ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ଓଡ଼ିଶା ଉପରେ ୧୨ ଘଣ୍ଟା ତାଣ୍ଡବ ରଚାଇବ ବାତ୍ୟା

0
  • ପାରାଦୀପ-ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା
  • ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ସର୍ବାଧିକ ପ୍ରଭାବିତ ହେବ
  • ୨୬ ତାରିଖ ସନ୍ଧ୍ୟାରେ ପବନର ବେଗ ସର୍ବାଧିକ ୧୮୫ କିଲୋମିଟର ଛୁଇଁବ

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତ ରୂପ ନେଇଛି। ଆସନ୍ତାକାଲି ଏହା ବାତ୍ୟା (ୟାସ୍) ରୂପ ନେବ। ଏହା ପୁଣି ଘନୀଭୂତ ହୋଇ ଆସନ୍ତା ୨୫ ତାରିଖରେ ଅତି ତୀବ୍ର ଓ ୨୬ ତାରିଖରେ ଭୀଷଣ ବାତ୍ୟା ରୂପ ଧାରଣ କରି ଓଡ଼ିଶା ଉପରେ ମାଡ଼ ହେବ। ଆଜି ଭାରତର ପାଣିପାଗ ପ୍ରାଥମିକ ଆକଳନ କରି କହିଛନ୍ତି ବାତ୍ୟା ୟାସ୍ ୨୬ ତାରିଖ ସନ୍ଧ୍ୟାରେ ପାରାଦୀପ ଠାରୁ ସାଗର ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ। ସେବେ ପବନର ବେଗ ଘଣ୍ଟାପ୍ରତି ୧୪୫ରୁ ୧୬୫ ଓ ସ୍ଥଳ ବିଶେଷରେ ଏହା ୧୮୫କିଲୋମିଟର ଛୁଇଁପାରେ।

ଏହାର ପ୍ରଭାବ ଓଡ଼ିଶାର ଚାରିିଟି ଜିଲ୍ଲା ଉପରେ ସର୍ବାଧିକ ରହିବ। ସେଗୁଡିକ ହେଲା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର। ଏହା ବ୍ଯତୀତ ଜଗତସିଂହପୁର, କଟକ, ଯାଜପୁର, ବାଲେଶ୍ବର, ଭଦ୍ରକ, ମୟୂରଭଂଜ କେନ୍ଦୁଝରରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ପାଖାପାଖି ୧୨ ଘଣ୍ଟା ରହିବ। ବାତ୍ୟା ଆସିବା ପୂର୍ବରୁ ୬ ଘଣ୍ଟା ଓ ବାତ୍ୟା ସ୍ଥଳଭାଗ ଛୁଇଁବାର ୬ ଘଣ୍ଟା ପର୍ଯ୍ୟନ୍ତ ବାତ୍ୟା ତାଣ୍ଡବ ରଚନା କରିବ ସମୁଦାୟ ଉପକୂଳ ଅଞ୍ଚଳରେ। କିଛି ଅଞ୍ଚଳରେ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି।

ପରିସ୍ଥିତିର ଗମ୍ଭୀରତା ଦେଖି ଆଜି ପ୍ରଧାନମନ୍ତ୍ରୀ ସ୍ଥିତି ସମୀକ୍ଷା କରିଛନ୍ତି। ଓଡ଼ିଶାକୁ ଆଉ ୧୦ଟି ୟୁନିଟ୍ ଏନଡିଆର୍‌ଏଫ୍ ଟିମ୍ ଆସିବେ। ଏପଟେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଗତକାଲି କେନ୍ଦ୍ରାପଡ଼ା ପରେ ଆଜି ବାଲେଶ୍ବର ଓ ଭଦ୍ରକରେ ସ୍ଥିତି ସମୀକ୍ଷା କରି ପ୍ରଶାସନକୁ ସତର୍କ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସହିତ କୌଣସି ପରିସ୍ଥିତିରେ ବି ଜଣେ ବି ଲୋକର ଜୀବନ ପ୍ରତି ବିପଦ ସୃଷ୍ଟି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.