ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ତଥ୍ୟ ଚାପି ତଣ୍ଡ ଗଣିଲେ ବାବୁ

0

ଭୁବନେଶ୍ୱର: ଜଣେ ସୂଚନା ଆବେଦନକାରୀଙ୍କୁ ମଗାଯାଇଥିବା ତଥ୍ୟ ଦେବା ବଦଳରେ ସରକାରୀ ବାବୁ ତାହାକୁ ଚାପି ଦେବା ଘଟଣାରେ ରାଜ୍ୟ ସୂଚନା କମିସନ ବିକ୍ରମ ସେନାପତି ଅସନ୍ତୋଷ ବ୍ୟକ୍ତ କରିବା ସହିତ ଜରିମାନା ଆଦେଶ ଦେଇଛନ୍ତି।ତଥ୍ୟ ଦେବା ବଦଳରେ ଏଥିରେ ବାଧକ ସାଜିଥିବା ଅଭିଯୋଗରେ କମିସନ ରାଜ୍ୟ ସମବାୟ ନିବନ୍ଧକଙ୍କ ସୂଚନା ଅଧିକାରୀଙ୍କୁ ଦଣ୍ଡିତ କରିଛନ୍ତି। ଆର୍‌ସିଏସ୍‌ଙ୍କ ପୂର୍ବତନ ସୂଚନା ଅଧିକାରୀ ବୁଦ୍ଧିରାମ ମଲ୍ଲିକଙ୍କୁ ୯ ହଜାର ଟଙ୍କାର ଜରିମାନା କରାଯାଇଛି।

୨୦୧୬ ମସିହାରେ ଦୁଃଖବନ୍ଧୁ ବିଶ୍ବାଳ ନାମକ ଜଣେ ବ୍ୟକ୍ତି ତାଙ୍କ ଅବସରକାଳୀନ ଦେୟ ବିଳମ୍ବ ନେଇ ନ୍ୟାୟ ନ ପାଇବା କାରଣରୁ ସୂଚନା ଅଧିକାର ଆଇନର ହସ୍ତକ୍ଷେପ ଲୋଡ଼ିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦେଇଥିବା ଦରଖାସ୍ତ ଉପରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ସେ ସଂପର୍କରେ ଦୁଃଖବନ୍ଧୁ ତଥ୍ୟ ମାଗିଥିଲେ। ଶ୍ରୀ ବିଶ୍ବାଳଙ୍କ ଦରଖାସ୍ତକୁ ତତ୍କାଳୀନ ସୂଚନା ଅଧିକାରୀ ବସନ୍ତ ସିଂହଙ୍କ ପାଖରେ ଦାଖଲ ନ କରି ବୁଦ୍ଧିରାମ ଚାପି ଦେଇଥିଲେ। ଏହି ମାମଲା ରାଜ୍ୟ ସୂଚନା କମିସନଙ୍କ ନିକଟକୁ ଆସିବା ପରେ ମାମଲାର ଶୁଣାଣି ହୋଇଥିଲା। ଏଥିରେ ବୁଦ୍ଧିରାମ ପରସ୍ପର ବିରୋଧୀ ମନ୍ତବ୍ୟ ରଖି ମାମଲାକୁ ବାଟବଣା କରିବାକୁ ଚାହିଁଥିଲେ। ଲଫଳରେ କମିସନ ବିରକ୍ତ ପ୍ରକାଶ କରିଥିଲେ।

ତାଙ୍କ ନିର୍ଦେଶରେ କମିସନ ଦର୍ଶାଇଛନ୍ତି ଯେ ବୁଦ୍ଧିରାମଙ୍କ ବିଭ୍ରାନ୍ତିକର ମନ୍ତବ୍ୟ ଏହି ଘଟଣାରେ ତାଙ୍କର ମନ୍ଦ ଉଦ୍ଦେଶ୍ୟ ବିଷୟରେ ସ୍ପଷ୍ଟ ସୂଚନା ଦେଉଛି। ତାଙ୍କର ଆଚରଣ ସୂଚନା ଆଇନର ବିରୋଧୀ ବୋଲି ମନେ ହେଉଛି। ୯ ହଜାର ଟଙ୍କା ତାଙ୍କୁ ଜରିମାନା କରିବା ସହିତ ଏହି ଅର୍ଥ ଏକ କାଳୀନ ସରକାରୀ ଟ୍ରେଜେରିରେ ଦାଖଲ କରିବାକୁ କମିସନ ବୁଦ୍ଧିରାମଙ୍କୁ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.