ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଲକ୍ଷ ଲକ୍ଷ କିଲୋମିଟର ଡେଇଁ ଓଡ଼ିଶା ଆସିଲେ

0
  • ଏଥର ଚିଲିକାକୁ ଆସିଛନ୍ତି ପୂର୍ବବର୍ଷ ତୁଳନାରେ ଅଧିକ ପ୍ରଜାତିର ପକ୍ଷୀ
  • ଗତବର୍ଷ ତୁଳନାରେ ଅଧିକ ସଂଖ୍ୟକ ପକ୍ଷୀ ଆସିଥିବା ଗଣତିରୁ ଜଣାପଡ଼ିଲା

ଭୁବନେଶ୍ବର: ୬ଟି ପ୍ରଜାତିର ନୂଆ ପକ୍ଷୀ ଆସିଛନ୍ତି ଚିଲିକା। କେବଳ ସେତିକି ନୁହେଁ, ଗତବର୍ଷ ଠାରୁ ଅଧିକ ପକ୍ଷୀ ବି ଆସିଛନ୍ତି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ କରାଯାଇଥିବା ଶୀତକାଳୀନ ପକ୍ଷୀ ଗଣନାରୁ ଏଗି ତଥ୍ୟ ସାମ୍ନାକୁ ଆସିଛି। ଗତବର୍ଷ ଉଭୟ ସ୍ଥାନୀୟ ଏବଂ ବିଦେଶାଗତ ପକ୍ଷୀ ମିଶି ମୋଟ ୧୮୪ ପ୍ରଜାତିର ୧୧ଲକ୍ଷ ୫ହଜାର ୪୦ ପକ୍ଷୀ ଆସିଥିଲେ। ଏଥର ଏହି ସଂଖ୍ୟା ୧୨ଲକ୍ଷ ୪୨ହଜାର ୮୨୬କୁ ବୃଦ୍ଧି ପାଇଛି। ୧୯୦ ପ୍ରଜାତିର ପକ୍ଷୀ ଆସିଛନ୍ତି।

ତଥ୍ୟ ଅନୁସାରେ, ଗତବର୍ଷ ୧୦୯ ପ୍ରକାରର ବିଦେଶାଗତ ପକ୍ଷୀ ଆସିଥିଲେ, ଯେଉଁମାନଙ୍କର ସଂଖ୍ୟା ଥିଲା ୧୦ଲକ୍ଷ ୭୧ ହଜାର ୪୭୭। ଏଥର ଅଧିକ ଦୁଇ ପ୍ରକାରର ପକ୍ଷୀ ଆସିଛନ୍ତି ଓ ସେମାନଙ୍କ ସଂଖ୍ୟା ମୋଟ ୧୨ଲକ୍ଷ ୪ହଜାର ୩୫୧ ବୋଲି ଜଣାପଡିଛି। ସେହିଭଳି ସ୍ଥାନୀୟ ପକ୍ଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗତବର୍ଷ ୭୫ ପ୍ରଜାତିର ୩୩ହଜାର ୫୬୩ ପକ୍ଷୀ ଆସିଥିବା ବେଳେ ଏଥର ୭୯ ପ୍ରଜାତିର ୩୮ ହଜାର ୪୭୫ ପକ୍ଷୀ ଆସିଛନ୍ତି।

ଅଷ୍ଟ୍ରେଲିଆ, କାଜକସ୍ଥାନ, ଆର୍ଜେଣ୍ଟିନା, ସାଇବେରିଆ ଆଦି ବରଫାବୃତ୍ତ ଅଞ୍ଚଳରୁ ଲକ୍ଷ ଲକ୍ଷ କିଲୋମିଟର ଅତିକ୍ରମ କରି ଏହି ପକ୍ଷୀମାନେ ନଭେମ୍ବର ଶେଷ ସପ୍ତାହରୁ ଚିଲିକା ଆସିବା ଆରମ୍ଭ କରିଛନ୍ତି। ଫେବ୍ରୁଆରି ମାସ ପର୍ଯ୍ୟନ୍ତ ସେମାନେ ଏଠାରେ ରହିବେ। ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ ହେଉଛି ଫ୍ଲେମିଙ୍ଗୋ , ଗଡଓ୍ବାଲ, ନର୍ଦନ୍ ଫ୍ରିଣ୍ଟେଲ୍ ଇତ୍ୟାଦି।

ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଓ ବନ୍ୟପ୍ରାଣୀ ତତ୍ବାବଧାରକଙ୍କ ନିର୍ଦ୍ଦେଶ କ୍ରମେ ଚିଲିିକା ବନ୍ୟପ୍ରାଣୀ ବନଖଣ୍ଡରେ ଗତ ୪ତାରିିଖରେ ପକ୍ଷୀ ଗଣନାରେ ଯୋଗଦେଇଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ବି.ଏନ.ଏଚ.ଏସ୍ ର ଡେପୁଟି ଡାଇରେକ୍ଟର ଡା ଏସ୍ ବାଲଚନ୍ଦ୍ରନ୍ ପକ୍ଷୀ ଗଣନା କାର୍ଯ୍ୟ ବିଷୟରେ ତାଲିମ ପ୍ରଦାନ କରିଥିଲେ। ଏହାପରେ ଓଡିଶା ରାଜ୍ୟ ବନ୍ୟପ୍ରାଣୀ ସଂସ୍ଥା,ସିଡିଏ,ବିଏନଏଚଏସ୍ ଏବଂ ଅଣସରକାରୀ ସଂସ୍ଥାରୁ ଆସିଥିବା ବ୍ୟକ୍ତିବିଶେଷଙ୍କୁ ନେଇ ପକ୍ଷୀ ଗଣନାା କରାଯାଇଥିଲା।

ଚିଲିକା ଜଳରାଶିକୁ ୨୧ ଟି ଗୋଷ୍ଠୀରେ ବିଭକ୍ତ କରାଯାଇ ତନ୍ମଧ୍ୟରୁ ୨ଗୋଟି ସଡକ ପାର୍ଶ୍ବରେ ଓ ୧୯ ଗୋଟି ଡଙ୍ଗା ଦ୍ବାରା ଯାଇ ପକ୍ଷୀ ଗଣନା କରାଯାଇଥିଲା। ଏହି ୨୧ ଗୋଟିି ଦଳରେ ଜଣେ ଲେଖାଏଁ ପକ୍ଷୀ ବି‌ଶେଷଜ୍ଞଙ୍କ ସହିତ ୩ରୁ ୫ଜଣ ସ୍ଥାନୀୟ ଗାଇଡ୍ ସାମିଲ ଥିଲେ।

Leave A Reply

Your email address will not be published.