ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ମାହାଙ୍ଗା ହତ୍ୟାକାଣ୍ଡରେ ଛନ୍ଦି ହୋଇଗଲେ ମନ୍ତ୍ରୀ ପ୍ରତାପ ଜେନା

0
  • କୁଳମଣିଙ୍କ ପରିବାର ପକ୍ଷରୁ ଥାନାରେ ଏତଲା, ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାଣିଲେ
  • ଗର୍ଜିଲେ ବିଜେପି ଓ କଂଗ୍ରେସ, ରାଜନୈତିକ ହତ୍ୟାକାଣ୍ଡକୁ ଦୃଢ ନିନ୍ଦା କଲେ
  • ମନ୍ତ୍ରୀ ପ୍ରତାପ ଜେନା ବି ନିନ୍ଦା କଲେ; କହିଲେ ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନ ହେବ

ଭୁବନେଶ୍ବର: ମାହାଙ୍ଗାର ଦୁଇ ଦୁଇ ଜଣ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଶନିବାର ସନ୍ଧ୍ୟାରେ ଅତି ନିର୍ମମ ଭାବେ ହତ୍ୟା ଘଟଣା ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଏହି ଘଟଣାକୁ ବିଜେପି, ବିଜେପି ଓ କଂଗ୍ରେସ ସମସ୍ତେ ନିନ୍ଦା କରିଛନ୍ତି। ହେଲେ ଏହି ହତ୍ୟାକାଣ୍ଡ ଏବେ ରାଜ୍ୟ ସରକାରଙ୍କ ପାଇଁ ଅତି ସଙ୍ଗିନ୍ ପରିସ୍ଥିତି ସୃଷ୍ଟି କଲାଣି।

କୁଳମଣିଙ୍କ ପରିବାର ପକ୍ଷରୁ ମାହାଙ୍ଗା ପୁଲିସ ନିକଟରେ ଯେଉଁ ଅଭିଯୋଗ କରାଯାଇଛି,ସେଥିରେ ରାଜ୍ୟ ପଞ୍ଚାୟତିରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କର ନାମ ରହିଛି। କେବଳ ସେତିକି ନୁହେଁ, ନୃତ୍ତାଙ୍ଗ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ଅନ୍ୟ ଦୁର୍ନୀତି ସଂପର୍କରେ କୁଳମଣି ସ୍ବର ଉଠାଉଥିବାରୁ ତାଙ୍କୁ ଓ ତାଙ୍କ ପୁଅକୁ ଜୀବନରେ ମାରିଦେବା ପାଇଁ ମନ୍ତ୍ରୀ ଶ୍ରୀ ଜେନା କୁଆଡେ ଧମକ ଦେଇଥିବା ଏହି ଅଭିଯୋଗରେ ଲେଖାଯାଇଛି।

ଆହୁରି ସାଂଘାତିକ କଥା ହେଲା, ସେମାନେ ପୁଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ଦର୍ଶାଇଛନ୍ତି, ଯାହା ମାମଲାର ଗମ୍ଭୀରତା ବହୁଗୁଣିତ କରିଦେଇଛି। ଯେଉଁମାନଙ୍କ ନାମ ହତ୍ୟାକାରୀ ବୋଲି ଅଭିଯୋଗରେ ଦର୍ଶାଯାଇଛି, ସେମାନଙ୍କୁ ମନ୍ତ୍ରୀ ସୁରକ୍ଷା ଦେଉଥିଲେ ବୋଲି କୁହାଯାଇଛି।

ଏହି ଅଭିଯୋଗ ଉପରେ ପୁଲିସ କିଭଳି ପଦକ୍ଷେପ ନେଉଛି, ତାହା ଏଯାଏ ଜଣାପଡିନାହିଁ। କିନ୍ତୁ ଘଟଣାରେ ତନାଘନା ଆରମ୍ଭ ହୋଇଛି। ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସେପଟେ ମନ୍ତ୍ରୀ ଶ୍ରୀ ଜେନା ମଧ୍ୟ ଦୋଷୀ ବିରୋଧରେ ଦଣ୍ଡବିଧାନ କରାଯିବ ବୋଲି କହିଛନ୍ତି।

ଶନିବାର ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ନିନ୍ଦା କରିବା ସହିତ ଦୋଷୀକୁ ତୁରନ୍ତ ଧରିବା ଲାଗି ଦାବି କରିବା ସହିତ ଟ୍ବିଟ୍ ଜରିଆରେ ନିଜର ଅସନ୍ତୋଷ ଝାଡ଼ିଥିଲେ।

ଆଜି ବିଜେପି ପକ୍ଷରୁ ଗୋଲକ ମହାପାତ୍ର କହିଛନ୍ତି, ଓଡ଼ିଶାରେ ବିଜେଡି ପଶ୍ଚିମବଙ୍ଗ ପରି କାର୍ଯ୍ୟ ଆରମ୍ଭ କଲାଣି। ୨୦୧୮ରେ ମହାଙ୍ଗାରେ ବିକାଶ ଜେନା ହତ୍ୟାକାଣ୍ଡର ଦୋଷୀକୁ ଧରାଗଲାନି। ହତ୍ୟାକାରୀମାନେ ନିଜକୁ ଆହୁରି କ୍ଷମତାଶାଳୀ ବୋଲି ଭାବି ଆଜି ଏଭଳି କାଣ୍ଡ ଭିଆଇଛନ୍ତି। ଏହି ହତ୍ୟା ଘଟଣାର ମୁଖ୍ୟ କାରଣ ହେଉଛି କୁଳମଣି ଓ ତାଙ୍କ ପରିବାର ଲୋକେ ଦୁର୍ନୀତି ବିରୋଧରେ ଲଢୁଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି।

ନୃତାଙ୍ଗ ପଞ୍ଚାୟତରେ ବିଜେଡି ନେତାମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇଥିବା କୁଳମଣି ପ୍ରଶାସନ ସାମ୍ନାକୁ ଆଣିଥିଲେ। ଏହା ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ଏହି ଘଟଣାରେ ଥାନାରେ ଏତଲା ବି ହୋଇଥିଲା। ଏଣୁ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଏବେ ରାଜ୍ୟରେ ଯେତେ ବଡ଼ବଡ଼ିଆ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହାତେଇଛନ୍ତି, ସେମାନଙ୍କ ତାଲିକା ପ୍ରତି ଗାଁରେ ମରାଯିବ। କିଏ କଣ କରିବେ, ତାହା ଦେଖିବା ବୋଲି ଧମକ ଦେଇଛି ବିଜେପି।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ହତ୍ୟାକାଣ୍ଡକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, କୁଳମଣି ପୂର୍ବରୁ କଂଗ୍ରେସରେ ଥିଲେ ଓ କିଛି ବର୍ଷ ତଳେ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ଯେଭଳି ହତ୍ୟା କରାଗଲା ତାହାକୁ ନିନ୍ଦା କରିବା ଲାଗି ଭାଷା ନାହିଁ। ରାଜ୍ୟରେ ନାରୀ ନିର୍ଯାତନା ଏବଂ ରାଜନୈତିକ ହତ୍ୟାକାଣ୍ଡ ବଢ଼ିଚାଲିଛି। ସରକାର ଏହାକୁ କଠୋରତା ସହିତ ଗ୍ରହଣ କରନ୍ତୁ। ଏହା କେବଳ ଯେ ବିରୋଧୀଙ୍କ ସହିତ ଘଟିବ ତା ନୁହେଁ, ବିଜେଡି ନେତା ବି ଏଭଳି ପରିସ୍ଥିତି ସାମ୍ନା କରିପାରନ୍ତି। ଏଣୁ ରାଜନୈତିକ ହତ୍ୟାକୁ କେହି ବି ଉତ୍ସାହିତ କରିବା ଉଚିତ୍ ନୁହେଁ। ଏହା ବ୍ୟାପିବ। ଦୁର୍ବଳମନା ଲୋକ ଯେଉଁମାନେ ଏଭଳି କରିଛନ୍ତି, ସେମାନଙ୍କର ରାଜନୀତି କରିବାର ଅଧିକାର ନାହିଁ। ଏହାର ଜବାବ ଲୋକେ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ମନ୍ତ୍ରୀ ଶ୍ରୀ ଜେନା ବି ଏଠାରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କୁଳମଣି ବରାଳ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଥିଲେ। ତାଙ୍କୁ ଯେଭଳି ହତ୍ୟା କରାଗଲା, ତାକୁ ସେ ନିନ୍ଦା କରୁଛନ୍ତି। ଏ ଘଟଣାରେ ସେ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ। ରାଜନୀତିରେ ହିଂସାକୁ ପ୍ରଶୟ ଦିଆଯିବା ଆଦୌ ଉଚିତ୍ ନୁହେଁ। ଏହି ଘଟଣାରେ ଯିଏ ଦୋଷୀ ତା ବିରୋଧରେ କିଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ, ସେ ନେଇ ସେ ଦୃଷ୍ଟି ଦେବେ ବୋଲି କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଅଭିଯୁକ୍ତର ତାଙ୍କ ସହିତ ଫଟୋ ଥିବା ଘଟଣା ନେଇ ଯାହା କୁହାଯାଉଛି, ତାହା ବହୁତ ବଡ କଥା ନୁହେଁ। କାରଣ ଯାହା ବିରୋଧରେ ଅଭିଯୋଗ ଆସିଛି, ସେ ଜଣେ ସରପଞ୍ଚଙ୍କ ସ୍ବାମୀ। ସେ ତାଙ୍କୁ ଭେଟିଛନ୍ତି, ହେଲେ ଏହା ବହୁତ ପୂର୍ବର ଘଟଣା ବୋଲି ପ୍ରତାପ କହିଛନ୍ତି।

Leave A Reply

Your email address will not be published.