ପ୍ରମୁଖ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ
ବିଜେଡି ପ୍ରତିଷ୍ଠା ଦିବସରେ ମୁଖପାତ୍ର ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା ମାରିଲେ ମହିଳା ନେତ୍ରୀ
ବିଦାୟ ନେଲେ ବିଦାୟୀ ରାଜ୍ୟପାଳ ରଘୁବର ଦାସ
ଜିରୋ ନାଇଟ ସେଲିବ୍ରେସନ ବେଳେ ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ନଜର
ଖଢଡିଆଳରୁ ବିପୁଳ ପରିମାଣରେ ବଜ୍ରକାପ୍ତା କାତି ଜବତ, ୩ ଶିକାରୀ ଗିରଫ
ଆସନ୍ତା ବର୍ଷ ହେବ କଲେଜ୍ ନିର୍ବାଚନ : ମୁଖ୍ୟମନ୍ତ୍ରୀ

ପରିସଂଖ୍ୟାନ ବଖାଣୁଛି କେତେ ଜଟିଳ ସ୍ଥିତିରେ ଅଛି କରୋନା

0
  • ଦ୍ବିତୀୟ ଲହର ଶୀର୍ଷ ଛୁଇଁବା ପରେ ପ୍ରଥମ ଥର ଟିପିଆର୍ ୫% ତଳକୁ ଖସିଲା
  • ଆଚରଣରେ ସଂଯମତା ପ୍ରଦର୍ଶନ ନ କଲେ ସ୍ଥିତି ବିପଜ୍ଜନକ ହୋଇପାରେ
  • ତୃତୀୟ ଲହରକୁ ଟାଣିଆଣିବାରେ ଏହା ବଡ଼ ଭୂମିକା ନିର୍ବାହ କରିବ
  • ୧୨ ଜିଲ୍ଲା ଉପରୁ ଟଳିନି ବିପଦ, ଟିପିଆର୍ ରାଜ୍ୟର ହାରାହାରି ଠାରୁ ଉପରେ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୬୧ ହଜାର ଲୋକଙ୍କ ନମୁନା ପରୀକ୍ଷା ପରେ ୩ହଜାର ୩୧ ଜଣଙ୍କ ଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। ଏଥିସହିତ ଦ୍ବିତୀୟ ଲହର ଶୀର୍ଷ ଛୁଇଁବା ପରେ ପ୍ରଥମ ଥର ପାଇଁ ଟିପିଆର୍ ୫ (୪.୯୬) ପ୍ରତିଶତ ତଳକୁ ଖସିଛି। ଏହା ଯେ କୌଣସି ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଆଶ୍ବସ୍ତି ଆଣିବ। ହେଲେ ଅଡିଟ୍ ପରେ ସ୍ବାସ୍ଥ୍ୟ ବିଭାଗ ଯେଉଁ ରିପୋର୍ଟ ପ୍ରକାଶ କରିଛନ୍ତି, ତାହା ସୂଚାଉଛି ଯେ ମୃତ୍ୟୁ ସଂଖ୍ୟା କମିବାର ନା ଧରୁନି। ଆଉ ୪୩ଜଣଙ୍କର କୋଭିଡ୍‌ ମୃତ୍ୟୁ ସଂପର୍କରେ ସରକାର ଆଜି ଘୋଷଣା କରିଛନ୍ତି। ଏଥିସହିତ ରାଜ୍ୟରେ ସମୁଦାୟ କୋଭିଡ୍ ମୃତ୍ୟୁ ସଂଖ୍ୟା ୩୬୩୩ ଛୁଇଁଛି।

ସରକାରଙ୍କ କୋଭିଡ୍ ଡାସବୋର୍ଡକୁ ତର୍ଜମା କଲେ ଦେଖାଯାଉଛି ଯେ ବାଲେଶ୍ବର, ଯାଜପୁର, କଟକ ଓ ଖୋର୍ଧା ଜିଲ୍ଲା ଏବେ ବି ରେଡ୍ ଜୋନରେ ଅଛନ୍ତି। ମୟୂରଭଂଜ, ଅନୁଗଳ, ଭଦ୍ରକ, ପୁରୀ, ଜଗତସିଂହପୁର, ନୟାଗଡ ୟେଲୋ ଜୋନରେ ରହିଛି। ରେଡ୍ ଜୋନକୁ ମାନକ ଭାବେ ନେଲେ, ଏକଥା ବୁଝିବାକୁ ହେବ ଯେ ୨୬ ଜିଲ୍ଲାରେ କୋଭିଡ୍ ସ୍ଥିତି ବେଶ୍ ଉନ୍ନତି କରିଗଲାଣି। ହେଲେ ଟିପିଆର୍ ଚିତ୍ର କିନ୍ତୁ ଭିନ୍ନ ଏକ ସଙ୍କେତ ଦେଉଛି। ଜୁନ୍ ୨୦ ତାରିଖ ସୁଦ୍ଧା ୧୨ଟି ଜିଲ୍ଲାର ଟିପିଆର୍ ରାଜ୍ୟର ସାମଗ୍ରିକ ହାରାହାରି ଟିପିଆର୍ ଠାରୁ ଢେର୍ ଉପରେ ଅଛନ୍ତି। ଖୋର୍ଧା ଓ କଟକ ତୁଳନାରେ ଯାଜପୁର ଓ ପୁରୀ ସ୍ଥିତି ବେଶୀ ବିପଜ୍ଜନକ ଥିବା ମନେ ହେଉଛି।

ମାଲକାନଗିରିରେ ଟିପିଆର୍ ୭.୧୫ ପ୍ରତିଶତ ଥିବା ବେଳେ କଟକରେ ଏହା ୬.୫୧ ପ୍ରତିଶତ, ମୟୂରଭଂଜରେ ୮.୨୪ ପ୍ରତିଶତ, ନୟାଗଡରେ ୭.୬୬ ପ୍ରତିଶତ, ଭଦ୍ରକରେ ୭.୭୮ ପ୍ରତିଶତ, ବାଲେଶ୍ବରରେ ୬.୫୩ ପ୍ରତିଶତ, ବୌଦ୍ଧରେ ୬.୮୮ ପ୍ରତିଶତ, କେନ୍ଦ୍ରାପଡ଼ାରେ ୫.୯୧ ପ୍ରତିଶତ, ଜଗତସିଂହପୁରରେ ୬.୧୩ ପ୍ରତିଶତ ରହିଛି। ଯାଜପୁରରେ ସର୍ବାଧିକ ୧୫.୪୮ ପ୍ରତିଶତ ରହିଛି। ଏହା ପଛକୁ ପୁରୀ (୧୨.୩୬ ପ୍ରତିଶତ) ଓ ଖୋର୍ଧା (୧୧.୭୪ ପ୍ରତିଶତ) ଅଛନ୍ତି। ୧ ପ୍ରତିଶତ ତଳକୁ ଆସଗଲେଣି ସୁନ୍ଦରଗଡ (୦.୯୮ ପ୍ରତିଶତ), ସମ୍ବଲପୁର (୦.୯୯ ପ୍ରତିଶତ) ଓ ଝାରସୁରୁଡା (୦.୫୪ ପ୍ରତିଶତ)।

ଦୁଇଟି ପରିସଂଖ୍ୟାନକୁ ବିଚାରକୁ ନେଲେ ରାଜ୍ୟରେ କୋଭିଡ୍ ସ୍ଥିତି ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରେ। ରାଜ୍ୟରେ କୋଭିଡ୍ ତଳମୁହାଁ ଥିଲେ ହେଁ ଜୁନ୍ ୧ ତାରିଖରୁ ଏବେ ସୁଦ୍ଧା ୮୭୯ ଜଣଙ୍କର କରୋନା ଜନିତ ମୃତ୍ୟୁ ସଂପର୍କରେ ସରକାର ଘୋଷଣା କରିସାରିଲେଣି। ଅର୍ଥାତ୍ ମେ’ ମାସ (୭୧୧ ମୃତ୍ୟୁ ସଂଖ୍ୟା) ଠାରୁ ଜୁନ୍‌ରେ ଅଧିକ ଲୋକ ପ୍ରାଣ ହରାଇଲେଣି। ଏଥିରୁ ବୁଝାପଡୁଛି ଯେ କରୋନା ଜନିତ ଜଟିଳତା ରୋଗୀଙ୍କ ପାଇଁ ଅତି ବିପଜ୍ଜନକ ସାବ୍ୟସ୍ତ ହେଉଛି।

ଯଦି ଗତ ମେ’ ୨୧ ତାରିଖରୁ ଜୁନ୍ ୨୦ ତାରିଖ ଅର୍ଥାତ୍ ମାସକର ପରିସଂଖ୍ୟାନକୁ ଦେଖିବା, ସେଥିରୁ ଆଉ ଗୋଟିଏ ଦୃଶ୍ୟପଟ୍ଟ ସାମ୍ନାକୁ ଆସୁଛି। ମେ’ ୨୧ ତାରିଖରେ ରାଜ୍ୟରେ ସକ୍ରିୟ କୋଭିଡ୍ ରୋଗୀଙ୍କ ସଂଖ୍ୟା ୯୮ ହଜାର ୫୫୭ ଥିବା ଜୁନ୍ ୨୦ ତାରିଖକୁ ଏହି ସଂଖ୍ୟା ୩୩ ହଜାର ୬୪୫କୁ ଖସିଆସିଛି। ଏହି ମାସକ ମଧ୍ୟରେ ରାଜ୍ୟର ୨ଲକ୍ଷ ୯ ହଜାର ୮୦ ଜଣଙ୍କ ଠାରେ କୋଭିଡ୍ ଚିହ୍ନଟ ହୋଇଛି। ସେବେ ରାଜ୍ୟରେ ମୋଟ କୋଭିଡ୍ ରୋଗୀଙ୍କ ସଂଖ୍ୟା ୬ଲକ୍ଷ ୬୮ ହଜାର ୪୨୨ ଥିଲା, ମାସକ ପରେ ଏହା ୮ଲକ୍ଷ ୭୭ ହଜାର ୫୦୨କୁ ଛୁଇଁଛି। ସେହିଭଳି ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୨୪୩୦ରୁ ବଢ଼ି ୩୫୯୦ରେ ପହଞ୍ଚିଛି। ଆହୁରି ସରଳ ଭାବେ କହିଲେ, ଏହି ମାସକ ମଧ୍ୟରେ ୧୧୬୦ ଜଣ କୋଭିଡ୍‌ରେ ପ୍ରାଣ ହରାଇଛନ୍ତି।

ଏଠାରେ ଉଲ୍ଲେଖଥାଉକି, ରାଜ୍ୟ ସରକାର ୧୭ଟି ଜିଲ୍ଲାକୁ ଗୋଟିଏ ବର୍ଗକୁ ନେଇ ସେଠାରେ ଲକ୍‌ଡାଉନ୍ କଟକଣା ଟିକେ ଅଧିକ କୋହଳ କରିଛନ୍ତି ଓ ବାକି ୧୩ଟି ଜିଲ୍ଲାରେ ପୂର୍ବାପେକ୍ଷା ସାମାନ୍ୟ କୋହଳ ହୋଇଥିଲେ ହେଁ କଟକଣା ବଳବତ୍ତର ରହିଛି। ହେଲେ କେଉଁଠି ନା କେଉଁଠି କରୋନା ଜନିତ ପରିସଂଖ୍ୟାନ ସ୍ପଷ୍ଟ ଭାବେ ସଙ୍କେତ ଦେଉଛି ଯେ ସ୍ଥିତି ଏବେ ବି ସୁଧାର ବା ପୂରା ନିୟନ୍ତ୍ରଣକୁ ଆସିନାହିଁ। ଯଦି ଆଚରଣରେ ସଂଯମତା ପ୍ରଦର୍ଶନ କରାନଯାଏ, ତେବେ ଏହା ତୃତୀୟ କୋଭିଡ୍ ଲହରକୁ ଖୁବ୍ ଶୀଘ୍ର ଟାଣିଆଣିବାରେ ସାହାଯ୍ୟ କରିବ। କଟକଣାକୁ ଜୋରଦାର ପାଳନ କରାଗଲେ, ତୃତୀୟ ଲହର ପାଇଁ ବଡ଼ ପ୍ରସ୍ତୁତି ଲାଗି ସରକାର ସମୟ ପାଇବେ ଓ ଟିକାକରଣ କାର୍ଯ୍ୟ ଇତିମଧ୍ୟରେ ବେଶ୍ ଆଗେଇ ଯାଇଥିବ। ଯାହାଫଳରେ ପ୍ରଭାବ ଅନେକାଂଶରେ କମିଯାଇପାରେ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି। ଅନ୍ୟଥ ଆଉ କିଛି ଲୋକଙ୍କୁ ଓଡ଼ିଶା ହରାଇପାରେ।

Leave A Reply

Your email address will not be published.