ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଭାରତୀୟ କ୍ରିକେଟ୍ ଦଳକୁ ରୋହିତ ଝଟ୍‌କା

0

ମୁମ୍ବାଇ: ଅଷ୍ଟ୍ରେଲିଆ ଗସ୍ତରେ ଯିବାକୁ ଥିବା ଭାରତର କ୍ରିକେଟ୍ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆସନ୍ତାମାସରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଯେଉଁ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି,ସେଥିରୁ ରୋହିତ୍ ଶର୍ମା ବାଦ୍ ପଡ଼ିଛନ୍ତି। ଆହତ କାରଣରୁ ସେ ଏହି ଗସ୍ତରେ ସାମିଲ ହେବେ ନାହିଁ। ଫଳରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ କ୍ରମରେ ଏକ ପରିବର୍ତ୍ତନ ଅଣାଯିବ। ସମାନ କାରଣରୁ ଈଶାନ୍ତ ଶର୍ମା ମଧ୍ୟ ଏହି ତାଲିକାରେ ନାହାନ୍ତି।

ଅନ୍ୟପକ୍ଷରେ ଟେଷ୍ଟ ଦଳକୁ କେ ଏଲ୍ ରାହୁଲ ଫେରିଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ସିରାଜ୍ ଓ ସ୍ପିନର୍ କୁଲଦୀପ ଯାଦବଙ୍କୁ ମଧ୍ୟ ଟିମ୍‌ରେ ନିଆଯାଇଛି। ଟି-୨୦ ମ୍ୟାଚ୍‌ରେ ଉନ୍ନତ ପ୍ରଦର୍ଶନ କରିଥିବା କାରଣରୁ କୋଲକତା ନାଇଟ୍ ରାଇଡର୍ସର ବରୁଣ ଚକ୍ରବର୍ତ୍ତୀ ଚୟନ କର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓ ଟି-୨୦ ଟିମ୍‌ରେ ପ୍ରଥମ ଥର ପାଇଁ ସାମିଲ କରାଯାଇଛି।

Leave A Reply

Your email address will not be published.