ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଣତନ୍ତ୍ର ମନ୍ଦିରକୁ ବି କୋଭିଡ୍ ଚିନ୍ତା

0

ଭୁବନେଶ୍ବର/ନୂଆଦିଲ୍ଲୀ: ଓଡ଼ିଶାରେ ଏପର୍ଯ୍ୟନ୍ତ ମନ୍ଦିର, ଧର୍ମାନୁଷ୍ଠାନ କରୋନା କଟକଣା କାରଣରୁ ଖୋଲିପାରିନାହିଁ। ଦେଶରେ ଅଳ୍ପକିଛି ସ୍ଥାନ ଛାଡ଼ିଲେ, ଅନ୍ୟ କେଉଁଠାରେ ବି ଏ କ୍ଷେତ୍ରରେ ସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏପଟେ ଗଣତନ୍ତ୍ର ମନ୍ଦିର ବିଧାନସଭା ଓ ଲୋକସଭାକୁ ବି କୋଭିଡ୍ ଚିନ୍ତା ଘାରିଲାଣି

କୋଭିଡ୍ କଟକଣା ଭିତରେ ଆସନ୍ତା ୨୦ ତାରିଖରୁ ରାଜ୍ୟବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ।ସେହିଦିନ ଆର୍ଥିକବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବାର କାର୍ଯ୍ୟକ୍ରମ ରହିଛି। ଆଜି ଏଥିପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର କରୋନା ପରୀକ୍ଷା କରାଇଛନ୍ତି। ଏଥିସହିତ ଅଧିବେଶନରେ ଭାଗ ନେବାକୁ ଥିବା ସବୁ ବିଧାୟକ, ମନ୍ତ୍ରୀ, ମନ୍ତ୍ରୀଙ୍କ କର୍ମଚାରୀ, ସାମ୍ବାଦିକ ସମସ୍ତଙ୍କ ପାଇଁ ଟେଷ୍ଟିଂ ପ୍ରକ୍ରିୟା ବିଧାନସଭାରେ ଆରମ୍ଭ ହୋଇଛି। ୧୯ ତାରିଖ ଯାଏ ଏହି ଟେଷ୍ଟିଂ ଚାଲିବ।

ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ନଥିବ, ସେମାନଙ୍କୁ ଅଧିବେଶନରେ ଭାଗ ନେବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ବାଚସ୍ପତି ପୂର୍ବରୁ ଗଣମାଧ୍ୟମ ସାମ୍ନାରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନ ଭଳି କଟକଣା ଭିତରେ ଶୀତ ଅଧିବେଶନ ହେବ ଏବଂ ପାଖାପାଖି ୪୦ ଦିନ ଚାଲିବା ଲାଗି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି।

ସେପଟେ କିନ୍ତୁ ଦିଲ୍ଲୀରେ କରୋନା ବୃଦ୍ଧି ସଂସଦର ଶୀତ ଅଧିବେଶନ ପ୍ରତି ବିପଦ ବଢାଇ ଦେଲାଣି। ଏମିତି ଯେ ଶୀତ ଅଧିବେଶନ ସହିତ ବଜେଟ୍ ଅଧିବେଶନ ଏକାଠି ମିଶାଇ କରାଇବା ଲାଗି ଚିନ୍ତନ ଚାଲିଛି। ଯଦି ଏହା କାର୍ଯ୍ୟକାରୀ ହୁଏ,ତେବେ ଭାରତ ଇତିହାସରେ ଚତୁର୍ଥ ଥର ପାଇଁ ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବ ନାହିଁ। ପୂର୍ବରୁ ୧୯୭୫, ୧୯୭୯ ଓ ୧୯୮୪ ମସିହାରେ ସଂସଦର ଶୀତ ଅଧିବେଶନ ହୋଇପାରିନଥିଲା।

ସାଧାରଣତଃ ନଭେମ୍ବର ମାସରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥାଏ ଏବଂ ଡିସେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିଥାଏ। ଏଥର କିନ୍ତୁ କରୋନା ଏହି ପ୍ରକ୍ରିୟାରେ ବାଧକ ସାଜିଛି। ଯାହା ସୂଚନା ମିଳୁଛି, ଫେବ୍ରୁଆରି ପହିଲାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ ହେବ। ଏଣୁ ଜାନୁଆରି ଶେଷ ସପ୍ତାହ ବେଳକୁ ବଜେଟ୍ ଅଧିବେଶନ ଆରମ୍ଭ କରାଯିବ। ତେବେ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇନାହିଁ। ଯେହେତୁ ବିଶେଷ କୌଣସି ସାମ୍ବିଧାନିକ କାର୍ଯ୍ୟ ଏବେ ସରକାରଙ୍କ ପାଖରେ ନାହିଁ, ଏଣୁ କୋଭିଡ୍ ସ୍ଥିତି ଉତ୍କଟ ଥିବା ବେଳେ ଅଧିବେଶନ ଡାକି ବିପଦ ଆମନ୍ତ୍ରଣ କରିବାର କୌଣସି କାରଣ ନାହିଁ ବୋଲି କୁହାଯାଉଛି। ଏଠାରେ ଉଲ୍ଲେଖଥାଉକି, ସଂସଦର ମୌସୁମୀ ଅଧିବେଶନରେ ଦୁଇଡଜନରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଲ୍ ଅନୁମୋଦନ ଲାଭ କରିଥିଲା।

Leave A Reply

Your email address will not be published.