ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଶହ ଶହ କୋଟି ମାରିନେବା ପରେ ଚେତିଲେ!

0
  • ଏବେଯାଇ ବାଲି ସଇରାତ ଉପରେ ପଡିଲା ସରକାରଙ୍କ ନଜର
  • ୬୮୦ କୋଟି ଅଧିକ ରାଜସ୍ବ ମିଳିଛି, ଆହୁରି ବଢାଇବାକୁ ନିଷ୍ପତ୍ତି
  • ମୁଖ୍ୟସଚିବଙ୍କ ତନାଘନା, ଅଧିକ ନଦୀ ଶଯ୍ୟା ସଇରାତ ଚିହ୍ନଟ ନିର୍ଦେଶ

ଭୁବନେଶ୍ବର: ଦୀର୍ଘ ବର୍ଷ ପରେ ରାଜ୍ୟ ସରକାର ରାଜସ୍ବ ବୃଦ୍ଧି ପାଇଁ ଏକ ନୂଆ ରାସ୍ତା ଖୋଲିଛନ୍ତି। ବହୁ ବର୍ଷ ପରେ ଲଘୁଖଣିଜ ସଂପଦର ଉଠାଣ, ପରିବହନ ଉପରେ ନଜର ପଡ଼ିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ପାଖାପାଖି ୧୨୪ ପ୍ରତିଶତ ଅର୍ଥାତ୍ ୬୮୦ କୋଟି ଟଙ୍କା ଅଧିକ ରାଜସ୍ବ ସଂଗ୍ରହ କରିବା ପରେ ଏବେ ଏହିକ୍ଷେତ୍ରକୁ ଗୁରୁତ୍ବ ଦେବାକୁ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ତନାଘନା ଆରମ୍ଭ କରିଛନ୍ତି। ଉଠାଣ ଯୋଗ୍ୟ ନଦୀ ଶଯ୍ୟା ସଇରାତ ଚିହ୍ନଟ କରିବା ଲାଗି ଜଳସଂପଦ ବିଭାଗକୁ ନିର୍ଦେଶ ଦିଆଯାଇଛି।

ଏବେ ପ୍ରଶ୍ନ ଉଠୁଛି, ବର୍ଷ ବର୍ଷ ଧରି ଏସବୁ ଲଘୁ ଖଣିଜ ସଂପଦରେ ବ୍ୟାପକ ଚୋରାଚାଲାଣ ହେଉଥିଲା। ଏବେ ଯେଉଁ ଅର୍ଥ ସରକାରଙ୍କ ହାତକୁ ଆସୁଛି, ଏସବୁ ମାଫିଆ ନେଉଥିଲେ। ଏସବୁଥିରେ କେଉଁମାନେ ଥିଲେ, କେତେ କୋଟିର ସରକାରୀ ରାଜସ୍ବକୁ ସେମାନେ ଉଦରସ୍ଥ କରିଛନ୍ତି,ତାହାର ମଧ୍ୟ ତଦନ୍ତ ହେବା ଦରକାର। ଖଣି ଦୁର୍ନୀତି ଭଳି ଏ କ୍ଷେତ୍ରରେ ବି ବିଶାଳ ଦୁର୍ନୀତି ଚାଲିଥିବା ବାରମ୍ବାର ଅଭିଯୋଗ ହୋଇଛି। କେବଳ ବାଲି ନୁହେଁ, ମୋରମ, ମାଙ୍କଡା ପଥର ଆଦି କ୍ଷେତ୍ରରେ ଏ ସ୍ଥିତି ଆହୁରି ସାଂଘାତିକ। ଶହ ଶହ କୋଟି ଟଙ୍କା ଲୁଟ୍ ଅଭିଯୋଗ ଯେ ଅସତ୍ୟ ନଥିଲା, ଏବେ ରାଜସ୍ବ ସ୍ଥିତି ଦେଖି ସ୍ପଷ୍ଟ ହୋଇଯାଉଛି।

ଉଲ୍ଲେଖଥାଉକି, ଶୁକ୍ରବାର ଏ ସଂକ୍ରାନ୍ତରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଷ୍ଣୁପଦ ସେଠୀ ମୁଖ୍ୟଶାସନ ସଚିବଙ୍କୁ ଯେଉଁ ତଥ୍ୟ ଦେଇଛନ୍ତି, ସେଥିରୁ ଜଣାପଡୁଛି ଯେ ବର୍ତମାନ ସୁଦ୍ଧା ସଇରାତ ସଂଖ୍ୟା ବୃଦ୍ଧି ପାଇ ୪୭୬୭ ଛୁଇଁଲାଣି। ସେ ମଧ୍ୟରୁ ୧୪୨୮ଟି ସଇରାତରୁ ଲଘୁ ଖଣିଜ ଦ୍ରବ୍ୟ ଉଠାଣ ଆରମ୍ଭ ହୋଇଛି। ଚଳିତମାସ ଶେଷ ସୁଦ୍ଧା ଅବଶିଷ୍ଟ ସଇରାତ ଉପରେ ପଦକ୍ଷେପ ନିଆଯିବ।

ଶ୍ରୀ ସେଠୀ ଆହୁରି କହିଥିଲେ ଯେ ଇତିମଧ୍ୟରେ ନଦୀ ଶଯ୍ୟାରେ ପ୍ରାୟ ୧୦୦ ଏକରର ୫ଟି ବାଲି ସଇରାତ ଚିହ୍ନଟ ହୋଇଛି। ଏ ମଧ୍ୟରୁ ୪ଟି ଯାଜପୁର ଏବଂ ଗୋଟିଏ ଅନୁଗୁଳରେ ରହିଛି।ମହାନଦୀ, ଋଷିକୂଲ୍ୟା ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଓ ଅନ୍ୟ ନଦୀ ଶଯ୍ୟାରେ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଉଠାଣ ଯୋଗ୍ୟ ବାଲି ସଇରାତ କରିବା ଲାଗି ମୁଖ୍ୟଶାସନ ସଚିବ ନିର୍ଦେଶ ଦେଇଥିଲେ। ତେବେ ସଇରାତ ଚିହ୍ନଟ ସମୟରେ ପରିବେଶ ଉପରେ ନଜର ରଖିବାକୁ ସତର୍କ କରିଦିଆଯାଇଛି। ଆସନ୍ତା ୨ମାସ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନଦୀଶଯ୍ୟା ସଇରାତ ଚିହ୍ନଟ ଲାଗି ମୁଖ୍ୟ ସଚିବ କହିଥିଲେ।

Leave A Reply

Your email address will not be published.