ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଜେୱାରରେ ନୋଏଡା ଇଣ୍ଟରନ୍ୟାସନାଲ୍ ବିମାନବନ୍ଦର ଶୁଭାରମ୍ଭ

0

ଉତ୍ତର ଭାରତର ବିମାନ ଯାତାୟାତକୁ ମିଳିଲା ନୂଆ ଦିଗ

ନୋଏଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜେୱାରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟର ଉଦ୍ଘାଟନ କରିଛନ୍ତି। ଜୁରିଚ୍ ବିମାନବନ୍ଦର ଇଣ୍ଟରନ୍ୟାସନାଲ୍ ଏଜି ଦ୍ୱାରା ବିକଶିତ ଏହି ପ୍ରକଳ୍ପ ଉତ୍ତର ଭାରତର ବଢ଼ୁଥିବା ବିମାନ ଯାତାୟାତ ଚାପ କମେଇବାରେ ଏକ ମୁଖ୍ୟ ପଦକ୍ଷେପ ବୋଲି ମନେ କରାଯାଉଛି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ପରେ ଏହା ଏହି ଅଞ୍ଚଳର ଦ୍ୱିତୀୟ ପ୍ରମୁଖ ବିମାନ ଗେଟୱେ ଭାବେ ପରିଚିତ ହେବ। ପ୍ରଥମ ପର୍ଯ୍ୟାୟରେ ପ୍ରତିବର୍ଷ ପ୍ରାୟ ୧୨ ନିୟୁତ ଯାତ୍ରୀ ପରିଚାଳନା କ୍ଷମତା ରହିଥିବା ବେଳେ, ଭବିଷ୍ୟତରେ ଏହାକୁ ୭୦ ନିୟୁତ ପର୍ଯ୍ୟନ୍ତ ବିସ୍ତାର କରିବା ଯୋଜନା ରହିଛି।

୩,୯୦୦ ମିଟର ଦୀର୍ଘ ରନୱେ ଓ ଆଧୁନିକ ସୁବିଧାସମ୍ପନ୍ନ ବିମାନବନ୍ଦରଟି ନୋଏଡା, ଗ୍ରେଟର ନୋଏଡା ଓ ପଶ୍ଚିମ ଉତ୍ତର ପ୍ରଦେଶର ଯାତାୟାତ ବ୍ୟବସ୍ଥାକୁ ନୂଆ ଗତି ଦେବ। ଉଦ୍ଘାଟନ ପରେ ୪୫ ଦିନରୁ ୨ ମାସ ମଧ୍ୟରେ ଦେଶୀୟ ବିମାନ ସେବା ଆରମ୍ଭ ହେବାକୁ ସମ୍ଭାବନା ରହିଛି। ଇଣ୍ଡିଗୋ, ଆକାସା ଏୟାର ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ପ୍ରଥମ ପର୍ଯ୍ୟାୟରେ ସେବା ଆରମ୍ଭ କରିବେ। ପ୍ରାୟ ୧୧,୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଉତ୍ତର ଭାରତର ଆର୍ଥିକ ଓ ପରିବହନ ଢାଞ୍ଚାକୁ ଆହୁରି ସୁଦୃଢ କରିବାରେ ମାଇଲସ୍ଟୋନ୍ ସାବ୍ୟସ୍ତ ହେବ।

Leave A Reply

Your email address will not be published.