ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ଥଣ୍ଡା ହେଉଛି ଓଡ଼ିଶା

0

ଭୁବନେଶ୍ବର: ରାଜ୍ୟରେ ତାପମାତ୍ରା ଧୀରେ ଧୀରେ କମିବା ଆରମ୍ଭ କରିଛି। ବିଶେଷକରି ରାତିରେ ତାପମାତ୍ରା କମିବା ପରିଲକ୍ଷିତ ହେଲାଣି। ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ତଥା ଶୁଷ୍କ ବାୟୁ ପ୍ରବେଶ କରିବା ଆରମ୍ଭ କରିଥିବା ପରିପ୍ରେକ୍ଷୀରେ ରାଜ୍ୟରେ ତାପମାତ୍ରା ଖସିଲାଣି ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଓଡ଼ିଶାରେ ତାପମାତ୍ରା ଆଉ ୨ରୁ ୩ ଡିଗ୍ରି ଖସିବା ସମ୍ଭାବନା ଅଧିକ।

ପାଣିପାଗ ସ୍ଥିତି ସଂପର୍କରେ ପୂର୍ବାନୁମାନ କରି ସାର୍ଥକ ମିଶ୍ର କହିଛନ୍ତି ଯେ ଦକ୍ଷିଣ ଓ ଆଭ୍ୟନ୍ତର ଓଡ଼ିଶାରେ ଟିକିଏ ପ୍ରଭାବ ଅଧିକ ରହିବ। ସେଠାରେ ତାପମାତ୍ରା ୪ ଡିଗ୍ରି ପର୍ଯ୍ୟନ୍ତ କମିବା ବିଚିତ୍ର ନୁହେଁ। ଅଳ୍ପରୁ ମଧ୍ୟମ ଧରଣର କୁହୁଡି ମଧ୍ୟ ପଡିବ।

ଆସନ୍ତା ୧୧ ତାରିଖ ବେଳକୁ ଉପକୂଳ ଓ ଏହାର ଆଖପାଖ ଅଞ୍ଚଳରେ ହାଲକା ବର୍ଷା ସମ୍ଭାବନା ରହିଛି। ଫଳରେ ୧୦ ତାରିଖରେ ଉପକୂଳ ଓଡ଼ିଶାରେ ଆକାଶ ଆଂଶିକ ମେଘୁଆ ରହିବା ସହିତ ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ।

ଉଲ୍ଲେଖଥାଉକି, ସୋନପୁରରେ ୧୧.୮ ଡିଗ୍ରି ସହିତ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ଏହାବ୍ୟତୀତ ଅନୁଗୁଳରେ ୧୨.୬ ଡିଗ୍ରି, ଦାରିଙ୍ଗିବାଡିରେ ୧୪ ଡିଗ୍ରି, ଝାରସୁଗୁଡାରେ ୧୪.୧ ଡିଗ୍ରି ରହିଛି। ଅନ୍ୟପକ୍ଷରେ କେନ୍ଦୁଝରରେ ମଧ୍ୟ ତାପମାତ୍ରା ଖସି ୧୫ ଡିଗ୍ରି ଛୁଇଁଲାଣି। ରାଜଧାନୀରେ ଏବେ ବି ଶୀତ ଆସିନାହିଁ। ଏଠାରେ ସର୍ବନିମ୍ନ ତାପମାତ୍ରା ଖସି ୨୦.୬ ଡିଗ୍ରି ଓ କଟକରେ ୧୯ ଡିଗ୍ରି ରହିଥିଲା।

Leave A Reply

Your email address will not be published.