ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ବ୍ରାହ୍ମଣ କାର୍ଡ ଧରି ଖେଳ ଆରମ୍ଭ କଲା ବିଜେପି

0

ନୂଆଦିଲ୍ଲୀ: ୨୦୨୨ରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ବିଜେପି ଏବେ ପଶ୍ଚିମବଙ୍ଗ ଶୈଳୀରେ ଗୋଟିଚାଳନା କରିଛି। ବୁଧବାର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଉପସ୍ଥିତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ ବିଜେପିରେ ଯୋଗଦେଇଛନ୍ତି। ସର୍ବସାଧାରଣରେ ଅତ୍ୟନ୍ତ ଗ୍ରହଣୀୟ ଜିତିନ୍ ପ୍ରସାଦଙ୍କୁ ବିଜେପି ନିଜ କବ୍‌ଜାକୁ ଆଣିବା ପରେ ଉତ୍ତରପ୍ରଦେଶ ଭୋଟ ରାଜନୀତିରେ ଏହାର ବଡ଼ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି। ବିଶେଷକରି ଆଦିତ୍ୟନାଥ ସରକାର ବିରୋଧରେ ରାଗିଥିବା ବ୍ରାହ୍ମଣମାନେ ଏହାଦ୍ବାରା ଶାନ୍ତ ହୋଇପାରନ୍ତି।

ଉତ୍ତରପ୍ରଦେଶ ରାଜନୀତିରେ ବ୍ରାହ୍ମଣମାନେ ଭୀଷଣ ଅସନ୍ତୁଷ୍ଟ ଅଛନ୍ତି। ସେମାନଙ୍କ ବିରୋଧରେ ଅତ୍ୟାଚାର ବହୁଗୁଣିତ ହୋଇଛି ଏବଂ ଏସବୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାରେ ଆଦିତ୍ୟନାଥ ପଛଘୁଞ୍ଚା ଦେଇ ଆସିଥିଲେ। ବିଭିନ୍ନ ବ୍ରାହ୍ମଣ ସଂଗଠନ ଏ ଅଭିଯୋଗ ବି କରୁଥିଲେ ଯେ ସେମାନଙ୍କୁ ଅଣଦେଖା କରାଯାଉଛି। ଏହି କ୍ରୋଧ ଉତ୍ତରପ୍ରଦେଶ ରାଜନୀତିରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଷମ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଥିଲା।

ଠିକ୍ ଏହି ସମୟରେ ଜିତିନ୍ ପ୍ରସାଦଙ୍କ ଯୋଗଦାନ ପରେ ଉତ୍ତରପ୍ରଦେଶ ରାଜନୀତି ୟୁ ଟର୍ଣ୍ଣ ନେଇପାରେ। ଏପରିକି ବ୍ରାହ୍ମଣଙ୍କୁ ସନ୍ତୁଷ୍ଟ କରିବା ପାଇଁ ଜିତିନଙ୍କୁ ବିଜେପି ତୁରନ୍ତ କିଛି ଗୋଟାଏ ବଡ଼ ପଦବି ଦେଇପାରେ ବୋଲି କୁହାଯାଉଛି।

ଗତ କିଛି ଦିନ ହେଲା ପ୍ରସାଦ ବ୍ରାହ୍ମଣଙ୍କ ଅଧିକାର ସପକ୍ଷରେ ସ୍ବର ଉତ୍ତୋଳନ କରି ଆସୁଥିଲେ। ୨୦୨୦ ଜୁଲାଇରେ ସେ ବ୍ରାହ୍ମଣ ଚେତନା ପରିଷଦ ଗଠନ କରିଥିଲେ। ପରେ ଅକ୍ଟୋବର ମାସରେ ଏହା ଅଧୀନରେ ପ୍ରତି ଜିଲ୍ଲାରେ ଟି-୨୦ ଦଳ ଗଠନ କରିବାକୁ ଘୋଷଣା କରିଥିଲେ। ବିଭିନ୍ନ ସମୟରେ ସେ ଗଣମାଧ୍ୟମକୁ କହିଆସୁଥିଲେ ଯେ ବ୍ରାହ୍ମଣମାନଙ୍କ ବିରୋଧରେ ଅତ୍ୟାଚାର ବୃଦ୍ଧି ପାଇଛି। ହତ୍ୟା, ଅପରାଧ, ବଳାତ୍କାର ଭଳି ଅନେକ ମାମଲା ରହିଛି। ଏଭଳି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କ ନିକଟରେ ସମ୍ବଳ ନାହିଁ। ଚେତନା ପରିଷଦ ସେହି କାର୍ଯ୍ୟରେ ସହଯୋଗ କରିବ ବୋଲି ସେବେ ଜିତିନ କହିଥଲେ।

ଉଲ୍ଲେଖଯୋଗ୍ୟ, ୨୦୧୭ରେ ବିଜେପିକୁ ବ୍ରାହ୍ମଣଙ୍କ ଭୋଟ ଅଧିକ ସଂଖ୍ୟାରେ ମିଳିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଯୋଗୀ ସରକାରର ଗୋଟିଚାଳନା ବ୍ରାହ୍ମଣଙ୍କୁ ଭୀଷଣ ଅସନ୍ତୁଷ୍ଟ କରିଥିଲା।

Leave A Reply

Your email address will not be published.