ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

0

ପାକିସ୍ତାନ: ଉତ୍ତର-ପଶ୍ଚିମ ପାକିସ୍ତାନର ଖୈବର ପଖ୍ତୁନଖ୍ୱା ପ୍ରଦେଶର ଡେରା ଇସମାଇଲ ଖାନ୍‌ ଜିଲ୍ଲାରେ ଶନିବାର ଭୟଙ୍କର ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି। ରାସ୍ତାକଡ଼ରେ ଥିବା ପୁଲିସ ଚେକ୍‌ପୋଷ୍ଟକୁ ଲକ୍ଷ୍ୟ କରି ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ି ଦ୍ୱାରା ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ପ୍ରାୟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଆକ୍ରମଣ ପରେ ଘଟଣାସ୍ଥଳରେ ସୁରକ୍ଷାବଳ ମୁତୟନ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ଏହାପରେ ଅତିରିକ୍ତ ସୈନ୍ୟ ନେଇ ଯାଉଥିବା ଏକ ଗାଡ଼ିକୁ ମଧ୍ୟ ଟାର୍ଗେଟ କରି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ସେଠାରେ ମଧ୍ୟ ମୃତାହତ ହୋଇଥିବା ଖବର ରହିଛି। ପୁଲିସ ଚେକ୍‌ପୋଷ୍ଟ ଉପରେ ହୋଇଥିବା ଆକ୍ରମଣ ପଛରେ ତେହରିକ୍‌-ଇ-ତାଲିବାନ୍‌ ପାକିସ୍ତାନ (ଟିଟିପି)ର ହାତ ଥିବା ନେଇ ସୂଚନା ମିଳିଛି। ପାକିସ୍ତାନରେ ଗତ କିଛି ବର୍ଷ ଧରି ଆତଙ୍କୀ ଆକ୍ରମଣ ବୃଦ୍ଧି ପାଇଥିବା ବେଳେ ଟିଟିପି ଏବଂ ବାଲୁଚ୍‌ ଲିବରେସନ୍‌ ଆର୍ମି ଭଳି ଗୋଷ୍ଠୀ ବିଭିନ୍ନ ଆକ୍ରମଣ ପାଇଁ ଦାୟୀ ରହିଆସିଛନ୍ତି।

Leave A Reply

Your email address will not be published.