ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ବନ୍ୟା ଭୟ ଧରି ଆସୁଛି ବଡ଼ ବର୍ଷା, ବିତ୍ପାତ କରିପାରେ

0

ଭୁବନେଶ୍ବର: ବିପଜ୍ଜନକ ନଦୀ ବନ୍ଧ ପ୍ରତି ନଜର ରଖ। ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ଏଡ଼ାଇ ଦିଆଯାଇନପାରେ। ତଳିଆ ଅଞ୍ଚଳରେ ପାଣି ଜମିପାରେ। ଭୂସ୍ଖଳନ ବି ହୋଇପାରେ। ଏଣୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବା ଦରକାର। ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଆଜି ସବୁ ଜିଲ୍ଲାର ଜିଲ୍ଲାପାଳ, ପୌର କମିସନଙ୍କୁ ଏଭଳି ନିର୍ଦେଶନାମା ଜାରି କରିଛନ୍ତି। ଲଘୁଚାପ ପ୍ରଭାବରେ ୧୦ ତାରିଖରୁ ୧୪ ତାରିଖ ରାଜ୍ୟରେ ବଡ଼ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଏସ୍‌ଆର୍‌ସିଙ୍କ ପକ୍ଷରୁ ଏଭଳି ସତର୍କତା ଜାରି କରାଯାଇଛି।

ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀକୁ ଆସନ୍ତାକାଲି ସୁଦ୍ଧା ଫେରି ଆସିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ବନ୍ୟା ସଂପର୍କିତ ସମସ୍ତ କଣ୍ଟ୍ରୋଲ ରୁମକୁ ୨୪ ଘଣ୍ଟିଆ ଖୋଲିବାକୁ ନିର୍ଦେଶ ଦିଆଯାଇଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହାର ପ୍ରଭାବରେ ନବ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏଣୁ ଏ ସଂକ୍ରାନ୍ତ ଆବଶ୍ୟକ ପଦକ୍ଷେପ ନେବା ଲାଗି ଜିଲ୍ଲାପାଳମାନଙ୍କୁ ଏସ୍‌ଆର୍‌ସି କହିଛନ୍ତି। ଏପରିକି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରିବା ରଖିବା ଏବଂ ଡଙ୍ଗା ତଥା ଅଗ୍ନିଶମ ବିଭାଗକୁ ସଜାଗ ରଖିବା ଲାଗି ନିର୍ଦେଶ ଦିଆଯାଇଛି।

ଏଠାରେ ଉଲ୍ଲେଖଥାଉକି, ଏହି ଲଘୁଚାପ ସହିତ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ। ରଜ ମଧ୍ୟରେ ଏଥିରେ ଭିିଜିପାରେ।

Leave A Reply

Your email address will not be published.