୮ବର୍ଷରେ ପହଞ୍ଚିଛି। ହେଲେ ରାଜ୍ୟ ରାଜ୍ୟ ଭିତରେ ହାରାହାରି ଆୟୁଷ ଭିନ୍ନ ରହିଛି। କେରଳରେ ହାରାହାରି ଆୟୁଷ ୭୭.୩ ଥିବା ବେଳେ ଉତ୍ତରପ୍ରଦେଶରେ ଏହା ୬୬.୯ବର୍ଷ ରହିଛି।

Leave A Reply

Your email address will not be published.