ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ରକ୍ତ ଦାନ କରନ୍ତୁ

0

ରକ୍ତ ଦାନ ମହତ୍ ଦାନ । ରକ୍ତଦାନ କରିବା ଦ୍ବାରା ଆମେ କେବଳ ଯେ,ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ବ୍ୟକ୍ତିର ଜୀବନ ରକ୍ଷା କରିଥାଉ ତାହା ନୁହେଁ,ରକ୍ତଦାନ ଆମକୁ ସୁସ୍ଥ ରଖିବା ପାଇଁ ସାହାର୍ଯ୍ୟ କରିଥାଏ। ଡକ୍ତରମାନେ କୁହନ୍ତି ନିୟମିତ ରକ୍ତଦାନ କରୁଥିବା ବ୍ୟକ୍ତିମାନଙ୍କୁ ସହଜରେ କୌଣସି ରୋଗବ୍ୟାଧି ହୋଇନଥାଏ। ଏହି ବ୍ୟକ୍ତିମାନଙ୍କୁ ,ଡାଇବେଟିସ୍,ଉଚ୍ଚ ରକ୍ତଚାପ,ବ୍ରେନ୍ ଷ୍ଟ୍ରୋକ୍,ହୃଦରୋଗ ଏବଂ କୋଲେଷ୍ଟେରୋଲ ଭଳି ରୋଗ ହେବାର ଆଶଙ୍କା କମ୍ ଥାଏ।

କେଉଁମ‌ାନେ ରକ୍ତଦାନ କରିପାରିବେ

୧-ବୟସ ୧୮ରୁ ୬୫ ମଧ୍ୟରେ ହୋଇଥିବ

୨-ଓଜନ ୪୫କିଲୋଗ୍ରାମରୁ ଅଧିକ ହୋଇଥିବ

୩-ରକ୍ତରେ ହିମୋଗ୍ଲୋବିନ ପରିମାଣ ୧୨.୫ଗ୍ରାମ୍ ଥିବ

କେଉଁମାନେ ରକ୍ତଦାନ କରିପାରିବେ ନାହିଁ

୧-ବ୍ରେନ କିମ୍ବା ସ୍ନାୟୁ ସଂପର୍କିତ କୌଣସି ରୋଗରେ ଆକ୍ରାନ୍ତ ଥିଲେ

୨-ବାତ ରୋଗରେ ପୀଡିତ ଥିଲେ

୩-ପକ୍ଷାଘାତର ଶିକାର ହୋଇଥିଲେ

୪-କୌଣସି ପ୍ରକାର ହୃଦରୋଗ ଥିଲେ

୪-କୌଣସି ପ୍ରକାର ରକ୍ତ ସଂପର୍କିତ ରୋଗ ଥିଲେ

୫-କ୍ୟାନସର ରୋାଗରେ ପୀଡିତ ଥିଲେ

୬-ହେପାଟାଇଟିସ୍ ଜନିତ ରୋଗ ଥିଲେ

ଏହାଛଡା କୁକୁର କାମୁଡା ଇ‌ଞ୍ଜେକସନ୍ ନେଇଥିଲେ,ହେପାଟାଇଟିସ୍-ବି ପାଇଁ ଚିକିତ୍ସିତ ହେଉଥିଲେ,ପ୍ରସବ କରିଥିଲେ ବର୍ଷେ ପର୍ଯ୍ୟନ୍ତ ରକ୍ତଦାନ କରନ୍ତୁ ନାହିଁ। ୬ ମାସ ମଧ୍ୟରେ କୌଣସି ବଡ ଅପରେସନ୍ ହୋଇଥିଲେ,ନିଜେ ରକ୍ତ ନେଇଥିଲେ,ଟାଟୁ କରିଥିଲେ,ଗର୍ଭବତୀ ଥିଲେ ରକ୍ତଦାନ କରନ୍ତୁ ନାହିଁ। ଥଣ୍ଡା,କାଶ,ଶର୍ଦ୍ଦି ଲାଗି ରହୁଥିଲେ,ମାସିକ ଋତୁସ୍ରାବ ସମୟରେ,ରାତିରେ ଭଲ ନିଦ ହୋଇନଥିଲେ,୨୪ ଘଣ୍ଟା ମଧ୍ୟରେ ମଦ୍ୟପାନ କରିଥିଲେ ଓ ଅଧିକ ଦୁବର୍ଳ ଲାଗୁଥିଲେ ରକ୍ତଦାନ କରନ୍ତୁ ନାହିଁ।

ଶେଷରେ ଏତିକି କୁହାଯାଇପାରେ ଯେ,ଆପଣ ଦାନ କରୁଥିବା ଗୋଟିଏ ବୋତଲ ରକ୍ତ ତିନୋଟି ଜୀବନ ରକ୍ଷା କରିଥାଏ।ଏହାଛଡା ଆପଣଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ସୁସ୍ଥ ରଖିଥାଏ।

Leave A Reply

Your email address will not be published.