ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଥଣ୍ଡା ହେଉଛି ଓଡ଼ିଶା

0

ଭୁବନେଶ୍ବର: ରାଜ୍ୟରେ ତାପମାତ୍ରା ଧୀରେ ଧୀରେ କମିବା ଆରମ୍ଭ କରିଛି। ବିଶେଷକରି ରାତିରେ ତାପମାତ୍ରା କମିବା ପରିଲକ୍ଷିତ ହେଲାଣି। ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ତଥା ଶୁଷ୍କ ବାୟୁ ପ୍ରବେଶ କରିବା ଆରମ୍ଭ କରିଥିବା ପରିପ୍ରେକ୍ଷୀରେ ରାଜ୍ୟରେ ତାପମାତ୍ରା ଖସିଲାଣି ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଓଡ଼ିଶାରେ ତାପମାତ୍ରା ଆଉ ୨ରୁ ୩ ଡିଗ୍ରି ଖସିବା ସମ୍ଭାବନା ଅଧିକ।

ପାଣିପାଗ ସ୍ଥିତି ସଂପର୍କରେ ପୂର୍ବାନୁମାନ କରି ସାର୍ଥକ ମିଶ୍ର କହିଛନ୍ତି ଯେ ଦକ୍ଷିଣ ଓ ଆଭ୍ୟନ୍ତର ଓଡ଼ିଶାରେ ଟିକିଏ ପ୍ରଭାବ ଅଧିକ ରହିବ। ସେଠାରେ ତାପମାତ୍ରା ୪ ଡିଗ୍ରି ପର୍ଯ୍ୟନ୍ତ କମିବା ବିଚିତ୍ର ନୁହେଁ। ଅଳ୍ପରୁ ମଧ୍ୟମ ଧରଣର କୁହୁଡି ମଧ୍ୟ ପଡିବ।

ଆସନ୍ତା ୧୧ ତାରିଖ ବେଳକୁ ଉପକୂଳ ଓ ଏହାର ଆଖପାଖ ଅଞ୍ଚଳରେ ହାଲକା ବର୍ଷା ସମ୍ଭାବନା ରହିଛି। ଫଳରେ ୧୦ ତାରିଖରେ ଉପକୂଳ ଓଡ଼ିଶାରେ ଆକାଶ ଆଂଶିକ ମେଘୁଆ ରହିବା ସହିତ ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ।

ଉଲ୍ଲେଖଥାଉକି, ସୋନପୁରରେ ୧୧.୮ ଡିଗ୍ରି ସହିତ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ଏହାବ୍ୟତୀତ ଅନୁଗୁଳରେ ୧୨.୬ ଡିଗ୍ରି, ଦାରିଙ୍ଗିବାଡିରେ ୧୪ ଡିଗ୍ରି, ଝାରସୁଗୁଡାରେ ୧୪.୧ ଡିଗ୍ରି ରହିଛି। ଅନ୍ୟପକ୍ଷରେ କେନ୍ଦୁଝରରେ ମଧ୍ୟ ତାପମାତ୍ରା ଖସି ୧୫ ଡିଗ୍ରି ଛୁଇଁଲାଣି। ରାଜଧାନୀରେ ଏବେ ବି ଶୀତ ଆସିନାହିଁ। ଏଠାରେ ସର୍ବନିମ୍ନ ତାପମାତ୍ରା ଖସି ୨୦.୬ ଡିଗ୍ରି ଓ କଟକରେ ୧୯ ଡିଗ୍ରି ରହିଥିଲା।

Leave A Reply

Your email address will not be published.