ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ମୋଦୀଙ୍କୁ ହଟାଇବା ପାଇଁ ଅଣ୍ଟାଭିଡ଼ିଲେ ମମତା

0
  • ଚାଷୀ ପ୍ରସଙ୍ଗରେ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଲେ
  • ଖୁବ୍ ଶୀଘ୍ର ଅଣବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମମତା

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଡ଼ା ଟକ୍କର ଦେଖିଲା ସାରା ଭାରତ। ମମତା ନିର୍ବାଚନରେ ବିଜୟ ଲାଭ କରିବା ପରେ କିନ୍ତୁ ନିରବରେ ବସିବାକୁ ଚାହୁଁନାହାନ୍ତି। ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବା ତାଙ୍କର ପରବର୍ତ୍ତୀ ରାଜନୈତିକ କାର୍ଯ୍ୟକ୍ରମ ହେବ ବୋଲି ସୁଶ୍ରୀ ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି। ଜାତୀୟ ରାଜନୀତିରେ ତାଙ୍କର କିଭଳି ଭୂମିକା ରହିବ ବୋଲି ପ୍ରଶ୍ନ କରାଯିବାରେ ମମତା ଏଭଳି ଉତ୍ତର ରଖିଥିଲେ।

ମମତା କହିଛନ୍ତି, ଏ ମଧ୍ୟରେ ସେ ରାକେଶ ଟିକାୟତଙ୍କ ସମେତ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତାମାନଙ୍କୁ ସଚିବାଳୟରେ ଭେଟିଥିଲେ। କେନ୍ଦ୍ର ସରକାରଙ୍କ ତିନିଟି କୃଷକ ବିରୋଧୀ ବିଲ୍‌ କ୍ଷେତ୍ରରେ ସେମାନଙ୍କୁ ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। କୃଷି କ୍ଷେତ୍ରରେ ପଶ୍ଚିମବଙ୍ଗ ମଡେଲ୍ ରାଜ୍ୟ ହେବ ବୋଲି ମମତା ଚାଷୀନେତାମାନଙ୍କୁ କହିଛନ୍ତି।

ଗଣମାଧ୍ୟମକୁ ଆହୁରି ସୂଚନା ଦେଇ ସେ କହିଛନ୍ତି କେନ୍ଦ୍ର ବିରୋଧୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସେ ଏକ ଚିଠି ଲେଖିଛନ୍ତି। ଚାଷୀ ସଂଗଠନମାନଙ୍କୁ ସମର୍ଥନ ଜଣାଇବା ଲାଗି ଏଥିରେ କୁହାଯାଇଛି। ଆରମ୍ଭରୁ ତାଙ୍କ ସରକାର ଚାଷୀ ଆନ୍ଦୋଳନକୁ ସମର୍ଥନ ଦେଇ ଆସୁଛି। କେନ୍ଦ୍ର ସରକାରଙ୍କ ବିଲ୍ ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ସଂକଳ୍ପ ମଧ୍ୟ ପାରିତ କରାଯାଇଛି। କୋଭିଡ୍ ମହାମାରୀ ପ୍ରଭାବ କମିବା ପରେ ଚାଷୀ ସଂଗଠନ ସହିତ ଆଲୋଚନା କରିବା ଲାଗି ତାଙ୍କୁ ନେତାମାନେ ଦିଲ୍ଲୀ ଡାକିଥିବା ସେ ଏହି ଅବସରରେ ସୂଚନା ଦେଇଛନ୍ତି।

ମମତା କହିଛନ୍ତି, ଖୁବ୍ ଶୀଘ୍ର ସେ ଅଣବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟିବେ। ସାତମାସ ହେଲା, କେନ୍ଦ୍ର ସରକାର କାହିଁକି ଚାଷୀ ପ୍ରସଙ୍ଗରେ ଆଲୋଚନା କରିବେ ନାହିଁ ବୋଲି ସେ ଏହି ଅବସରରେ ପ୍ରଶ୍ନ ଉଠାଇଛନ୍ତି।

Leave A Reply

Your email address will not be published.