ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ, ଏବେ ଓଡ଼ିଶା ବୁଲିବେ ନବୀନ

0
  • ପତିତପାବନଙ୍କ ଦର୍ଶନ କଲେ, ଓଡ଼ିଶାର ମଙ୍ଗଳ ପାଇଁ ପ୍ରାର୍ଥନା କଲେ
  • ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲି ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
  • ଜାନୁଆରି ୧ରୁ ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ ଲାଗି ନିର୍ଦେଶ
  • ବୃଦ୍ଧ, ଭିନ୍ନକ୍ଷମଙ୍କ ଦର୍ଶନରେ କିଛି ବି ବ୍ୟାଘାତ ନହୁଏ, ନିଶ୍ଚିତ ଲାଗି ପରାମର୍ଶ

ଭୁବନେଶ୍ବର: କରୋନା ମହାମାରୀ କଟକଣା ପରଠାରୁ ସମ୍ପୂର୍ଣ୍ଣ ସାମାଜିକ ଦୂରତ୍ବ ନିୟମକୁ ପାଳନ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହିତ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଜି ସନ୍ଧ୍ୟାରେ ଶ୍ରୀ ପଟ୍ଟନାୟକ ପୁରୀ ଯାଇ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ବାହାରୁ ଦର୍ଶନ କରିଥିଲେ ଓ ପରେ ପୁରୀକୁ ଐତିହ୍ୟ ସହରରେ ପରିଣତ କରିବା ଲାଗି ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି,ତାର ସମୀକ୍ଷା କରିଥିଲେ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି। ସେ ପ୍ରାୟ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏପରିକି ଉପନିର୍ବାଚନ ପ୍ରଚାର ପାଇଁ ଯାଇପାରନ୍ତି ବୋଲି ମଧ୍ୟ ତାଙ୍କ ନିକଟତମ ମହଲରୁ ସୂଚନା ମିଳୁଛି।

ଆଜି ଶ୍ରୀ ପଟ୍ଟନାୟକ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର କରିଡରର ସମ୍ପୂର୍ଣ୍ଣ ପରିକ୍ରମା କରିଥିଲେ। ଅଭଡ଼ା ସ୍କିମ୍‌ର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ସହିତ ବୃଦ୍ଧ ଓ ଭିନ୍ନକ୍ଷମଙ୍କ ସୁରକ୍ଷିତ ପରିକ୍ରମା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ଲାଗି ପରାମର୍ଶ ଦେଇଥିଲେ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଶ୍ରୀମନ୍ଦିର ପ୍ରକଳ୍ପ ସବୁର ଜମି ଅଧିଗ୍ରହଣ ପ୍ରକ୍ରିୟା ୩ମାସ ମଧ୍ୟରେ ସାରିବାକୁ ନିର୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ପ୍ରଥମେ ସିଂହଦ୍ବାରରୁ ପତିତପାବନଙ୍କୁ ଦର୍ଶନ କରି ପ୍ରାର୍ଥନା କରିଥିଲେ ଓ ନୀଳଚକ୍ର ଦର୍ଶନ କରିଥିଲେ। ଓଡ଼ିଶା ଲୋକଙ୍କ ମଙ୍ଗଳ ପାଇଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଣିପାତର ଜଣାଇଥିଲେ। ପରେ ସେ ମନ୍ଦିର ପରିକ୍ରମା ଆରମ୍ଭକରିଥିଲେ। ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ସଂପର୍କରେ ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପୂର୍ତ ସଚିବ ଡାକ୍ତର କ୍ରିଷନ୍ କୁମାର ବୁଝାଇଥିଲେ। ଏମାର ମଠ ପାର୍ଶ୍ବରୁ ପ୍ରସ୍ତାବିତ କ୍ୟୁ ପରିଚାଳନା ବ୍ୟବସ୍ଥା ସଂପର୍କରେ ସେ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ ଯେ ଭକ୍ତମାନେ ସିଂହଦ୍ବାରରେ ଯେମିତି ବିନା ବାଧାରେ ପ୍ରବେଶ କରିବେ ଓ ମହାପ୍ରଭୁଙ୍କ ଦର୍ଶନ କ୍ୟୁରେ ଯାଇ କରିବେ ତାହା ଦେଖାଯିବା ସହିତ ମଝିରେ ମଝିରେ ସେମାନଙ୍କ ଆରାମ ପାଇଁ ବ୍ୟବସ୍ଥା ହେବା ଦରକାର। ସେହିଭଳି ବୈଷୟିକ ବ୍ୟବସ୍ଥାର ଉପଯୋଗ କରି ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ବେଳେ ଭକ୍ତମାନେ ଯେଭଳି କୌଣସି କଷ୍ଟ ନପାଆନ୍ତି, ତାହା ଦେଖିବାକୁ ସେ ପରାମର୍ଶ ଦେଇଥିଲେ।

ମେଘନାଦ ପାଚେରିର ଦକ୍ଷିଣ ପାର୍ଶ୍ବରୁ ସମୀକ୍ଷା କରିବା ବେଳେ ସେ ଗଛର ଛାଇ ସ୍ଥାନ ସୃଷ୍ଟି କରିବା ଉପରେ ଜୋର ଦେଇଥିଲେ। ଐତିହ୍ୟ କରଡରକୁ ଏଭଳି ଡିଜାଇନ୍ କରାଯିବା ଉଚିତ୍ ଯେମିତି ଭିିନ୍ନକ୍ଷମ ବ୍ୟକ୍ତି ନିଜେ ବୁଲିପାରେ ସକ୍ଷମ ହେବ, ତାହାକୁ ମଧ୍ୟ ଦେଖିବା ଲାଗି ସେ କହିଥିଲେ। ପଶ୍ଚିମ ପାର୍ଶ୍ବରେ ସମୀକ୍ଷା କରିବା ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଦ୍ୟୁତ ସବ୍‌ଷ୍ଟେସନ୍ ମେଘନାଦ ପାଖରେ ରହିବା ଉଚିତ୍ ନୁହେଁ। ବର୍ତମାନ ସେଠାରେ ଥିବା ସେସୁ କଣ୍ଟ୍ରୋଲ ରୁମ୍ ମଧ୍ୟ ସ୍ଥାନାନ୍ତର ହେବ।

ଅନ୍ୟପକ୍ଷରେ ଦୂରସ୍ଥାନରୁ ଆସୁଥିବା ଭକ୍ତମାନଙ୍କ ଜିନିଷ ରଖିବା ପାଇଁ ବ୍ୟବସ୍ଥା କରାଯିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଉତ୍ତର ଦ୍ବାରରେ ସ୍ଥିତି ସମୀକ୍ଷା କରି ନବୀନ କହିଥିଲେ ଯେ ଗୋଟିଏ ଥରରେ ବହୁ ସଂଖ୍ୟକ ଲୋକ ଯେଭଳି ମହାପ୍ରସାଦ ସେବା ପାଇପାରିବେ ତାହା ଉପରେ ଦୃଷ୍ଟି ଦିଆଯିବା ଉଚିତ୍।

ବୃଦ୍ଧ ଲୋକଙ୍କ ପାଇଁ ବୈଦ୍ୟୁତିକ ଗାଡି ଚାଲୁ ହେବା ଉଚିତ୍, ଯାହା ଦ୍ବାରା ସେମାନେ କୌଣସି ସମସ୍ୟା ସାମ୍ନା କରିବେ ନାହିଁ ବୋଲି ପରାମର୍ଶ ଦେଇ ନବୀନ କହିଥିଲେ, ଆସନ୍ତା ଜାନୁଆରୀ ୧ତାରିଖ ସୁଦ୍ଧା ଶ୍ରୀ ଜଗନ୍ନାଥ ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ କରାଯିବା ଦରକାର। ଏହି ପ୍ରକଳ୍ପ ପାଇଁ ଯେଉଁମାନେ ଜମି ଦାନ କରିଛନ୍ତି, ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପୁଣି ଥରେ ଧନ୍ୟବାଦ ଜଣାଇଥିଲେ। ବିଭିନ୍ନ ବିଭାଗର ଅଧିକାରୀଙ୍କ କାର୍ଯ୍ୟର ମଧ୍ୟ ସେ ଭୁରି ଭୁରି ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଉନ୍ନୟନ କମିସନର ସୁରେଶ ମହାପାତ୍ର ମଧ୍ୟ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସମୀକ୍ଷା ବେଳେ ଉପସ୍ଥିତ ଥିଲେ।

Leave A Reply

Your email address will not be published.