ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ନଭେମ୍ବରରୁ ପାଣିପାଗ ବଢାଇବ ବିପଦ!

0
  • କରୋନା ପାଇଁ ଭୀଷଣ ସ୍ଥିତି ସୃଷ୍ଟି କରିପାରେ
  • ଏକାଧିକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ, ବାତ୍ୟା ବି
  • ଜାନୁଆରି ବେ​ଳକୁ ଶୀତ ବଢିବ, ଗମ୍ଭୀର ପରିସ୍ଥିତି ହେବ

ଭୁବନେଶ୍ବର: କରୋନା ଭୂତାଣୁ ଅଧିକ ସକ୍ରିୟ ହେବା ପାଇଁ ଶୀତ ଅନୁକୂଳ ପରିସ୍ଥିତି ସୃଷ୍ଟି କରିପାରେ। ଏଭଳି ପରିସ୍ଥିତିରେ ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ନଭେମ୍ବର ଦ୍ବିତୀୟ ସପ୍ତାହରୁ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ।ଦୁର୍ବଳ ଲା-ନିଲା କାରଣରୁ ଚଳିତବର୍ଷ ଭୀଷଣ ଶୀତ ସପକ୍ଷରେ ପୂର୍ବରୁ ଭାରତର ପାଣିପାଗ ବିଭାଗ ପୂର୍ବାନୁମାନ କରିସାରିଛି। ସେହିଭଳି ନଭେମ୍ବର ଏକାଧିକ ଘୂର୍ଣ୍ଣିବଳୟ ବା ବାତ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ।

ୟୁରୋପରେ ଓ ଆମେରିକାରେ କୋଭିଡ୍ ସ୍ଥିତି ଅସମ୍ଭାଳ ଆଡ଼କୁ ଗଲାଣି। ଏଣୁ ଭାରତ, ବିଶେଷକରି ଓଡ଼ିଶା ପ୍ରତି ବିପଦ ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। କୋଭିଡ୍ ସଂକ୍ରମଣ ଏବେ ପୂରା ନିୟନ୍ତ୍ରଣରେ ଥିବା ବେଳେ ଆଗକୁ ଆସୁଥିବା ଭୀଷଣ ଥଣ୍ଡା ସ୍ଥିତି ଗମ୍ଭୀର କରିପାରେ ବୋଲି କିଛି ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରୁଛନ୍ତି।

ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ କହୁଛି, ଶୀତ ଲହରୀ ମୂଳ ଶୀତଳ ତରଙ୍ଗ ଜୋନ୍ ଉତ୍ତର ପ୍ରଦେଶ, ଜାମ୍ମୁ କାଶ୍ମୀର, ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶାକୁ ବିସ୍ତାର କରିବ। ତେଲେଙ୍ଗାନାକୁ ବି। ଜାନୁଆରି ବେଳକୁ କିନ୍ତୁ ଥଣ୍ଡା ଜନଜୀବନ ବିପର୍ଯ୍ୟସ୍ତ କରିପାରେ।

ଅନ୍ୟପଟେ ପାଣିପାଗ ବିଜ୍ଞାନୀ ଆହୁରି କହୁଛନ୍ତି ଯେ ନଭେମ୍ବର ମଧ୍ୟ ଭାରତ ପାଇଁ ଶୁଭ ସମୟ ଆଣୁନି। ଏହି ମାସରେ ଏକାଧିକ ବାତ୍ୟା ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ପୂର୍ବ ଉପକୂଳ ବିଶେଷକରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପାଇଁ ଅଧିକ ବିପଦ ରହିଛି। ବଙ୍ଗୋପସାଗର ଏବଂ ଉପକୂଳବର୍ତୀ ଅଞ୍ଚଳ ଚଳିତବର୍ଷ କିଛି ତୀବ୍ର ଘୂର୍ଣ୍ଣିବଳୟ ସାମ୍ନା କରିପାରେ।

ନିକଟରେ ଭାରତ ପାଣିପାଗ ବିଭାଗର ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ ଯେ ଲା ନିନା କାରଣରୁ ବଙ୍ଗୋପସାଗରରେ ଅଧିକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ, ଯାହା ଦ୍ବାରା ଏଥର ଶୀତ ମଧ୍ୟ ହୋଇପାରେ। ସେ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଆମକୁ ପ୍ରଭାବିତ କରୁଛି। ଯେହେତୁ ଦୁର୍ବଳ ଲା ନିନା ଅବସ୍ଥା ଅଧିକ ଅଛି, ଆମେ ଚଳିତ ବର୍ଷ ଅଧିକ ଥଣ୍ଡା ଆଶା କରିପାରିବା।

ଭାରତର ପାଣିପାଗ ବିଭାଗ ପ୍ରତିବର୍ଷ ନଭେମ୍ବରରେ ଏକ ଶୀତକାଳୀନ ପୂର୍ବାନୁମାନ ମଧ୍ୟ ପ୍ରକାଶ କରିଥାଏ। ଯାହାକି ଡିସେମ୍ବରରୁ ଫେବୃଆରି ପର୍ଯ୍ୟନ୍ତ ଶୀତ ଋତୁର ଗମ୍ଭୀରତା ବିଷୟରେ ପୂର୍ବାନୁମାନ କରିଥାଏ। |

Leave A Reply

Your email address will not be published.