ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଆମେରିକାକୁ ମୁହଁ ମୋଡି଼ଲେଣି ଛାତ୍ରଛାତ୍ରୀ!

0

ନୂଆଦିଲ୍ଲୀ: ଆମେରିକାରେ ଉଚ୍ଚ ଅଧ୍ୟୟନ କରୁଥିବା ଭାରତର ଛାତ୍ରମାନଙ୍କ ସଂପର୍କରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଆମେରିକାର ଓପନ୍ ଡୋର୍‌ସ ରିପୋର୍ଟ, ୨୦୨୦ କହିଛି ଯେ ୨୦୧୯-୨୦ରେ ଆମେରିକାରେ ପାଠ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିଯାଇଛି। ତେବେ ଆଶ୍ବାସନାର ବିଷୟ ହେଲା, ଆମେରିକାରେ ପାଠ ପଢୁଥିବା ମୋଟ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ବିତୀୟ ସର୍ବାଧିକ ସ୍ଥାନରେ ଅଛନ୍ତି ଭାରତର ଛାତ୍ରଛାତ୍ରୀ। ନ୍ୟୁୟର୍କରେ ଥିବା ଅନ୍ତର୍ଜାତିକ ଶିକ୍ଷା ପ୍ରତିଷ୍ଠାନ (ଆଇଆଇଇ) ଦ୍ବାରା ପ୍ରତିବର୍ଷ ଓପନ୍ ଡୋର୍ସ ରିପୋର୍ଟ ପ୍ରକାଶ ପାଇଥାଏ।

ଏହି ରିପୋର୍ଟ କହୁଛି ଯେ ୨୦୧୯-୨୦ରେ ୧ଲକ୍ଷ ୯୩ ହଜାର ୧୨୪ଜଣ ଭାରତୀୟ ବିଦ୍ୟାର୍ଥୀ ଆମେରିକାର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହିବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ, ଯାହା ପୂର୍ବବର୍ଷ ଅର୍ଥାତ୍ ୨୦୧୮-୧୯ ତୁଳନାରେ ପାଖାପାଖି ୪.୪ ପ୍ରତିଶତ କମ୍। ୨୦୧୮-୧୯ରେ ୨ଲକ୍ଷ ୨ହଜାର ୧୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିଲେ। ୨୦୧୭-୧୮ରେ ଏହି ସଂଖ୍ୟା ୧ଲକ୍ଷ ୯୬ ହଜାର ୨୭୧ ଥିଲା। ଆମେରିକାରେ ପଢୁଥିବା ଅନ୍ତର୍ଜାତୀୟ ଛାତ୍ରମାନଙ୍କ ମଧ୍ୟରେ ଚାଇନା ସବୁଠାରୁ ଶୀର୍ଷରେ ଅଛି। ଅନ୍ୟପକ୍ଷରେ ଭାରତର ଏ କ୍ଷେତ୍ରରେ ଯୋଗଦାନ ହେଉଛି ୧୮ ପ୍ରତିଶତ।

ଏକ ସରକାରୀ ବିବୃତିରେ ଆମେରିକାର ଲୋକସଂପର୍କ ମନ୍ତ୍ରୀ ଡେଭିଡ୍ କେନେଡି ଗଣମାଧ୍ୟମକୁ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଆମେରିକାରେ ପଢୁଥିବା ଭାରତୀୟଙ୍କ ସଂଖ୍ୟା ପ୍ରାୟ ଦ୍ବିଗୁଣିତ ହୋଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଆମେରିକାର ପ୍ରତିଷ୍ଠା, ବ୍ୟାବହାରିକ ପ୍ରୟୋଗ ଓ ଅଭିଜ୍ଞତା କାରଣରୁ ସ୍ନାତକଙ୍କୁ ସ୍ବତନ୍ତ୍ର ସ୍ଥାନ ଦେଇଥାଏ।

ତେବେ ହଠାତ୍ ଭାରତ ଛାତ୍ରଛାତ୍ରୀଙ୍କ ହ୍ରାସ ପଛରେ ଯେଉଁ କାରଣଟିକୁ ଦାୟୀ କରାଯାଉଛି, ତାହା ହେଉଛି ଟ୍ରମ୍ପ ପ୍ରଶାସନର ଭିସା ନିୟମ ଓ ଇମିଗ୍ରେସନ୍ ବିରୋଧୀ ନୀତି। ଏହି କାରଣରୁ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିଛି। ଗତ ଚାରିବର୍ଷ ଧରି ଟ୍ରମ୍ପ ପ୍ରଶାସନର ନୀତିର ପ୍ରଭାବ ଏବେ ଧୀରେ ଧୀରେ ପଡ଼ିବା ଆରମ୍ଭ କରିଛି। ସେହିପରି କୋଭିଡ୍-୧୯ କାରଣରୁ ଆଗକୁ ଏହି ସଂଖ୍ୟା ଆହୁରି କମିବ ବୋଲି ମଧ୍ୟ ଆମେରିକାର ସଂସ୍ଥାମାନେ ପୂର୍ବାନୁମାନ କଲେଣି। ଆଗକୁ ଆମେରିକା ଶିକ୍ଷା ବ୍ୟବସ୍ଥା ଉପରେ ସାଂଘାତିକ ପ୍ରଭାବ ପଡ଼ିବା ଆଶଙ୍କାକୁ ଏହା ଏଡ଼ାଇ ଦେଇନପାରେ।

ଏହା ଭିତରେ ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଦିଗ ବି ସାମ୍ନାକୁ ଆସିଛି। ଆମେରିକାର କଠୋର ନୀତି କାରଣରୁ ଅଧିକାଂଶ ଭାରତୀୟ ଛାତ୍ରଛାତ୍ରୀ ସେମାନଙ୍କର ପାଠପଢ଼ାର ଦିଗ ପରିବର୍ତନ କରିଛନ୍ତି। କାନାଡ଼ା ଏବେ ଏ ଦିଗରେ ନୂଆ ଶିକ୍ଷା କେନ୍ଦ୍ର ଭାବେ ବିକଶିତ ହେବା ଆରମ୍ଭ କରିଛି। ଟ୍ରମ୍ଫ ପ୍ରଶାସନର ନକାରାତ୍ମକ ବିଚାରଧାରା କାନାଡ଼ାରେ ଶୈକ୍ଷିକ ବାତାବରଣ ପ୍ରତି ଛାତ୍ରଛାତ୍ରୀଙ୍କ ଆକର୍ଷଣ ବଢାଇ ଦେଇଛି।

Leave A Reply

Your email address will not be published.