ପ୍ରମୁଖ ଖବର

ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ବଡ଼ ଦୁର୍ଘଟଣା: ଡଙ୍ଗା ଓଲଟି ବହୁ ନିଖୋଜ
ଅନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ
ପୁଷ୍ପା-୨ ପ୍ରିମିୟର ସମୟରେ ଆହତ ହୋଇଥିବା ନାବଳକ ଗୁରୁତର
ଲଘୁଚାପ ପ୍ରଭାବରେ ୩ଦିନ ଯାଏଁ ବର୍ଷା ସମ୍ଭାବନା
ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ
ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ଲାପତା ଲେଡିଜ୍
ପ୍ରଫେସର ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ମାଲ୍ୟା-ନୀରବଙ୍କ ଠାରୁ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ: ଅର୍ଥମନ୍ତ୍ରୀ
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି

ଇନ୍ଦିରା ଗାନ୍ଧୀ: କିଛି କଥା, କିଛି ଦର୍ଶନ

0

ନୂଆଦିଲ୍ଲୀ: ଭାରତର ପ୍ରଥମ ତଥା ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଆଜି ଜନ୍ମଦିବସ। ୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଉତ୍ତରପ୍ରଦେଶର ପ୍ରାର୍ଥନା (ପୂର୍ବ ଆହ୍ଲାବାଦ)ରେ ଜନ୍ମ ଗ୍ରହଣ କରିଥିବା ଇନ୍ଦିରା ଗାନ୍ଧୀ ଦେଶର ତିନି ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଜଣେ ଅତ୍ୟନ୍ତ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିବା ନେତା ବୋଲି କେହି କେହି କହିଥାନ୍ତି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଓ କମଳା ନେହେରୁଙ୍କ ଝିଅ ଇନ୍ଦିରା ପ୍ରଥମେ ୧୯୬୬ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଓ ପିତାଙ୍କ ପରେ ଦ୍ବିତୀୟ ଦୀର୍ଘତମ ପ୍ରଧାନମନ୍ତ୍ରୀ ଥିବା ଇନ୍ଦିରା ୧୯୭୭ ଯାଏ ଦାୟିତ୍ବରେ ଥିଲେ। ଶେଷଥର ୧୯୮୦ ଜାନୁଆରୀରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ହିଁ ୧୯୮୪ ଅକ୍ଟୋବର ୩୧ ତାରିଖରେ ନିଜ ଅଙ୍ଗରକ୍ଷୀଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିଲେ।

ଆଇରନ୍ ଲେଡି ଅଫ୍ ଇଣ୍ଡିଆ ଭାବେ ଜଣାଶୁଣା ଏମିତି ଅନେକ ନିଷ୍ପତ୍ତି ନେଇଛନ୍ତି, ଯାହା ଭାରତର ରାଜନୀତିର ମୋଡ଼ ବଦଳାଇଥିଲା। ବ୍ୟାଙ୍କଗୁଡିକର ଜାତୀୟକରଣ ଏ ମଧ୍ୟରୁ ଗୋଟିଏ ବଡ଼ ପଦକ୍ଷେପ ବୋଲି କୁହାଯାଇଥାଏ।

ଇନ୍ଦିରା କହୁଥିଲେ, ସୁଖ ହେଉଛି ମଣିଷ ମନର ଗୋଟିଏ ଅବସ୍ଥା,। ମୁଁ ଭାବୁନାହିଁ ତୁମେ ସବୁଦିନ ପାଇଁ ଖୁସି ହୋଇପାରିବ। ଜଣେ ନିର୍ଦ୍ଦିଷ୍ଟ ଜିନିଷ ପାଇଁ ଖୁସି ହୋଇପାରେ, ହେଲେ ଅନ୍ୟମାନଙ୍କ କ୍ଷେତ୍ରରେ ତାହା ଏତେଟା ପ୍ରତିଫଳିତ ହୋଇନପାରେ।

ଜଣେ ମହିଳା ନିଜକୁ ମୁକ୍ତ ହେବାକୁ ଅନୁଭବ କରିବା ଉଚିତ୍। ପୁରୁଷଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା ନୁହେଁ ବରଂ ନିଜର ସାମର୍ଥ୍ୟ ଏବଂ ବ୍ୟକ୍ତିତ୍ୱ ପରିପ୍ରେକ୍ଷୀରେ ସେ ମୁକ୍ତ ହୋଇପାରିବ।

ସହିଦଙ୍କ ଜୀବନ ଅର୍ଥ ଦୃଷ୍ଟିରୁ ମୂଲ୍ୟବାନ ହୋଇପାରିବ ନାହିଁ। ସେମାନଙ୍କର ବଳିଦାନର ପୁରସ୍କାର ବାହାରେ। କିନ୍ତୁ ଏକ କୃତଜ୍ଞ ରାଷ୍ଟ୍ର ଏହାର ପତ୍ନୀ ଏବଂ ପିଲାମାନଙ୍କର ଦୁଃଖକୁ ହ୍ରାସ କରିବା ପାଇଁ କର୍ତ୍ତବ୍ୟ ମନେ କରେ।

ବିକାଶଶୀଳ ଦେଶଗୁଡିକର ପରିବେଶ ସମସ୍ୟା ଅତ୍ୟଧିକ ଶିଳ୍ପାୟନର ପାର୍ଶ୍ୱ ପ୍ରତିକ୍ରିୟା ବୋଲି କୁହାଯାଇପାରିବ ନାହିଁ। ଏହା ବିକାଶର ଅପାରଗତାକୁ ପ୍ରତିଫଳିତ କରେ।

ଜୀବନରୁ ସମସ୍ୟା ଦୂର ହୋଇପାରିବ ନାହିଁ। ବ୍ୟକ୍ତିବିଶେଷ ଏହା ସର୍ବଦା ଉପଲବ୍ଧି କରିବେ, ଦେଶ ବି। ଏକମାତ୍ର ଜିନିଷ ହେଉଛି ତାକୁ ଗ୍ରହଣ କରିବା, ଯଦି ସମ୍ଭବ, ପରାସ୍ତ କରିବା, ନଚେତ୍ ତା ସହିତ ସନ୍ଧି କରିବା। ଯୁଦ୍ଧ କରିବା ଏକ ଉପାୟ, କିନ୍ତୁ ଯଦି ଏହା ସମ୍ଭବ ହୁଏ, ତେବେ ଯାଇ କରାଯାଇପାରିବ।

ଇନ୍ଦିରା କହୁଥିଲେ, ତୁମେ ଶୀଘ୍ର ହୃଦୟଙ୍ଗମ କର ଯେ ତୁମେ ଚାଲିଥିବା ଶିଖର ସର୍ବନିମ୍ନତମ ଥିଲା, ପର୍ବତଟି ଏକ ଶୃଙ୍ଖଳାର ଅଂଶ ଥିଲା। ଜୀବନରେ ଚାଲିବାକୁ ଅନେକ ପର୍ବତ ଅଛି। ତୁମେ ଯେତେ ଚାଲିବ, ସେତେ ଅଧିକ ଚାହିଁବ ଚାଲିବାକୁ, ଯେ ପର୍ଯ୍ୟନ୍ତ ତୁମେ କ୍ଲାନ୍ତ ହୋଇନ କି ମରିନାହଁ।

ଯେଉଁମାନେ ସାହସ କରନ୍ତି ଏବଂ କାର୍ଯ୍ୟ କରନ୍ତି…ସେମାନଙ୍କ ଦ୍ବାରା ହିଁ ସାମାଜିକ ପରିବର୍ତ୍ତନ ଅଣାଯାଇଥାଏ।

ଆମେ ପ୍ରଗତି ଚାହୁଁ, ଆମେ ବିକାଶ ଚାହୁଁ। କିନ୍ତୁ ଏହା ଏପରି ହେବା ଉଚିତ୍ ନୁହେଁ, ଯେମିତି ଏପରି ଭାବରେ ଏହା କୌଣସି ଅଞ୍ଚଳର ଜୀବନ, ତାର ଚେହେରା ବା ସୌନ୍ଦର୍ଯ୍ୟରେ ବାଧା ସୃଷ୍ଟି କରୁନଥିବ। ଲୋକଙ୍କୁ ତାଙ୍କ ପରିବେଶରୁ ବିଚ୍ଛିନ୍ନ କରୁନଥିବ।

ତୁମେ ନିଶ୍ଚିତ ଭାବରେ କାର୍ଯ୍ୟକଳାପ ମଧ୍ୟରେ ରହିବାକୁ ଏବଂ ବିଶ୍ରାମରେ ବି ଜୀବନ୍ତ ରହିବାକୁ ଶିଖିବା ଆବଶ୍ୟକ।

ପ୍ରଶ୍ନ କରିବାର ଶକ୍ତି ହେଉଛି ସମସ୍ତ ମାନବ ପ୍ରଗତିର ଆଧାର।

ଶିକ୍ଷା ଏକ ମୁକ୍ତିକାରୀ ଶକ୍ତି। ଏହା ମଧ୍ୟ ଏକ ଗଣତାନ୍ତ୍ରିକ ଶକ୍ତି, ଜାତି ଏବଂ ଶ୍ରେଣୀର ପ୍ରତିବନ୍ଧକକୁ ଅତିକ୍ରମ କରି ଜନ୍ମ ଏବଂ ଅନ୍ୟାନ୍ୟ ପରିସ୍ଥିତିରେ ଲଗାଯାଇଥିବା ଅସମାନତାକୁ ଦୂର କରିଥାଏ।

ଇନ୍ଦିରାଙ୍କ ଏଭଳି ମନ୍ତବ୍ୟ ଭାରତର ଜୀବନ ଦର୍ଶନ ଓ ରାଜନୀତିକୁ ଅନେକ ମାତ୍ରାରେ ପ୍ରଭାବିତ କରିଛି। ଉଲ୍ଲେଖଥାଉକି, ସ୍ବିସ୍ ଓ ଅକ୍ସଫୋର୍ଡର ସୋମର୍ଭିଲ କଲେଜରେ ଶିକ୍ଷା ଲାଭ କରିଥିବା ଇନ୍ଦିରା ୧୯୪୨ ମସିହା ମାର୍ଚ୍ଚ ୨୬ ତାରିଖରେ ଜଣେ ପାର୍ସୀ ଯୁବକ ଫିରୋଜ ଗାନ୍ଧୀଙ୍କୁ ବିବାହ କରିଥିଲେ। ୧୯୬୪ରୁ ୧୯୬୬ଯାଏ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିବା ଇନ୍ଦିରା ଏହା ପୂର୍ବରୁ ୧୯୬୦ ବେଳକୁ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

ଇନ୍ଦିରା ଗାନ୍ଧୀ ଭାରତର ସବୁଠୁ ପ୍ରଭାବଶାଳୀ ତଥା ଶକ୍ତିଶାଳୀ ରାଜନୈତିକ ନେତା ଭାବରେ ପରିଗଣିତ ହେଉଛନ୍ତି। ତାଙ୍କର ସରଳ ନିଷ୍ପତ୍ତି ଏବଂ ଉଲ୍ଲେଖନୀୟ ନେତୃତ୍ୱ ଭାରତ ପରି ବିସ୍ତୃତ ଦେଶରେ ଏପର୍ଯ୍ୟନ୍ତ ବହୁମୂଲ୍ୟ ଅଟେ। ସେ ଆଜି ପର୍ଯ୍ୟନ୍ତ ପରପିଢି ରାଜନେତାମାନଙ୍କୁ ବି ପ୍ରେରଣା ଯୋଗାଉଛନ୍ତି।

Leave A Reply

Your email address will not be published.