ପ୍ରମୁଖ ଖବର

ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ବିଜେପି ବଢୁଛି, ବିବାଦ କମିନି

0

କୋଲକାତା: ପଶ୍ଚିମବଙ୍ଗରେ ବିଜେପିର ପ୍ରଭାବ ବଢି଼ବାରେ ଲାଗିଛି। ହେଲେ ନିର୍ବାଚନରେ ବାଜିମାତ୍ କରିବାକୁ ହେଲେ ଦଳକୁ ବିଭିନ୍ନ ସ୍ଥାନରେ ଥିବା ସାଂଗଠନିକ ସମସ୍ୟାର ସମାଧାନ କରିବାକୁ ପଡ଼ିବ।

ବିହାର ନିର୍ବାଚନ ଉପରେ ସମଗ୍ର ଦେଶର ଆଖି ନିବଦ୍ଧ ଥିବା ବେଳେ ପଶ୍ଚିମବଙ୍ଗକୁ ଯାଇ ଗୃହ ମନ୍ତ୍ରୀ ଅମିତ ଶାହ ତାେଫାନୀ କାର୍ଯ୍ୟକ୍ରମ ଜରିଆରେ ନିର୍ବାଚନ ବାତାବରଣ ସରଗରମ କରିଛନ୍ତି। ଠିକ୍ ଏମିତି ସମୟରେ ବିଜେପି ହାତରେ ଏଭଳି ସର୍ଭେ ରିପୋର୍ଟ ଲାଗିଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ଏହି ରିପୋର୍ଟ ଆହୁରି ସୂଚାଇଛି ଯେ ଅମ୍ଫାନ୍ ବାତ୍ୟା ପରେ ରାଜ୍ୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି।

ଆସନ୍ତାବର୍ଷ ପ୍ରାରମ୍ଭରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନକୁ ବିଜେପି ବିଶେଷ ଗୁରୁତ୍ବ ଦେଉଛି। ପାଖାପାଖି ୨୨୦ରୁ ଅଧିକ ଆସନରେ ଜିତିବାକୁ ଦଳ ନଜର ରଖିଛି। ଏଥିପାଇଁ ଦଳ ଦୁଇଟି ଆଭ୍ୟନ୍ତରୀଣ ସର୍ଭେ କରିଥିଲା। ରାଜ୍ୟର ପାଖାପାଖି ୭୮୦୦୦ ବୁଥ୍‌ରେ ଏହି ସର୍ଭେ କରାଯିବା ପରେ ଯେଉଁ ନିଷ୍କର୍ଶ ଆସିଛି, ତାହା ବିଜେପିକୁ ସାମାନ୍ୟ ଆଶ୍ବସ୍ତ କରିଥିଲେ ବି ଚିନ୍ତା କମାଇନି।

ସର୍ଭେ କହୁଛି, ବିଜେପିର ପୂର୍ବ ତୁଳନାରେ ପତିଆରା ଅବଶ୍ୟ ବଢିଛି। ଏଇଥିପାଇଁ ଯେ ଅମ୍ଫାନ୍ ପରବର୍ତୀ ଦୁର୍ନୀତି ଅଭିଯୋଗ ଲୋକଙ୍କ ମନକୁ ଧରିଛି ଓ ସରକାର ବିରୋଧରେ ଜନ ଅସନ୍ତୋଷ ବଢ଼ିଛି। ଏହାର ବଡ଼ ହିତାଧିକାରୀ ମୁଖ୍ୟ ବିରୋଧୀ ଦଳ ବିଜେପି ହୋଇପାରେ।

ଗତ ସାଧାରଣ ନିର୍ବାଚନରେ ଦଳ ୪୨ଟି ଲୋକସଭା ଆସନରୁ ୧୮ଟି ଜିତିଥିଲା। ଦଳ ୪୦.୫ ପ୍ରତିଶତ ଭୋଟ ହାସଲ କରିବା ସତ୍ତ୍ବେ ୧୨୫ଟି ଆସନରେ ଉପସ୍ଥିତି ଜାହିର କରିଥିଲା। ଏଣୁ ଦଳ ୨୨୦ଟି ଆସନକୁ ନଜରରେ ରଖି ଆଗକୁ ଚାଲିଛି। ଦଳର ସାଂଗଠନିକ ଦୁର୍ବଳତା କିନ୍ତୁ ଏହି ଲକ୍ଷ୍ୟ ହାସଲ ପାଇଁ ବିଶେଷ ବାଧକ ସାଜିଛି।

ବିଭିନ୍ନ ଗୋଷ୍ଠୀରେ ନେତାମାନେ ବିଭକ୍ତ ହୋଇଥିବା ପରିପ୍ରେକ୍ଷୀରେ ସଂଗଠନ ​ଉପରେ ଜବରଦସ୍ତ ପ୍ରଭାବ ପଡିଛି। ଏବେ ଏସବୁ ଗୋଷ୍ଠୀକୁ ଏକାଠି କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ବିଶେଷକରି ଯେଉଁମାନେ ତୃଣମୂଳ କଂଗ୍ରେସରୁ ବିଜେପିକୁ ଆସିଛନ୍ତି, ସେମାନଙ୍କର ଦଳ ଭିତରେ ଅର୍ଥାତ୍ ପୁରୁଣା ନେତାମାନଙ୍କ ମଧ୍ୟରେ ଗ୍ରହଣୀୟତା କମ୍ ରହିଛି ବା ଆହୁରି ସ୍ପଷ୍ଟ କରି କହିଲେ, ନୂଆ ଆସିଥିବା କାରଣରୁ କୋଣଠେସା ହୋଇଯାଇଛନ୍ତି। କିନ୍ତୁ ବିଜେପି ହାଇକମାଣ୍ଡଙ୍କ ଆଭିମୁଖ୍ୟ ଏ ସଂକ୍ରାନ୍ତରେ ପୂରା ସ୍ପଷ୍ଟ। ବର୍ତମାନ ପରିସ୍ଥିତିରେ ଦଳକୁ କ୍ଷମତାକୁ ଆଣିବା ପାଇଁ ଯଦି କେହି ଚାହେଁ, ତେବେ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ବି ଗ୍ରହଣ କରିବାକୁ ପଡିବ।

ଅନ୍ୟପକ୍ଷରେ ଦଳୀୟ ଟିକେଟ୍ ବଣ୍ଟନ ବେଳେ ସର୍ଭେ ରିପୋର୍ଟ ମଧ୍ୟ ଏକ ବଡ଼ ମାପ କାଠି ହେବ। ୨୯୪ ଆସନ ବିଶିଷ୍ଟ ବିଧାନସଭାର ଅତି କମରେ ଦୁଇଟି ପର୍ଯ୍ୟାୟରେ ଯେଉଁମାନେ ଜିତିବା ସମ୍ଭାବନା ରହିଛି ବୋଲି ରିପୋର୍ଟ ଆସିବ, ସେମାନଙ୍କୁ ଟିକେଟ୍ ବଣ୍ଟନ ବେଳେ ଗୁରୁତ୍ବ ଦିଆଯିବ। ସେହିଭଳି ଦଳ ସରକାରଙ୍କ ବିରୋଧରେ ମୁଖ୍ୟ ପ୍ରସଙ୍ଗଗୁଡିକ ଏକାଠି କରି ନିର୍ବାଚନରେ ସାମ୍ନାକୁ ଆସିବ।

ହେଲେ ଟିଏମ୍‌ସି କିନ୍ତୁ ବିଜେପିକୁ କଟାକ୍ଷ କରି କହିଛି ଯେ ମମତା ବାନାର୍ଜୀଙ୍କ ଭଳି ନେତ୍ରୀ ସେ ଦଳରେ ନାହାନ୍ତି। ଏଣୁ ସେମାନଙ୍କର ସମସ୍ତ ଉଦ୍ୟମ ବ୍ୟର୍ଥ ହେବ। ମମତାଙ୍କ ଲୋକପ୍ରିୟତା ସ୍ତରକୁ ଆସିବା ବେଳକୁ ବିଜେପି ସଠାରେ ମୁହଁମାଡ଼ି ପଡ଼ିଥିବ।

Leave A Reply

Your email address will not be published.