ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଭାରି ପଡ଼ିଲେଣି ମୋଦୀ-ଶାହ ଯୋଡି

0
  • ବଦଳୁଛି ଦେଶର ରାଜନୀତି, ଆଞ୍ଚଳିକ ଦଳଙ୍କ ପ୍ରତି ବଢୁଛି ବିପଦ
  • ବାଜପେୟୀ-ଆଡଭାନୀ ମାର୍କା ରାଜନୀତି ସହ ନାହାନ୍ତି ମୋଦୀ-ଶାହ
  • କେନ୍ଦ୍ର ସରକାରରେ ଏବେ ଜଣେ ମାତ୍ର ଅଣ ବିଜେପି ମନ୍ତ୍ରୀ ଅଛନ୍ତି
  • ଆଞ୍ଚଳିକ ଦଳମାନଙ୍କ ପ୍ରତି ଦିନକୁ ଦିନ ବିପଦ ବଢିବାରେ ଲାଗିଛି
  • ବିଜେଡି-ଟିଏମ୍‌ସିକୁ ବାଦ୍ ଦେଲେ ଅନ୍ୟମାନେ ଅଧିକ ଦୁର୍ବଳ ସ୍ଥିତିରେ
  • ନିଜ ଆସନକୁ ନେଇ ଗାନ୍ଧୀ ପରିବାର ସଂଘର୍ଷ ଜାରି ରଖିଛନ୍ତି, ଦଳ ପଛ

ନୂଆଦିଲ୍ଲୀ: ଭାରତ ରାଜନୀତିକୁ ଏକ ଦ୍ରୁତ ପରିବର୍ତ୍ତନ ଆଡକୁ ନେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଚାଣକ୍ୟ ଅମିତ ଶାହ। ଅଳ୍ପ କିଛି ରାଜନୈତିକ ଦଳକୁ ଛାଡ଼ିଦେଲେ ଅନ୍ୟମାନଙ୍କୁ ସେ ଏତେ ସଙ୍କୁଚିତ କରିଦେଲେଣି ଯେ ୨୦୨୪ ସୁଦ୍ଧା ଭାରତର ରାଜନୀତି ଚିତ୍ର ବଦଳିଯିବା ବିଚିତ୍ର ନୁହେଁ। କଂଗ୍ରେସ ଯଦି କ୍ଷମତା ରାଜନୀତିକୁ ନ ଫେରେ ଓ ଆଞ୍ଚଳିକ ଦଳଗୁଡିକ ଯେଉଁଭଳି ଭାବେ ନିଜକୁ ବିପଜ୍ଜନକ ସ୍ଥିତିକୁ ଟାଣିନେଲେଣି, ସେଥିରେ ବିରୋଧୀ ଦଳ ଭାରତବର୍ଷରେ ଆସନ୍ତା ଦିନରେ ସମ୍ପୂର୍ଣ୍ଣ ନିଷ୍ପ୍ରଭ ହୋଇଯିବା ବିଚିତ୍ର ନୁହେଁ।

ଗୋଟିଏ ସମୟ ଥିଲା, ଯେବେ ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀ ଦେଶର କିଛି ରାଜନୈତିକ ଦଳକୁ ସାଙ୍ଗରେ ନେଇ ଏକ ପ୍ରଭାବୀ ସରକାର ଚଳାଇବାରେ ସକ୍ଷମ ହୋଇଥିଲେ। ଯେଉଁଥିରେ ଓଡ଼ିଶାର ଆଜିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭକରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଶରଦ ଯାଦବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଵାନ, ଜର୍ଜ ଫର୍ଣ୍ଣାଣ୍ଡିଜ୍ ପ୍ରମୁଖ ମନ୍ତ୍ରୀ ଥିଲେ। ଟିଡିପି ଠାରୁ ଆରମ୍ଭ କରି ଶିବସେନା, ଅକାଳୀ, ନ୍ୟାସନାଲ କନଫରେନ୍ସ ପ୍ରମୁଖ ସାମିଲ ଥିଲେ ଓ ମନ୍ତ୍ରୀ ବି।

୨୦୧୪ରେ ବିଜେପି ସରକାରକୁ ଆସିବା ବେଳେ ବିଜେଡି କି ଟିଏମ୍‌ସି ମେଣ୍ଟ ରାଜନୀତିରେ ନ ଥିଲେ। ତଥାପି ଚନ୍ଦ୍ରବାବୁ ନାଇଡୁଙ୍କ ଠାରୁ ଆରମ୍ଭ କରି ଏଲ୍‌ଜେପି, ଅକାଳୀ ,ଶିବସେନା ପ୍ରମୁଖ ମୋଦୀଙ୍କ ସହିତ ହାତ ମିଳାଇଥିଲେ। ୨୦୨୦ରେ ଆଜି ଦିନରେ କେନ୍ଦ୍ର କ୍ୟାବିନେଟ୍‌ କିନ୍ତୁ ଭିନ୍ନ ଚିତ୍ର ରଖିଲାଣି। ଏଲ୍‌ଜେପି ନେତା ରାମ ବିଳାଶ ପା​ଶଵାନଙ୍କ ପରଲୋକ ପରେ ଏବେ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ରାମଦାସ ଅଠା​​ଓ୍ବାଲେ ହେଉଛନ୍ତି ଏକମାତ୍ର କେନ୍ଦ୍ରମନ୍ତ୍ରୀ, ଯିଏ ବିଜେପିର ନୁହଁନ୍ତି। ଶିବସେନା, ଅକାଳୀ, ଟିଡିପି ଦୂରେଇଯାଇଛନ୍ତି। ନୀତିଶ ସାଙ୍ଗରେ ଥିଲେ ବି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ନାହାନ୍ତି।

ବର୍ତ୍ତମାନର ଚିତ୍ର କହୁଛି, ଆଗକୁ ହେବାକୁ ଥିବା ନିର୍ବାଚନରେ ବିହାରରେ ନୀତିଶ ସରକାରକୁ ଆସିଲେ ବି ଅଧିକ ବିପଜ୍ଜନକ ସ୍ଥିତିରେ ରହିବେ। ୨୦୨୪ ସୁଦ୍ଧା ଏହି ରାଜ୍ୟ ବିଜେପି ହାତକୁ ଯିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ଆନ୍ଧ୍ରପ୍ରଦେଶରେ ଟିଡିପି ଏବେ ବିଦ୍ରୋହୀ ପାର୍ଟି ଓ ତାଙ୍କର ଅଭିବୃଦ୍ଧି ରୋକିବା ଲାଗି ବିଜେପି କୌଣସୁ ସୁଯୋଗ ହାତଛଡ଼ା କରିନି। ସେଠାରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଉପରେ ସିବିଆଇ ଖଣ୍ଡା ଝୁଲୁଛି। ଶରଦ ଯାଦବଙ୍କ ପରବର୍ତୀ ପିଢି ଅର୍ଥାତ୍ ତାଙ୍କ ଝିଅ କଂଗ୍ରେସକୁ ଯାଇଥିବା ବେଳେ ରାମ ବିଳାଶଙ୍କ ମୃତ୍ୟୁ ପରେ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ବିହାର ରାଜନୀତି ଗଣିତ କଷିବାକୁ ଯାଇ ସିଧା ସିଧା ଚିରାଗ ପାଶଵାନଙ୍କୁ ଟାର୍ଗେଟ କରିସାରିଲେଣି।

ନ୍ୟାସନାଲ କନଫରେନ୍ସ ସ୍ଥିତି ନ କହିବା ଭଲ। ଶିରୋମଣି ଅକାଳୀ ଦଳ ଏବେ କୃଷି ପ୍ରସଙ୍ଗକୁ ନେଇ ତାର ସାଂଗଠନିକ ସକ୍ରିୟତା ବଢାଇବାକୁ ଚେଷ୍ଟା କରୁଛି। ମହାରାଷ୍ଟ୍ରରେ ଶିବ ସେନା ସେତେ ଦିନ ଯାଏ ଭଲ ସ୍ଥିତିରେ ରହିବ, ଯେବେ ପର୍ଯ୍ୟନ୍ତ ଏନ୍‌ସିପି ନେତା ଶରଦ ପାଵାର ଅଛନ୍ତି। ଏପଟେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ଧୀରେ ଧୀରେ ଦୁର୍ବଳ କରିବା ଲକ୍ଷ୍ୟରେ ବିଜେପି ରହିଛି। ଏଠାରେ ଦିଦି କ୍ଷମତାକୁ ଫେରିିଲେ ପୂର୍ବଭଳି ସ୍ଥିତି ଆଉ ନ ରହିପାରେ। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଆଞ୍ଚଳିକ ଦଳ ହିସାବରେ ନବୀନ ପଟ୍ଟନାୟକ ବେଶ୍ ପ୍ରଭାବୀ ଅଛନ୍ତି। କିନ୍ତୁ ବୟସାଧିକ କାରଣରୁ ନବୀନଙ୍କୁ ୨୦୨୪ ପର୍ଯ୍ୟନ୍ତ ବିଜେପି ଅପେକ୍ଷା କରିବ ବୋଲି ଧରି ନେଇଛି। ଓଡ଼ିଶାରେ ହିଁ ସେମାନେ ନିଜ କ୍ଷମତାର ବାହୁ ପ୍ରସାର କରିପାରୁନାହାନ୍ତି। କଂଗ୍ରେସ ଶିବିର ଏଠାରେ ଧ୍ବସ୍ତବିଧ୍ବସ୍ତ ହୋଇଯିବା କାରଣରୁ ବିଜେପି ଅପେକ୍ଷା କରୁଛି ନବୀନ କ୍ଷମତାର ହାତ ଛାଡିଲା ମାତ୍ରେ ତାର ହିଁ ପାଳି ପଡିବ।

ଏସବୁ ଗଣିତକୁ ନିରେଖି ଦେଖିଲେ ଏକଥା ସ୍ପଷ୍ଟ ହୋଇଯାଉଛି ଯେ ଆଗକୁ ବିଜେପି ୨୦୨୪ ସୁଦ୍ଧା ଅନ୍ୟ ରାଜନୈତିକ ଦଳର ସ୍ଥିତିକୁ ସମ୍ପୂର୍ମ୍ଣ ଗୌଣ କରିଦେଇ ଏକତରଫା ଭାବେ ଭାରତର ରାଜନୀତିକୁ ନିଜ ନିୟନ୍ତ୍ରଣକୁ ନେବା ବିଚିତ୍ର ନୁହେଁ। ଏହା ଅଧିକ ଜଳ ଜଳ ହୋଇ ଦିିଶିବାର କାରଣ ହେଉଛି, କେନ୍ଦ୍ରରେ କଂଗ୍ରେସ ଦିନକୁ ଦିନ କେବଳ ଦୁର୍ବଳ ହେବାରେ ଲାଗିଛି ତା ନୁହେଁ, ଆହୁରି ସାଂଘାତିକ କଥା ହେଲା ଗାନ୍ଧୀ ପରିବାର ଏବେ ନିଜ କ୍ଷମତା ରଖିବା ସଂଘର୍ଷ ଭିତରେ ଦିନ ଗଣୁଛନ୍ତି। ଏଣୁ ଦଳକୁ ସେମାନେ ପୂର୍ଣ୍ଣ ସୁରକ୍ଷା ଦେଇ ଆଗକୁ ନେବା ସ୍ଥିତିରେ ନାହାନ୍ତି।

ମୁଲାୟମଙ୍କ ସମାଜବାଦୀ ପାର୍ଟି ହେଉ ମାୟାବତୀଙ୍କ ବିଏସ୍‌ପି, ଏଆଇଏଡିଏମ୍‌କେ, ଡିଏମ୍‌କେ, ବାମଦଳ ପ୍ରମୁଖ ବେଶ୍ ସବଳ ସ୍ଥିତିରେ ନାହାନ୍ତି। ଏଣୁ ଆଉ ଗୋଟିଏ ମହାମେଣ୍ଟ କରି ବିଜେପିର ଗତିରୋଧ କରିବା କାଠିକର ପାଠ ହୋଇପାରେ।

Leave A Reply

Your email address will not be published.