ପ୍ରମୁଖ ଖବର

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ । ଏକ ନିର୍ବାଚନୀ ସଭାରେ ତାଙ୍କ ଗୁଳି ମାଡ଼ ହୋଇଛି, କାନକୁ ଛୁଇଁ ଚାଲିଗଲା ଗୁଳି
ଜୁଲାଇ ୧୯ରେ ହେବ ସିୟୁଇଟି-ୟୁଜି ପୁନଃ ପରୀକ୍ଷା, ଏନଟିଏ କଲା ଘୋଷଣା
ଦିଗପହଣ୍ଡିରେ ବଡ ଅଘଟଣ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୧୦ ଶିଶୁ ଗୁରୁତର
କଟକ ତ୍ରିସା ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ଜଣେ ଶିଶୁ ମୃତ
ରତ୍ନଭଣ୍ଡାର ନିକଟ‌ରେ ଅସୁସ୍ଥ ହୋଇପଡିଲେ ପୁରୀ ଏସପି ପିନାକ ମିଶ୍ର, ଚିକିତ୍ସା କରୁଛନ୍ତି ଡାକ୍ତର ସିବିକେ ମହାନ୍ତି
ଶ୍ରୀମନ୍ଦିର ବାହାରକୁ ଆସି ଅସୁସ୍ଥ ଥିବା କଥାକୁ ଖଣ୍ଡନ କଲେ ଏସପି ପିନାକ ମିଶ୍ର
ଦିନ ୧ଟା ୨୮ ମିନିଟ୍ ସମୟରେ ଖୋଲାଯିବ ରତ୍ନଭଣ୍ଡାର, ୧୧ ଜଣ ଭିତରକୁ ଯିବେ: ଜଷ୍ଟିସ ବିଶ୍ବନାଥ ରଥ
ଯାଞ୍ଚ କମିଟିରୁ ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଓ ଡାକ୍ତର ସିବିକେ ମହାନ୍ତି ଭିତରକୁ ଯିବେ
ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ଶେଷ ଦର୍ଶନ
ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ଉପମୁଖ୍ୟମନ୍ତ୍ରୀ ଓ ଦୁଇମନ୍ତ୍ରୀ

ଦିଗ ବଦଳାଇ ଆଗକୁ ବଢ଼ିଲା ୟାସ୍

0

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆହୁରି ଘନୀଭୂତ ହୋଇ ଆଜି ସକାଳ ସାଢେ ପାଞ୍ଚଟା ବେଳେ ବାତ୍ୟା ରୂପ ନେଇଛି। ୟାସ୍ ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ଭୀଷଣ ରୂପ ନେବ ଓ ୨୬ ତାରିଖରେ ଅତି ଭୀଷଣ ରୂପ ନେଇ ଭୋରରେ ଉପକୂଳକୁ ଛୁଇଁବ। ୨୬ ତାରିଖ ମଧ୍ୟାହ୍ନ ପରେ ଏହା ପାରାଦୀପ ଠାରୁ ସାଗରଦ୍ବୀପ ମଧ୍ୟରେ ସ୍ଥଳଭାଗକୁ ଛୁଇଁବ। ଏବେ ବାତ୍ୟା ପାରାଦୀପ ଠାରୁ ୫୪୦ କିଲୋମିଟର ଏବଂ ବାଲେଶ୍ବର ଠାରୁ ୬୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ଅଧିକ ବଳ ଗୋଟାଇବା ସହିତ ଆଗକୁ ବଢ଼ୁଛି। କେବଳ ସେତିକି ନୁହେଁ, ବାତ୍ୟା ଉତ୍ତର ପଶ୍ଚିମରୁ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପଶ୍ଚିମ ଦିଗ ଅର୍ଥାତ୍ ଓଡ଼ିଶା ଆଡ଼କୁ ମୁହାଁଇବା ଆରମ୍ଭ କରିଛି।

ସେପଟେ ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ପୁରୀ ସମୁଦ୍ରକୂଳରେ ହଜାର ହଜାର ମୃତ ଜେଲି ପଡ଼ିରହିଛନ୍ତି। ବାତ୍ୟା ପ୍ରଭାବରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି।

ପରିସ୍ଥିତିର ଗମ୍ଭୀରତା ଉପଲବ୍ଧ କରି ରାଜ୍ୟ ସରକାର ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲା ପାଇଁ ଲକ୍‌ଡାଉନ୍ କୋହଳ କରିଛନ୍ତି। ସକାଳ ୭ ଟାରୁ ୧୧ ଟା ବଦଳରେ ଅପରାହ୍ନ ଗୋଟାଏ ଯାଏ ଦୋକାନ ଖୋଲା ରଖିବା ଲାଗି ଅନୁମତି ଦେଇଛନ୍ତି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଂଜ, ପୁରୀ, କେନ୍ଦୁଝର, ଯାଜପୁର, କଟକ ଓ ଖୋର୍ଧା ପାଇଁ ୨୪ ଓ ୨୫ ତାରିଖରେ ଏହି ନିର୍ଦେଶ କାର୍ଯ୍ୟକାରୀ ହେବ।

ସେପଟେ ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବାତ୍ୟା ସ୍ଥିତି ସମୀକ୍ଷା କରିବେ। ରାଜ୍ୟ ସରକାର ମଧ୍ୟ କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ଜଗତସିଂହପୁରକୁ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ପଠାଇଛନ୍ତି। ବରିଷ୍ଠ ପ୍ରଶାସକ ହେମନ୍ତ ଶର୍ମା କେନ୍ଦ୍ରାପଡ଼ା, ଶାଶ୍ବତ ମିଶ୍ର ଜଗତସିଂହପୁର, ବିଶାଳ ଦେବ ବାଲେଶ୍ବର ଏବଂ ବୀର ବିକ୍ରମ ଯାଦବଙ୍କୁ ଭଦ୍ରକ ଜିଲ୍ଲା ଯିବେ।

Leave A Reply

Your email address will not be published.