ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା

0

ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ଭୁବନେଶ୍ବର: ଓଡ଼ିଶାରେ ବେଦାନ୍ତ ଗ୍ରୁପ୍‌ ପକ୍ଷରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଆଲୁମିନିୟମ ପ୍ରକଳ୍ପ ନେଇ ଯୋଜନା ରହିଛି। ଏନେଇ ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି। ପ୍ରସ୍ତାବିତ ପ୍ରକଳ୍ପ ମଧ୍ୟରେ ଢେଙ୍କାନାଳରେ ବାର୍ଷିକ ୩୦ ଲକ୍ଷ ଟନ୍‌ କ୍ଷମତାର ଆଲୁମିନିୟମ ସ୍ମେଲ୍ଟର ପ୍ଲାଣ୍ଟ ଏବଂ ରାୟଗଡ଼ାରେ ବାର୍ଷିକ ୬୦ ଲକ୍ଷ ଟନ୍‌ କ୍ଷମତାର ଆଲୁମିନା ରିଫାଇନାରୀ ପ୍ରତିଷ୍ଠା ରହିଛି।

ଏହାବ୍ୟତୀତ ଝାରସୁଗୁଡ଼ାରେ ଥିବା ୧ ଏମ୍‌ଟିପିଏ କ୍ଷମତାର ଆଲୁମିନିୟମ ସ୍ମେଲ୍ଟର ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ମଧ୍ୟ ବେଦାନ୍ତ ପ୍ରସ୍ତାବ ଦେଇଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ବେଦାନ୍ତର ଓଡ଼ିଶାରେ ମୋଟ ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୬୦ ଲକ୍ଷ ଟନ୍‌ରେ ପହଞ୍ଚିବ। ଏହା ସହ ପଶ୍ଚିମ ଓଡ଼ିଶାରେ ୧,୦୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ପ୍ରତିଷ୍ଠା ନେଇ ମଧ୍ୟ ଯୋଜନା ରହିଛି। ବୈଠକରେ ଶିଳ୍ପ ପ୍ରକଳ୍ପଗୁଡ଼ିକର ଅଗ୍ରଗତି, ସ୍ଥାନୀୟ ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ଆଲୋଚନା ହୋଇଥିଲା। ଯୁବବର୍ଗଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ସରକାର ଶିଳ୍ପ ସଂସ୍ଥାଗୁଡ଼ିକୁ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.