ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଜୁନ ୮ରେ ଦକ୍ଷିଣ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ

0

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ଆନ୍ଧ୍ର ପ୍ରଦେଶରେ ପହଂଚି ସାରିଥିବା ବେଳେ ଏହା ତାମିଲନାଡୁ
ଏବଂ ଆନ୍ଧ୍ରପ୍ରଦେଶର ଅନେକ ଅଂଚଳକୁ ଆଚ୍ଛାଦିତ କରିସାରିଛି । ଏହି ପରିପ୍ରେକ୍ଷୀରେ ଜୁନ ୮ କିମ୍ବା ୯ ସୁଦ୍ଧା ଏହା
ଦକ୍ଷିଣ ଓଡ଼ିଶା ଛୁଇଁବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ
ଶୁକ୍ରବାର ସୂଚନା ଦିଆଯାଇଛି।

ଆସନ୍ତା ୨ କିମ୍ବା ୩ ଦିନ ମଧ୍ୟରେ ମୌସୁମୀ କରେଂଟ ଅଧିକ ଶକ୍ତିଯୁକ୍ତ ହେବା ଫଳରେ ଜୁନ ୧୦ ବା ୧୧
ତାରିଖରେ ଉତର ପଶ୍ଚିମ ବଙ୍ଗୋପ ସାଗର ଏବଂ ଏହାର ସଂଲଗ୍ନ ପଶ୍ଚିମ ବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଏକ
ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ସାରା ଓଡ଼ିଶାରେ ପ୍ରବେଶ
କରିବାର ସମ୍ଭାବନା ରହିଛି । ଏହା ଏକ ଡିପ୍ରେସନର ରୂପ ନେବା ସହ ଜୁନ ୧୦ ତାରିଖ ରାତିରୁ ଜୁନ ୧୧ ତାରିଖ
ରାତି ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ବର୍ଷା ହୋଇପାରେ । ଏହାପରେ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ଉତର ଏବଂ ପଶ୍ଚିମ
ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.