ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ

0

ବିହାର: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାନସଭା ସଦସ୍ୟ (ଏମଏଲଏ) ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ସଞ୍ଜୟ ସରାୱାଗୀଙ୍କୁ ଦେଇଥିବାବେଳେ, ଆଜି (୩୦ ମାର୍ଚ୍ଚ ୨୦୨୬) ଏହାକୁ ବିହାର ବିଧାନସଭାର ବାଚସ୍ପତି ପ୍ରେମ କୁମାରଙ୍କ ପାଖରେ ଦାଖଲ କରାଯିବ।

ବର୍ତ୍ତମାନ ଆସାମରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ନୀତିନ ନବୀନ ବ୍ୟକ୍ତିଗତ ଭାବରେ ଉପସ୍ଥିତ ହୋଇପାରିନଥିଲେ। ରାଜ୍ୟ ସଭାକୁ ନିର୍ବାଚିତ ହେବା ପରେ ସମ୍ବିଧାନ ଅନୁଯାୟୀ ସେ ବିଧାୟକ ପଦ ଛାଡିଛନ୍ତି।

ସେ ପୂର୍ବରୁ ବାଙ୍କିପୁର ବିଧାନସଭା ଆସନରୁ ଚାରିଥର ବିଧାୟକ ଭାବରେ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ଇସ୍ତଫା ପରେ ଏହି ଆସନ ଏବେ ଖାଲି ପଡ଼ିଛି। ସମ୍ପ୍ରତି ବିହାରରେ ହୋଇଥିବା ରାଜ୍ୟ ସଭା ନିର୍ବାଚନରେ ଏନଡିଏର ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ପରେ ନୀତିନ ନବୀନ ଏବେ ଜାତୀୟ ରାଜନୀତିରେ ସକ୍ରିୟ ଭୂମିକା ନେବେ। ଖୁବ ଶୀଘ୍ର ସେ ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ନେବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.