ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଦିଗ ବଦଳାଇ ଆଗକୁ ବଢ଼ିଲା ୟାସ୍

0

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆହୁରି ଘନୀଭୂତ ହୋଇ ଆଜି ସକାଳ ସାଢେ ପାଞ୍ଚଟା ବେଳେ ବାତ୍ୟା ରୂପ ନେଇଛି। ୟାସ୍ ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ଭୀଷଣ ରୂପ ନେବ ଓ ୨୬ ତାରିଖରେ ଅତି ଭୀଷଣ ରୂପ ନେଇ ଭୋରରେ ଉପକୂଳକୁ ଛୁଇଁବ। ୨୬ ତାରିଖ ମଧ୍ୟାହ୍ନ ପରେ ଏହା ପାରାଦୀପ ଠାରୁ ସାଗରଦ୍ବୀପ ମଧ୍ୟରେ ସ୍ଥଳଭାଗକୁ ଛୁଇଁବ। ଏବେ ବାତ୍ୟା ପାରାଦୀପ ଠାରୁ ୫୪୦ କିଲୋମିଟର ଏବଂ ବାଲେଶ୍ବର ଠାରୁ ୬୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ଅଧିକ ବଳ ଗୋଟାଇବା ସହିତ ଆଗକୁ ବଢ଼ୁଛି। କେବଳ ସେତିକି ନୁହେଁ, ବାତ୍ୟା ଉତ୍ତର ପଶ୍ଚିମରୁ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପଶ୍ଚିମ ଦିଗ ଅର୍ଥାତ୍ ଓଡ଼ିଶା ଆଡ଼କୁ ମୁହାଁଇବା ଆରମ୍ଭ କରିଛି।

ସେପଟେ ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ପୁରୀ ସମୁଦ୍ରକୂଳରେ ହଜାର ହଜାର ମୃତ ଜେଲି ପଡ଼ିରହିଛନ୍ତି। ବାତ୍ୟା ପ୍ରଭାବରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି।

ପରିସ୍ଥିତିର ଗମ୍ଭୀରତା ଉପଲବ୍ଧ କରି ରାଜ୍ୟ ସରକାର ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲା ପାଇଁ ଲକ୍‌ଡାଉନ୍ କୋହଳ କରିଛନ୍ତି। ସକାଳ ୭ ଟାରୁ ୧୧ ଟା ବଦଳରେ ଅପରାହ୍ନ ଗୋଟାଏ ଯାଏ ଦୋକାନ ଖୋଲା ରଖିବା ଲାଗି ଅନୁମତି ଦେଇଛନ୍ତି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଂଜ, ପୁରୀ, କେନ୍ଦୁଝର, ଯାଜପୁର, କଟକ ଓ ଖୋର୍ଧା ପାଇଁ ୨୪ ଓ ୨୫ ତାରିଖରେ ଏହି ନିର୍ଦେଶ କାର୍ଯ୍ୟକାରୀ ହେବ।

ସେପଟେ ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବାତ୍ୟା ସ୍ଥିତି ସମୀକ୍ଷା କରିବେ। ରାଜ୍ୟ ସରକାର ମଧ୍ୟ କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ଜଗତସିଂହପୁରକୁ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ପଠାଇଛନ୍ତି। ବରିଷ୍ଠ ପ୍ରଶାସକ ହେମନ୍ତ ଶର୍ମା କେନ୍ଦ୍ରାପଡ଼ା, ଶାଶ୍ବତ ମିଶ୍ର ଜଗତସିଂହପୁର, ବିଶାଳ ଦେବ ବାଲେଶ୍ବର ଏବଂ ବୀର ବିକ୍ରମ ଯାଦବଙ୍କୁ ଭଦ୍ରକ ଜିଲ୍ଲା ଯିବେ।

Leave A Reply

Your email address will not be published.