ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରଥମ ପର୍ଯ୍ୟାୟ ମତଦାନରୁ ଭିନ୍ନ ସଙ୍କେତ

0
  • ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି
  • ୭୧ଟି ବିଧାନସଭା ଆସନରେ ଚାଲିଛି ମତଦାନ

ପାଟନା: କରୋନା ମହାମାରୀ ମଧ୍ୟରେ ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟରେ ୧୦୬୬ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟିଂ ମେସିନ୍‌ରେ ସିଲ୍ ହେବ। ୭୧ ବିଧାନସଭା ଆସନ ପାଇଁ ଆଜି ଅନୁଷ୍ଠିତ ହେଉଥିବା ଭୋଟରେ ନୀତିଶ ସରକାରର ୬ ମନ୍ତ୍ରୀଙ୍କ ସମେତ ଜୀତେନ ରାମ ମାଝୀଙ୍କ ଭାଗ୍ୟ ବି ନିର୍ଣ୍ଣୟ ହେବ। ପାଖାପାଖି ୨.୧୪ କୋଟି ଭୋଟର ତାଙ୍କର ମତ ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୧କୋଟି ୧ଲକ୍ଷ ମହିଳା ଭୋଟର ଅଛନ୍ତି ଓ ୫୯୯ ଜଣ ତୃତୀୟ ଲିଙ୍ଗର। ଗୟା, ରୋହତ, ରଙ୍ଗାବାଦ ଭଳି ନକ୍ସଲବାଦ ଅଞ୍ଚଳରେ ମଧ୍ୟ ଆଜି ମତଦାନ ଅନୁଷ୍ଠିତ ହେଉଛି।

ମିଳିଥିବା ସୂଚନା ଅନୁସାରେ, ନୀତିଶ କୁମାରଙ୍କ ଜନତାଦଳ (ୟୁନାଇଟେଡ୍) ୩୫ଟି ସିଟ୍‌ରେ ଲଢୁଛି। ଏହାର ସହଯୋଗୀ ୨୯ଟି ସ୍ଥାନରେ ଅଛନ୍ତି। ଏଲଜେପି ୪୧ଟି ଆସନରେ ନିର୍ବାଚନ ଲଢୁଛି, ଯେଉଁଥିରେ ଜେଡି (ୟୁ)ର ୩୫ ସିଟ୍ ଅନ୍ତର୍ଭୁକ୍ତ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନରେ ​​ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍। ମୁଁ ସମସ୍ତ ଭୋଟରଙ୍କୁ ଅନୁରୋଧ କରୁଛି ଯେ କୋଭିଡ ସହ ଜଡିତ ସତର୍କତା ଅବଲମ୍ବନ କରି ଗଣତନ୍ତ୍ରର ଏହି ପର୍ବରେ ସେମାନଙ୍କର ଅଂଶଗ୍ରହଣ ନିଶ୍ଚିତ କରନ୍ତୁ। ଦୁଇ ଗଜ ଦୂରତା ପ୍ରତି ଧ୍ୟାନ ରଖନ୍ତୁ ଓ ଏକ ମାସ୍କ ପିନ୍ଧନ୍ତୁ। ମନରଖନ୍ତୁ, ପ୍ରଥମେ ଭୋଟଦାନ, ତା ପରେ ଜଳପାନ।

ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ କହିଛନ୍ତି, ବିହାର ନିର୍ବାଚନରେ ​​ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବୁ। ବେରୋଜଗାରୀ ଯୁବକମାନଙ୍କୁ ଚାକିରି ଯୋଗାଇବା ତାଙ୍କ ପାଇଁ ପ୍ରାଥମିକତା ହେବ ଏବଂ ତାଙ୍କ ସରକାର ମଧ୍ୟ ପ୍ରଥମ ବିଧାନସଭା ଅଧିବେଶନରେ ଏକ ଆଇନ ଆଣିବେ। ଏହି ଅବସରରେ ସେ ପୁଣି ମନେ ପକାଇ ଦେଇଛନ୍ତି ଯେ କେନ୍ଦ୍ର ଆଣିଥିବା ଆଇନ “କୃଷକ ବିରୋଧୀ” ବିରୋଧୀ ବୋଲି ମଧ୍ୟ ସେ ସୂଚାଇବାକୁ ଭୁଲିନାହାନ୍ତି। ପ୍ରଥମ ଥର ପାଇଁ ବିହାର ଯୁବକଙ୍କୁ ପ୍ରତିଶ୍ରୁତି ଦିଆଯାଇଛି ଯେ ଯଦି ତାଙ୍କ ଦଳ କ୍ଷମତାକୁ ଆସିବ, ତେବେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ଗୋଟିଏ ଥରରେ ୧୦ଲକ୍ଷ ଚାକିରି ଯୋଗାଇ ଦିଆଯିବ।

ଅନ୍ୟପକ୍ଷରେ ମହିଳାମାନେ ଗଣମାଧ୍ୟମରେ ସରକାରର ପରିବର୍ତ୍ତନ ସଂପର୍କରେ ଠାରିବା ଘଟଣା ସୂଚାଇ ଦେଉଛି ଯେ ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।ଯଦିଓ ନୀତିଶ ଗୋଟିଏ ବଡ଼ ମହିଳା ଭୋଟ ବ୍ୟାଙ୍କ ତିଆରି କରିଥିଲେ। ଯେଉଁଥିରେ ୫୦ ପ୍ରତିଶତ ସଂରକ୍ଷଣ ଠାରୁ ଆରମ୍ଭ କରି ବାଳିକାଙ୍କୁ ସାଇକେଲ୍ ଆଦି କରାଯାଇଥିଲା, ଆଜି ଭୋଟ ଦାନ ପୂର୍ବରୁ ମହିଳାମାନଙ୍କ ସଙ୍କେତ କିନ୍ତୁ ପୂରା ନୀତିଶଙ୍କ ସପକ୍ଷରେ ଯାଉନାହିଁ, ଏହାର ଏକ ବଡ଼ ଆଭାସ ମିଳିଛି।

ଉଲ୍ଲେଖଯୋଗ୍ଯ, ୨୪୩ଟି ଆସନରେ ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅକ୍ଟୋବର ୨୮ରେ ହେବ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ୩ ରେ ଅନୁଷ୍ଠିତ ହେବ ଓ ତୃତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ୭ ରେ ହେବ। ବିହାର ନିର୍ବାଚନ ୨୦୨୦ର ଫଳାଫଳ ନଭେମ୍ବର ୧୦ ରେ ଘୋଷଣା କରାଯିବ।

Leave A Reply

Your email address will not be published.