ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବିଶ୍ୱର ସବୁଠାରୁ ଉଚ୍ଚ ରାମ ପ୍ରତିମୂର୍ତ୍ତି ଉନ୍ମୋଚନ

0

ଗୋଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦକ୍ଷିଣ ଗୋଆର ଶ୍ରୀସଂସ୍ଥାନ ଗୋକର୍ଣ୍ଣ ଜୀବୋତ୍ତମ ମଠରେ ଭଗବାନ ରାମଙ୍କର ୭୭ ଫୁଟ୍‌ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ମୂର୍ତ୍ତିକୁ ଅନାବରଣ କରିଛନ୍ତି। ଗୁଜରାଟରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ଡିଜାଇନ୍‌ କରିଥିବା ଶିଳ୍ପୀ ରାମ ସୁତାର ଶ୍ରୀରାମଙ୍କ ଉକ୍ତ ମୂର୍ତ୍ତିର ମଧ୍ୟ ଡିଜାଇନ୍‌ କରିଛନ୍ତି।

ଆଜି ଯାଏ ଭାଗବାନ ରାମଙ୍କ ଏତେ ବଡ଼ ପ୍ରତିମୂର୍ତ୍ତି ବିଶ୍ୱର କେଉଁଠି ସ୍ଥାପନ ହୋଇ ନଥିଲା। ହେଲେ ଏବେ ୭୭ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏହି ବିଶାଳକାୟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହ ମଠରେ ଥିବା ମନ୍ଦିର ବୁଲି ଦେଖିଛନ୍ତି। ଗୋଆରେ ଥିବା ଏହି ମଠ ହେଉଛି ଭାରତର ଅନ୍ୟତମ ପୁରାତନ ପ୍ରତିଷ୍ଠାନ। ନିଜର ଧାର୍ମିକ, ସାଂସ୍କୃତି ଓ ସାମାଜିକ ଅବଦାନ ପାଇଁ ମଠ ବେଶ ପରିଚିତ। ସରସ୍ୱତୀ ସଂପ୍ରଦାୟ ମଧ୍ୟରେ ଏହାର ମହତ୍ତ୍ୱ ବେଶ ଅଧିକ।

ମଠ ପରମ୍ପରାର ୫୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନଭେମ୍ବର ୨୭ରୁ ଏଠାରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଜାରି ରହିଛି। ଏହା ଡିସେମ୍ବର ୭ ଯାଏ ଚାଲିବ। ପ୍ରତିଦିନ ମଠର ବିଭିନ୍ନ କାର୍ଯ୍ୟକ୍ରମରେ ୭ ରୁ ୧୦ ହଜାର ଲୋକ ସାମିଲ ହେଉଥିବା କୁହାଯାଉଛି। ଏହିକ୍ରମରେ ଆଜି ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚି ବ୍ରୋଞ୍ଜରେ ନିର୍ମିତ ବିରାଟକାୟ ରାମ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି।

Leave A Reply

Your email address will not be published.