ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଅମିତାଭଙ୍କ ଘରେ ପାଣି ନାହିଁ!

0

ବିଗ ବି ଅମିତାଭ ବଚ୍ଚନଙ୍କ ଘରେ ପାଣି ସମସ୍ୟା। ଆଜ୍ଞା ହଁ ଏକଥା ଆଉ କେହି ନୁହେଁ ନିଜେ ଅମିତାଭ ତାଙ୍କ ବ୍ଲଗ ମାଧ୍ୟମରେ ଫ୍ୟାନଙ୍କୁ ଜଣାଇଛନ୍ତି।

ଅମିତାଭ ବଚ୍ଚନ ସବୁବେଳେ ନିଜ ବ୍ଲଗରେ କିଛି ଏମିତି ଲେଖିଥାନ୍ତି ,ଯାହାକୁ ଫ୍ୟାନ ମାନେ ସବୁବେଳେ ପଢିବାକୁ ଅପେକ୍ଷା କରି ରହିଥାନ୍ତି । ନିଜର ଅନେକ ବ୍ୟକ୍ତିଗତ କଥା ମଧ୍ୟ ସେ ବ୍ଲଗରେ ଫ୍ୟାନ ମାନଙ୍କ ସହ ସେୟାର କରିଥାନ୍ତି।

ନିକଟରେ ଅମିତାଭ ତାଙ୍କ ଘରେ ପାଣ ସମସ୍ୟା ଦେଖାଦେଇଥିବା ନେଇ ବ୍ଲଗରେ ଲେଖିଥିଲେ । ସେ ଲେଖିଥିଲେ, କଠିନ ପରିଶ୍ରମ ଚାଲିଛି ଏବଂ ଆଶା ଅଛି
ଆସନ୍ତାକାଲି ସୁଦ୍ଧା ସମସ୍ୟାର ସମାଧାନ ହୋଇଯିବ । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଶରୀର ଥକିଗଲାଣି । ଯେହେତୁ ସବୁ ଦିନ ଅପେକ୍ଷା ଆଜି କାର୍ଯ୍ୟକ୍ଷେତ୍ରକୁ ଶୀଘ୍ର ଯାଇଥିଲି । ସକାଳ ୬ରୁ ଉଠି କେବିସିର ସୁଟିଂ ପାଇଁ ଯାଇଥିଲେ, ଏବଂ ସେଠାରେ ପହଞ୍ଚିଲା ପରେ ଭ୍ୟାନରେ ଯାଇ ସୁଟିଂ ପାଇଁ ପ୍ରସ୍ତୁତ
ହୋଇଥିଲି। ଘରେ ପାଣି ସମସ୍ୟା ଥିବାରୁ ଆଜି କାମକୁ ଶ୍ରୀଘ୍ର ଆସିବାକୁ ପଡିଥିଲା ବୋଲି ସେ ତାଙ୍କ ବ୍ଲଗରେ ଲେଖିଛନ୍ତି।

ଅମିତାଭ ଆହୁରି ମଧ୍ୟ ଲେଖିଛନ୍ତି ଯେ, ସିଷ୍ଟମ କାମ କରିବା ଆରମ୍ଭ କଲାଣି । ତାଙ୍କୁ ନିଜ ଫ୍ୟାନ ମାନଙ୍କ ସହ କଥାବାର୍ତା ହେବାର ସୁଯୋଗ ମିଳୁଛି । ଫ୍ୟାନ
ମାନଙ୍କୁ ତାଙ୍କ ଘରୋଇ ସମସ୍ୟା ବିଷୟରେ କହିଥିବାରୁ ତାଙ୍କୁ କ୍ଷମା କରିଦେବାକୁ ମଧ୍ୟ ସେ ଲେଖିଛନ୍ତି।

ବିଗ ବି ଅଧିକାଂଶ ସମୟରେ ନିଜ ଫ୍ୟାନ ମାନଙ୍କ ସହ ବ୍ଲଗରେ ଯୋଡି ହୁଅନ୍ତି। ତାଙ୍କ ପ୍ରଥମ ବ୍ଲକ ୨୦୦୮ ଏପ୍ରିଲ ୧୭ରେ ଲେଖିଥିଲେ । ଏବେ ଅମିତାଭଙ୍କ ନୂଆ ଫିଲ୍ମ ‘ଚେହେରେ’ରିଲିଜ ହୋଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରୁମି ଜାଫରି । ଫିଲ୍ମରେ ଅମିତାଭଙ୍କ ସହ ଇମ୍ରାନ ହାସମି, କ୍ରିସ୍ତିଆନ ଡିସୋଜା ଓ ରିୟା ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

Leave A Reply

Your email address will not be published.