ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଭାରତୀୟ କ୍ରିକେଟ୍ ଦଳକୁ ରୋହିତ ଝଟ୍‌କା

0

ମୁମ୍ବାଇ: ଅଷ୍ଟ୍ରେଲିଆ ଗସ୍ତରେ ଯିବାକୁ ଥିବା ଭାରତର କ୍ରିକେଟ୍ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆସନ୍ତାମାସରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଯେଉଁ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି,ସେଥିରୁ ରୋହିତ୍ ଶର୍ମା ବାଦ୍ ପଡ଼ିଛନ୍ତି। ଆହତ କାରଣରୁ ସେ ଏହି ଗସ୍ତରେ ସାମିଲ ହେବେ ନାହିଁ। ଫଳରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ କ୍ରମରେ ଏକ ପରିବର୍ତ୍ତନ ଅଣାଯିବ। ସମାନ କାରଣରୁ ଈଶାନ୍ତ ଶର୍ମା ମଧ୍ୟ ଏହି ତାଲିକାରେ ନାହାନ୍ତି।

ଅନ୍ୟପକ୍ଷରେ ଟେଷ୍ଟ ଦଳକୁ କେ ଏଲ୍ ରାହୁଲ ଫେରିଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ସିରାଜ୍ ଓ ସ୍ପିନର୍ କୁଲଦୀପ ଯାଦବଙ୍କୁ ମଧ୍ୟ ଟିମ୍‌ରେ ନିଆଯାଇଛି। ଟି-୨୦ ମ୍ୟାଚ୍‌ରେ ଉନ୍ନତ ପ୍ରଦର୍ଶନ କରିଥିବା କାରଣରୁ କୋଲକତା ନାଇଟ୍ ରାଇଡର୍ସର ବରୁଣ ଚକ୍ରବର୍ତ୍ତୀ ଚୟନ କର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓ ଟି-୨୦ ଟିମ୍‌ରେ ପ୍ରଥମ ଥର ପାଇଁ ସାମିଲ କରାଯାଇଛି।

Leave A Reply

Your email address will not be published.