ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ବିଜେଡିର ଅଡୁଆ ବଢାଇଲେ ବିଧାୟକ

0

ଭୁବନେଶ୍ବର: ଲୋକାୟୁକ୍ତ ବ୍ୟବସ୍ଥାକୁ ଢେର୍ ଦିନ ଅକାମୀ କରିଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ବ୍ୟାପକ ଚାପ ସୃଷ୍ଟି ପରେ ସରକାର ଲୋକାୟୁକ୍ତ ନିଯୁକ୍ତି ଦେଇଥିଲେ। ଆଶଙ୍କା କରାଯାଉଥିଲା,ବିରୋଧୀ କମ୍, ସରକାର ଦଳ ପାଇଁ ଏହା ବେଶୀ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଏହି ଆଶଙ୍କା ସତରେ ଏବେ ପରିଣତ ହୋଇଛି।

ଲୋକାୟୁକ୍ତଙ୍କ ଜାଲରେ ଏବେ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ପଡିଛନ୍ତି। ଗତ ମାସରେ ଯେଉଁ ଭୀଷଣ ବର୍ଷା ଓ ବନ୍ୟା ହୋଇଥିଲା ସେ ସମୟରେ ଡିନାମାଇଟ୍ ଲଗାଇ ଜଳସେଚନ ବନ୍ଧ ରାସ୍ତାକୁ ଉଡାଇ ଦେବା ଘଟଣାରେ ବିଧାୟକ ଶ୍ରୀ ବଳବନ୍ତରାୟ ଛନ୍ଦି ହୋଇଛନ୍ତି। ତାଙ୍କ ସମେତ ୬ଜଣଙ୍କୁ ଲୋକାୟୁକ୍ତ ନୋଟିସ୍ କରିଛନ୍ତି। ଆସନ୍ତା ୬ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତ ଉତ୍ତର ରଖିବାକୁ କୁହାଯାଇଛି। ଆସନ୍ତା ଡିସେମ୍ବର ୧୨ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ।

କୌତୂହଳ କଥା ହେଲା, ବିଧାୟକ ଶ୍ରୀ ବଳବନ୍ତରାୟ ରାଜନୀତିକୁ ଓହ୍ଲାଇବା ଦିନଠାରୁ ବିବାଦରେ ଛନ୍ଦି ହୋଇ ରହିଛନ୍ତି। ଭୁବନେଶ୍ବର ଉପକଣ୍ଠ ଘଙ୍ଗାପାଟଣା ଜମି କେଳେଙ୍କାରୀ ମାମଲାରେ ଘାଣ୍ଟି ହୋଇ କିଛି ଦିନ ସରକାରଙ୍କୁ ଅକଳରେ ପକାଇଥିବା ଶ୍ରୀ ବଳବନ୍ତରାୟ ପରବର୍ତୀ ସମୟରେ ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ ମାମଲାରେ ସିବିଆଇକୁ ଟଣା ହୋଇଥିଲେ। ପ୍ରବର୍ତନ ନିର୍ଦେଶାଳୟ ବି ତାଙ୍କୁ ଘେରିଥିଲା। କେବଳ ସେତିକି ନୁହେଁ, ସ୍ମିତାରାଣୀ ହତ୍ୟା ମାମଲାରେ ବିଧାୟକଙ୍କ ପାଇଁ ସରକାର ବେଶ୍ ହଲାପଟା ହୋଇଥିଲେ। ତାଙ୍କ ଭୂମିକାକୁ ନେଇ ବିରୋଧୀ ସେ ସମୟରେ ଗର୍ଜନ ତର୍ଜନ କରିଥିଲେ। ଗୋଟିଏ ସମୟରେ ରାଜ୍ୟ ସରକାର ମଧ୍ୟ ଶ୍ରୀ ବଳବନ୍ତରାୟଙ୍କୁ ସରକାରୀ ଦଳ ଉପ ମୁଖ୍ୟସଚେତକ ପଦରୁ ହଟେଇ ଦେଇଥିଲେ।

କିନ୍ତୁ ପରିବର୍ତ୍ତିତ ରାଜନୈତିକ କୌଶଳରେ ଏବେ ଶ୍ରୀ ବଳବନ୍ତରାୟଙ୍କୁ ବିଜେଡି ଯୁବ ବ୍ୟାପାର ଦାୟିତ୍ବ ଦିଆଯାଇଛି। ହେଲେ ସରକାରଙ୍କ ଜଳସେଚନ ବନ୍ଧ ଉଡ଼ାଇ ଦେବା ଘଟଣାରେ ଖୋଦ୍ ସରକାରୀ ଦଳର ବିଧାୟକଙ୍କ ଭୂମିକା ଉପରେ ଲୋକାୟୁକ୍ତ ନୋଟିସ୍ କରିବା ପରେ ଏବେ ବିଜେଡି ପାଇଁ ବି ଏହା ସଙ୍ଗିନ୍ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡିର ଶୀର୍ଷ ମହଲରେ ମଧ୍ୟ ଏହି ଘଟଣାକୁ ଅତି ଗମ୍ଭୀରତାର ସହିତ ନିଆଯାଇଛି।

ଉଲ୍ଲେଖଥାଉକି, ପାଞ୍ଚ ନମ୍ବର ଜାତୀୟ ରାଜପଥରେ ଗୋକର୍ଣ୍ଣେଶ୍ବର ଠାରୁ ବୁଢାଲିଙ୍ଗ ମଝିପଡା ରାସ୍ତା ସଂଲଗ୍ନ ଜଳସେଚନ ବିଭାଗର ରାସ୍ତାକୁ ଡିନାମାଇଟ୍ ଜରିଆରେ ରାମପୁର ଠାରେ ଉଡ଼ାଇ ଦିଆଯାଇଥିଲା। ବନ୍ୟା ତୀବ୍ର ସ୍ରୋତ ଯୋଗୁଁ ରାସ୍ତା ଫାଟିଯିବା ସହିତ ୪ହଜାର ଏକର ଚାଷ ଜମି ନଷ୍ଟ ହୋଇଯାଇଥିବା ଦର୍ଶାଯାଇଥିଲା। ୨୦୧୬ରେ ଏହି ପ୍ରକଳ୍ପ ପାଇଁ ୧୬ କୋଟି ଟଙ୍କା ଧାର୍ଯଅୟ ହୋଇଥିଲା ଓ ପରେ ଏହାର ମୂଲ୍ୟ ୨୪ କୋଟି ୪୭ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା।

Leave A Reply

Your email address will not be published.